Posted inଖେଳ

ସର୍ଜରୀରୁ ପ୍ରତ୍ୟାବର୍ତ୍ତନ ପରେ ମୁରେଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ବେଜିଂ, ୧।୧୦ (ଏଏଫ୍‌ପି)- ବ୍ରିଟେନ ଟେନିସ ଷ୍ଟାର୍‌ ଆଣ୍ଡି ମୁରେ ସର୍ଜରୀରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଚାଇନା ଓପନ୍‌ର ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ୩୨ ବର୍ଷୀୟ ମୁରେ ୭-୬ (୭/୨), ୭-୬ (୯/୭) ସେଟ୍‌ରେ ବିଶ୍ୱ ମାନ୍ୟତାର ତ୍ରୟୋଦଶ ସ୍ଥାନରେ ଥିବା ମାଟ୍ଟେଓ ବେରେଟିନିଙ୍କୁ ପରାସ୍ତ କରିଛନ୍ତି। ଗତ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଥିବା ଇଟାଲୀର ବେରେଟିନି ୨ ଘଣ୍ଟା ଲଢ଼େଇ କରି ଏହି ମ୍ୟାଚ୍‌କୁ ଶେଷରେ ହାରିଯାଇଥିଲେ। ଗତ ଜାନୁୟାରୀରେ ମୁରେଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏଥିରୁ ସୁସ୍ଥ ହୋଇ ଗତ ସପ୍ତାହରେ ସେ ଏକ ଏଟିପି ସିଙ୍ଗଲ୍ସ ମ୍ୟାଚ୍‌ ଜିତିଥିଲେ। ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ହୋଇଥିବା ୩୨ ବର୍ଷୀୟ ମୁରେ ବର୍ତ୍ତମାନ ବିଶ୍ୱ ମାନ୍ୟତାର ୫୦୩ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌ ଇତିହାସରେ ଭାରତ ପାଇଁ ଆଜି ସ୍ମରଣୀୟ ଦିନ, ଯାହା ସବୁବେଳେ ମନେ ରହିବ

ଜୁନ ୧୮, ୧୯୮୩, ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ମରଣୀୟ ଦିନ। ଆଜିକୁ ଠିକ୍‌ ୩୭ ବର୍ଷ ପୂର୍ବେ ହରିୟାଣାର ହରିକେନ୍‌ କୁହାଯାଉଥିବା କପିଳ ଦେବ...

ଆଇପିଏଲ୍‌ ପୂର୍ବରୁ ଚିନ୍ତାରେ ସିଏସ୍‌କେ

ନୂଆଦିଲ୍ଲୀ,୨୦।୩: ମାତ୍ର ୫ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ। କିନ୍ତୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର...

ଲୋରେଟ୍‌ କପ୍‌ରେ ଭାଗନେଇ ଫେରିଲେ ଆର୍ଯ୍ୟନ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ମାସ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ପେନରେ ଅନୁଷ୍ଠିତ ‘ଲୋରେଟ୍‌ କପ୍‌’ ଇଣ୍ଟରନ୍ୟାଶନାଲ ହ୍ୟାଣ୍ଡବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶାର ଆର୍ଯ୍ୟନ ବ୍ରାହ୍ମିନ...

ଟି୨୦ ବିଶ୍ୱକପ୍‌ ଦଳ ସଂଖ୍ୟା ୨୦କୁ ବୃଦ୍ଧି ଲାଗି ଆଇସିସିର ଯୋଜନା

ଲଣ୍ଡନ,୧୩ା୧(ପି.ଟି.)-ଟି୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣକାରୀ ଦଳ ସଂଖ୍ୟା ୧୬ରୁ ୨୦କୁ ବୃଦ୍ଧି କରିବା ଲାଗି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଯୋଜନା କରୁଛି। ଗଣମାଧ୍ୟମରେ ଏ ସମ୍ପର୍କିତ...

ଭର୍ଚୁଆଲ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବ ଆୟୋଜନ: ସରକାରଙ୍କ ପ୍ରୟାସକୁ ଆଥଲେଟ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୮।୮(ପି.ଟି.): ସିଧାସଳଖ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ନିଶ୍ଚିତ ଭାବେ ସନ୍ତୋଷଜନକ। କିନ୍ତୁ କୋଭିଡ୍‌-୧୯ ମହାମାରୀ କାରଣରୁ ଏଥର ଏହା ସମ୍ଭବ ହୋଇପାରିନି। ମହାମାରୀ ପାଇଁ...

ଓଡ଼ିଶା ଏଫ୍‌ସିର ଆଉ ଏକ ପରାଜୟ

ବାମ୍ବୋଲିମ୍‌, ୨।୨: ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଆଉ ଏକ ପରାଜୟ ବରଣ କରିଛି। ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦଳ ୦-୧...

ସୋରିଷ କ୍ଷେତରେ ଶାହରୁଖ ଖାନ୍‌ଙ୍କ ଭଳି ନଜର ଆସିଲେ ଏହି ବିଦେଶୀ ଖେଳାଳି

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି। ଦୀର୍ଘ ଫିଲ୍ମ କ୍ୟାରିଅରରେ ସେ ଅନେକ ହିଟ ଫିଲ୍ମ...

ହୃଦୟ ଜିତିଲେ ସ୍ମୃତି ମନ୍ଧାନା

ହାମିଲଟନ,୧୨।୩: ଦ୍ୱିତୀୟ ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ମ୍ୟାଚ୍‌ ପରେ ୧୨୩ ରନ୍‌ କରିଥିବା ସ୍ମୃତି ମନ୍ଧାନାଙ୍କୁ ‘ପ୍ଲେୟାର...

Advertisement
Archives

Model This Week