ସଲମାନଙ୍କ ଫାର୍ମହାଉସ୍‌ରେ ଏମିତି ସମୟ ବିତାଉଛନ୍ତି ଜ୍ୟାକ୍‌ଲିନ୍‌: ଭିଡିଓ ଭାଇରାଲ

ମୁମ୍ବାଇ : ଦେଶରେ ଲକ୍‌ଡାଉନ୍‌ ଚାଲିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଘରେ ସମୟ କାଟୁଛନ୍ତି। ବଲିଉଡ୍‌ର କିଛି ସେଲିବ୍ରିଟି ସେଲ୍‌ଫ୍‌ କ୍ୱାରାଣ୍ଟାଇନ୍‌ରେ ମଧ୍ୟ ଅଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌। ଲକ୍‌ଡାଉନ୍‌ରେ ସେ ଖୁବ୍‌ ସୁନ୍ଦର ସମୟ ଅତିବାହିତ କରୁଛନ୍ତି। ଯେତେବେଳେ ଦେଶରେ ଲକ୍‌ଡାଉନ୍‌ ଜାରି ହେଲା ସେତେବେଳେ ଜ୍ୟାକ୍‌ଲିନ୍‌ ଅନ୍ତରଙ୍ଗ ବନ୍ଧୁ ତଥା ଅଭିନେତା ସଲମାନ ଖାଁଙ୍କ ଫାର୍ମ ହାଉସରେ ଫସିଯାଇଥିଲେ। ଏହି ସମୟରେ ଜ୍ୟାକ୍‌ଲିନ୍‌ ଫାର୍ମହାଉସରେ କ’ଣ କରୁଛନ୍ତି ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦବଙ୍ଗ ଖାନ୍‌ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଜ୍ୟାକ୍‌ଲିନ୍‌ଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ୩ ମିନିଟ୍‌ ୪୮ ସେକେଣ୍ଡ୍‌ର ଏହି ଭିଡିଓରେ ଜ୍ୟାକ୍‌ଲିନ୍‌ ସଲମାନଙ୍କ ଫାର୍ମହାଉସ୍‌ରେ ଥିବା କୁକୁର, ବିଲେଇ ଘୋଡ଼ା, କୁକୁଡ଼ା, ଛେଳି ସମସ୍ତଙ୍କ ସହିତ ସମୟ ବିତାଉଛନ୍ତି। ଏପରିକି ଗଛଚଢ଼ା ମଧ୍ୟ ଶିଖୁଛନ୍ତି। ସଲମାନ ଶେୟାର କରିଥିବା ଭିଡିଓରେ ଜ୍ୟାକ୍‌ଲିନ୍‌ ଘୋଡ଼ାକୁ ଗାଧୋଇ ଦେବା ସହ ତାକୁ ଖାଇବାକୁ ଦେଉଛନ୍ତି। ଭିଡିଓକୁ ଜ୍ୟାକ୍‌ଲିନ୍‌ ପ୍ରସ୍ତୁତ କରିଥିବା ବେଳେ ସଲମାନଙ୍କ ତାଙ୍କ ଇନ୍‌ଷ୍ଟାରେ ଶେୟାର କରିଛନ୍ତି। ଏଥିରେ ସଲମାନ କ୍ୟାପଶନ ଲେଖିଛନ୍ତି, ‘ଜ୍ୟାକ୍‌ଲିନଙ୍କ ଦ୍ୱାରା ପ୍ରସ୍ତୁତ ଫିଲ୍ମ’। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। କହିରଖୁଛୁ ଲକ୍‌ଡାଉନ୍‌ ଯୋଗୁ ଫାର୍ମହାଉସ୍‌ରେ ସଲମାନଙ୍କ ପରିବାର ସଦସ୍ୟଙ୍କ ସହ ୟୁଲିଆ ବନ୍ତୁର ଏବଂ ଆଉ କିଛି ବନ୍ଧୁ ଫସି ରହିଛନ୍ତି।

View this post on Instagram

@jacquelinef143

A post shared by Salman Khan (@beingsalmankhan) on


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା

ଚେନ୍ନାଇ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ସେମାନଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦିଓ ଉଭୟ ନିଜ ରିଲେସନଶିପକୁ ନିଶ୍ଚିତ...

ରିଲିଜ ହେଲା ଫିଲ୍ମ ‘କ୍ରୁ’: ଦମ୍‌ ଦେଖାଇଲେ ଏହି ୩ ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ହେଲା ବଲିଉଡ୍‌ ଅଭିନେତ୍ରୀମାନେ ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଏବେ ଫିଲ୍ମଗୁଡ଼ିକରେ ଆକ୍ସନ କେବଳ ହିରୋଙ୍କ କାନ୍ଧରେ ନୁହେଁ ବରଂ ଏହାର...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri