ସରିଲା ଲଗ୍ନଧରା: ୩୦ରେ ଟୁସୁ – ଶଙ୍କରଙ୍କ ବିବାହ

ବାଲେଶ୍ୱର ଅଫିସ, ୧୯।୫-ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ଚଳିତବର୍ଷ ଟୁସୁ ଓ ଶଙ୍କରଙ୍କର ଲଗ୍ନଧରା ଶ୍ୟାମସୁନ୍ଦର ମନ୍ଦିର ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶହେରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ରହି କନ୍ୟାକୁ ଆଶୀର୍ବାଦ ଦେଇଥିଲେ। ଆସନ୍ତା ୩୦ତାରିଖରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହେବ ବୋଲି ସ୍ଥିର କରାଯାଇଛି।
ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ୯ବର୍ଷ ହେବ ହୋଇଆସୁଛି ଜଇକଣ୍ଢେଇ ବାହାଘର। ଚଳିତବର୍ଷ ବରର ନାମ ଶଙ୍କର ରଖାଯାଇଥିବା ବେଳେ କନ୍ୟାର ନାମ ଟୁସୁ ରଖାଯାଇଛି। ଲୋକକଥାକୁ ନେଇ ଏହି ନାମକରଣ କରାଯାଇଛି। ଚନ୍ଦନ ପୂର୍ଣ୍ଣମୀ ଅବସରରେ ତାହାର ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ ହୋଇଛି। ପୂର୍ବାହ୍ନ ୮ଟାରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର କର୍ମକର୍ତ୍ତାମାନେ ବରପିତା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସୁରଞ୍ଜନ ଦାସ ମହାପାତ୍ର ଓ ମାତା ଝାନ୍‌ସୀ ଦାସ ମହାପାତ୍ର ସହ ହାତରେ ମିଠାହାଣ୍ଡି ଧରି ସିନେମା ଛକ ନିଟରେ ଥିବା ସିଦ୍ଧି ବିନାୟକ ମନ୍ଦିରରୁ ବାହାରିଥିଲେ। ପରେ ସେମାନେ ଆସି ପହଞ୍ଚିଥିଲେ ଶ୍ୟାମସୁନ୍ଦର ମନ୍ଦିର ନିକଟରେ। ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କନ୍ୟା ପିତା ସ୍ବର୍ଣ୍ଣକାର ରାଜକିଶୋର ରଣା ଓ ମାତା ଶାନ୍ତିଲତା ରଣା ଟୁସୁଙ୍କର ଲଗ୍ନଧରା କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରିଥିଲେ। ବରଘର ପକ୍ଷରୁ କନ୍ୟାଘରକୁ ଯୌତୁକ ବାବଦରେ ‘ରକ୍ତ ଦେବି ଜୀବନ ବଞ୍ଚାଇବି’ ଦାବି କରାଯାଇଥିବା ବେଳେ କନ୍ୟାଘର ତରଫରୁ ‘ବିଜ୍ଞାନକୁ ଆଦରନ୍ତୁ ଓ ଅନ୍ଧବିଶ୍ୱାସକୁ ଦୂରାନ୍ତୁ’ ଦାବି କରାଯାଇଥିଲା। ଏହାକୁ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିବା ପରେ ଆସନ୍ତା ୩୦ତାରିଖରେ ବାହାଘର ତାରିଖ ଧାର୍ଯ୍ୟ ହୋଇ ଲଗ୍ନଧରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଲଗ୍ନଧରାରେ ଉଭୟ ପକ୍ଷରୁ ୧୦୦ ପାଖାପାଖି ଲୋକ ଯୋଗ ଦେଇଥିଲେ। ସେଥିମଧ୍ୟରୁ ବାଲେଶ୍ୱରର ବହୁ ବୁଦ୍ଧିଜୀବୀ, କଳାକାର, ସାହିତି୍ୟକ, ବାରିକ ସଂଘ, ବ୍ରହ୍ମଣ ସଂଘ ସାମିଲ ହୋଇଥିଲେ।
ବର ପିତା ସୁରଞ୍ଜନ ଦାସ ମହାପାତ୍ରଙ୍କ କହିବାନୁସାରେ, କଳା ଓ ସଂସ୍କୃତିକୁ ରକ୍ଷା କରିବା ପାଇଁ ଏହି କାର୍ଯ୍ୟ ହେଉଥିବାରୁ ଉଭୟ ପରିବାର ଓ ଉଭୟ ଅଞ୍ଚଳର ଲୋକ ଏ ପ୍ରକାର ବାହାଘରକୁ ସାଦରରେ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?