Posted inଖେଳ

ସର୍ଫରାଜଙ୍କ ଫିଟ୍‌ନେସ୍‌କୁ ଅଖତାରଙ୍କ ସମାଲୋଚନା

କାର୍ଡିଫ,୧।୬- ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଓ୍ବେଷ୍ଟଇଣ୍ଡିଜଠାରୁ ବୃହତ୍‌ ପରାଜୟବରଣ କରିଛି। ଏଥିରେ ପୂର୍ବତନ ପେସର ଶୋଏବ ଅଖତାର ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫରାଜଙ୍କ ଫିଟ୍‌ନେସ୍‌କୁ ପ୍ରବଳ ସମାଲୋଚନା କରିଛନ୍ତି। ପାକିସ୍ତାନ ଦଳ ମାତ୍ର ୧୦୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହା ପାକିସ୍ତାନର ବିଶ୍ୱକପ୍‌ରେ ଦ୍ୱିତୀୟ ସର୍ବନିମ୍ନ ଦଳଗତ ସ୍କୋର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମାତ୍ର ୨୨ ଓଭରରେ ସୀମିତ ରହିଯାଇଥିଲା। ଜବାବରେ କ୍ରିସ୍‌ ଗେଲ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଓ୍ବେଷ୍ଟଇଣ୍ଡିଜ ୧୩.୪ ଓଭରରେ ୩ ଉଇକେଟ ହରାଇ ମ୍ୟାଚ୍‌ ଜିତିନେଇଥିଲା। ଏହାପରେ ରାଉଲପିଣ୍ଡି ଏକ୍ସପ୍ରେସ ଭାବେ ନିଜ ଖେଳିବାବେଳେ ଜଣାଶୁଣା ଅଖତାର ୩୨ ବର୍ଷୀୟ କ୍ୟାପ୍‌ଟେନଙ୍କୁ ଏକ ଭିଡିଓ ଜରିଆରେ ପ୍ରବଳ ସମାଲୋଚନା କରିଛନ୍ତି। ଉଇକେଟ ପଛରେ ଫିଟ୍‌ନେସ୍‌ ଯୋଗୁ ସର୍ଫରାଜ ପ୍ରବଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଣୁ ତାଙ୍କୁ ପାକିସ୍ତାନ ଏପର୍ଯ୍ୟନ୍ତ ସବୁଠୁ ଅନ୍‌ଫିଟ୍‌ ଅଧିନାୟକ ବୋଲି ମଧ୍ୟ ଅଖତାର କହିଛନ୍ତି। ଅନ୍ୟପକ୍ଷରେ ୩ ଉଇକେଟ ନେଇଥିବା ମହମ୍ମଦ ଆମିରଙ୍କୁ ପ୍ରଶଂସା କରିଛନ୍ତି। ଉଲ୍ଲେଖଥାଉ କି, ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ବ୍ୟବଧାନରେ ହାରିବା ପରେ ବଡ଼ ଟୁର୍ନାମେଣ୍ଟ ଜିତିବାରେ ପାକିସ୍ତାନର ରେକର୍ଡ ରହିଛି। ୧୯୯୨ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୧୦ ଉଇକେଟରେ ଓ୍ବେଷ୍ଟଇଣ୍ଡିଜ ହରାଇଥିଲା, ଯେଉଁ ସଂସ୍କରଣରେ ସେ ଚାମ୍ପିୟନ ହୋଇଥିଲା। ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ଭାରତଠାରୁ ୧୨୪ ରନ୍‌ରେ ପରାସ୍ତହେବା ପରେ ପାକିସ୍ତାନ ଟାଇଟଲ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri