Posted inଖେଳ

ସର୍ଫରାଜଙ୍କ ଫିଟ୍‌ନେସ୍‌କୁ ଅଖତାରଙ୍କ ସମାଲୋଚନା

କାର୍ଡିଫ,୧।୬- ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଓ୍ବେଷ୍ଟଇଣ୍ଡିଜଠାରୁ ବୃହତ୍‌ ପରାଜୟବରଣ କରିଛି। ଏଥିରେ ପୂର୍ବତନ ପେସର ଶୋଏବ ଅଖତାର ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫରାଜଙ୍କ ଫିଟ୍‌ନେସ୍‌କୁ ପ୍ରବଳ ସମାଲୋଚନା କରିଛନ୍ତି। ପାକିସ୍ତାନ ଦଳ ମାତ୍ର ୧୦୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହା ପାକିସ୍ତାନର ବିଶ୍ୱକପ୍‌ରେ ଦ୍ୱିତୀୟ ସର୍ବନିମ୍ନ ଦଳଗତ ସ୍କୋର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମାତ୍ର ୨୨ ଓଭରରେ ସୀମିତ ରହିଯାଇଥିଲା। ଜବାବରେ କ୍ରିସ୍‌ ଗେଲ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଓ୍ବେଷ୍ଟଇଣ୍ଡିଜ ୧୩.୪ ଓଭରରେ ୩ ଉଇକେଟ ହରାଇ ମ୍ୟାଚ୍‌ ଜିତିନେଇଥିଲା। ଏହାପରେ ରାଉଲପିଣ୍ଡି ଏକ୍ସପ୍ରେସ ଭାବେ ନିଜ ଖେଳିବାବେଳେ ଜଣାଶୁଣା ଅଖତାର ୩୨ ବର୍ଷୀୟ କ୍ୟାପ୍‌ଟେନଙ୍କୁ ଏକ ଭିଡିଓ ଜରିଆରେ ପ୍ରବଳ ସମାଲୋଚନା କରିଛନ୍ତି। ଉଇକେଟ ପଛରେ ଫିଟ୍‌ନେସ୍‌ ଯୋଗୁ ସର୍ଫରାଜ ପ୍ରବଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଣୁ ତାଙ୍କୁ ପାକିସ୍ତାନ ଏପର୍ଯ୍ୟନ୍ତ ସବୁଠୁ ଅନ୍‌ଫିଟ୍‌ ଅଧିନାୟକ ବୋଲି ମଧ୍ୟ ଅଖତାର କହିଛନ୍ତି। ଅନ୍ୟପକ୍ଷରେ ୩ ଉଇକେଟ ନେଇଥିବା ମହମ୍ମଦ ଆମିରଙ୍କୁ ପ୍ରଶଂସା କରିଛନ୍ତି। ଉଲ୍ଲେଖଥାଉ କି, ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ବ୍ୟବଧାନରେ ହାରିବା ପରେ ବଡ଼ ଟୁର୍ନାମେଣ୍ଟ ଜିତିବାରେ ପାକିସ୍ତାନର ରେକର୍ଡ ରହିଛି। ୧୯୯୨ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୧୦ ଉଇକେଟରେ ଓ୍ବେଷ୍ଟଇଣ୍ଡିଜ ହରାଇଥିଲା, ଯେଉଁ ସଂସ୍କରଣରେ ସେ ଚାମ୍ପିୟନ ହୋଇଥିଲା। ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ଭାରତଠାରୁ ୧୨୪ ରନ୍‌ରେ ପରାସ୍ତହେବା ପରେ ପାକିସ୍ତାନ ଟାଇଟଲ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଭିଏ କାର୍ଯ୍ୟକାରିଣୀରେ ୨ ନୂଆ ସଦସ୍ୟଙ୍କୁ ସ୍ବାଗତ

ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଭଲିବଲ ଆସୋସିଏଶନ (ଓଭିଏ)ର କାର୍ଯ୍ୟକାରିଣୀ ବୈଠକ ରବିବାର କଟକ ବାରବାଟୀ ଷ୍ଟାଡିୟମସ୍ଥିତ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ କାଉନ୍ସିଲ ହଲ୍‌ରେ ଅନୁଷ୍ଠିତ...

ଡବ୍ଲ୍ୟୁଟିସି ଚାମ୍ପିୟନ ଦଳକୁ ମିଳିବ କ’ଣ

ଦୁବାଇ, ୧୪।୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍‌ର...

ପୁରୁଷ ହକି ବିଶ୍ୱକପ୍‌: କ୍ବାର୍ଟର ଫାଇନାଲ୍‌ରେ ଜର୍ମାନୀ

ଭୁବନେଶ୍ବର,୨୩।୧: କଳିଙ୍ଗ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍‌ର କ୍ରସ୍‌ ଓଭର ମ୍ୟାଚ୍‌ରେ ଜର୍ମାନୀ ବିଜୟ ହୋଇଛି। ଫ୍ରାନ୍ସକୁ ୫-୧ ଗୋଲରେ ପରାସ୍ତ କରି...

ଆରଆରର ସହଜ ବିଜୟ: ଡିସିର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ…

ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚରେ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ବିରୋଧରେ ସହଜ ବିଜୟ ହାସଲ କରିଛି। ମଧ୍ୟରେ...

ନାଡ଼ାଲଙ୍କୁ ରେକର୍ଡ ଦ୍ୱାଦଶ ଟାଇଟଲ

ପ୍ୟାରିସ୍‌,୧୦।୬(ଏଏଫ୍‌ପି)- କ୍ଳେ କୋର୍ଟର ରାଜା ସ୍ପେନ୍‌ ତାରକା ରାଫାଲ ନାଡାଲ ଇତିହାସ ସୃଷ୍ଟି କରିଛନ୍ତି। ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ରେ ଏଥର ସେ...

ଫୁଟସାଲ ଦଳର ଜର୍ସି ଉନ୍ମୋଚିତ

ଟିଟିଲାଗଡ଼,୨୨ା୮(ଡି.ଏନ.ଏ.): ମହାରାଷ୍ଟ୍ରର ନାସିକସ୍ଥିତ ଡିଭିଜିନାଲ ସ୍ପୋଟର୍‌ସ କମ୍ପ୍ଲେକ୍ସ ପରିସରରେ ଆସନ୍ତା ୨୬ରୁ ୨୯ ପର୍ଯ୍ୟନ୍ତ ଇନ୍‌ଡୋର ୟୁରୋପିଆନ ଗେମ୍‌ର ପଞ୍ଚମ ଫୁଟସାଲ ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ...

ଶେଷ ଓଭର: ୧, ୬, ୬, ୬, ୬, ୬

ଅହମଦାବାଦ, ୧୦।୪: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଭରପୂର ଦର୍ଶକଙ୍କ ସମ୍ମୁଖରେ ଗୁଜରାଟ ଟାଇଟନ୍ସ-କୋଲ୍‌କାତା ନାଇଟ୍‌ ରାଇଡର୍ସ ଆଇପିଏଲ୍‌ ମ୍ୟାଚ୍‌ର ରୋମାଞ୍ଚକ ପରିସମାପ୍ତି ଘଟିଛି।...

କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କରି ଫିଜି ରଗବି ଖେଳାଳି ଗିରଫ

ଶୁଭ।, ୫/୪: କୋଭିଡ-୧୯ ସେଲ୍ଫ ଆଇସୋଲେଶନ ନିୟମ ଉଲ୍ଲଘଂନ କରି ଫିଜି ର ୨ଜଣ ରାଗବି ଖେଳାଳି ଗିରଫ ହୋଇଛନ୍ତି। ଏହି ୨ ଖେଳାଳି ଙ୍କ...

Advertisement
Archives

Model This Week