ସରିଲା ଉଦଳା ମହୋତ୍ସବ ଧୁମୁସା

ଉଦଳା,୨ା୧୨(ଡି.ଏନ୍‌.ଏ.)- ଉପଖଣ୍ଡସ୍ତରୀୟ ଉଦଳା ମହୋସତ୍ବ ଧୁମୁସା – ୨୦୧୯ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍‌, ସମ୍ମାନନୀୟ ଅତିଥି ଉଦଳା ତହସିଲଦାର ମନିଷା ମଧୁଲିକା ହେମ୍ବ୍ରମ୍‌ ପ୍ରମୁଖ ଯୋଗ ଦେଇଥିଲେ ା ଧୁମୁସା ହିଁ ଉପଖଣ୍ଡବାସୀଙ୍କର ଏକ ସ୍ବତନ୍ତ୍ର ପରିଚୟ ବୋଲି ମଞ୍ଚାସୀନ ବକ୍ତାମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସଭାପତିତ୍ୱ କରିଥିଲେ କପ୍ତିପଦା ଉପଜିଲାପାଳ ଭଗବାନ ବେହେରା। କମିଟିର ସଦସ୍ୟ ଅମୀୟ କୁମାର ବଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଥମେ ଉପଖଣ୍ଡର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ା ଏହା ସହିତ କଳାହାଣ୍ଡିର ଘୁମୁରା ନାଚ, ନଟରାଜ ଡ୍ୟାନ୍ସ ଗୃପ୍‌ ଦ୍ୱାରା ପରିବେଷିତ ନୃତ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ା ଯେଉଁ ନୃତ୍ୟର ତାଳେ ତାଳେ ଦର୍ଶକ ବେଶ୍‌ ଝୁମିଥିଲେ। ଏହି ଅବସରରେ ଯାତ୍ରା କଳାକାର ରତିକାନ୍ତ ପରିଡାଙ୍କୁ ସମ୍ମାନିତ କରାଯାଇଥିଲା ା ସିନେ ତାରକା ସ୍ବରାଜ ବାରିକଙ୍କ ନୃତ୍ୟ ସାଙ୍ଗକୁ ଉପସ୍ଥାପିକା ଖୁସିଙ୍କ ସୁନ୍ଦର ଉପସ୍ଥାପନା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା ା ଉଦଯାପନୀ ଦିବସର କାର୍ଯ୍ୟକ୍ରମକୁ ଉପଭୋଗ କରିବା ନିମନ୍ତେ ହଜାର ହଜାର ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ା ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଉପଖଣ୍ଡସ୍ତରୀୟ ଉଦଳା ମହୋସତ୍ବ ଧୁମୁସା – ୨୦୧୯କୁ ପରିଚାଳନାରେ କମିଟିର ସଭାପତି ଉପଜିଲାପାଳ ବେହେରା, ସଂଯୋଜକ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସମେତ କମିଟିର ସଦସ୍ୟ ସରୋଜ କୁମାର ପ୍ରଧାନ, କୃଷ୍ଣଚୈତନ୍ୟ ସଦୁଆଳ, ଅତନୁ କୁମାର ତ୍ରିପାଠୀ, କ୍ଷୀରୋଦ ରଞ୍ଜନ ମହାନ୍ତି, ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରାମାଣିକ, ସନ୍ଦୀପ ମହାନ୍ତି, ରମେଶ ଚନ୍ଦ୍ର ପୃଷ୍ଟି, ସନ୍ତୋଷ କୁମାର ବାଚ୍ଛିନୀ, କିଶୋର ଚନ୍ଦ୍ର ଦାସବାବୁ ପ୍ରମୁଖ ସହଯୋଗ କରିଥିଲୋ


Enter your email to get our daily news in your inbox.

All Right Reserved By Dharitri.Com

କିଆକଟା ଛକ ହେଲା ଆଲୋକିତ

ମାଧପୁର,୫।୫: ଜାତୀୟ ରାଜପଥ ଡିଭିଜନ ସମ୍ବଲପୁର ଓ ଅନୁଗୋଳ ଜିଲା ଆଠମଲ୍ଲିକ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଦୀର୍ଘଦିନ ହେଲା ଆଠମଲ୍ଲିକ ବ୍ଲକ କିଆକଟା...

ବେନିୟମ ଭାବେ ବଣ୍ଟନ ହୋଇଛି ମାର୍କେଟ କମ୍ପ୍ଲେକ୍ସ : ଜଣେ ଜଣେ ହାତେଇଛନ୍ତି ଏକାଧିକ ଗୃହ

ନୟାଗଡ଼ ଅଫିସ,୨୬ା୮: ନୟାଗଡ଼ ସହରର ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଗୃହଗୁଡିକ ବେନିୟମ ଭାବେ ବଣ୍ଟନ କରାଯାଇଛି। ସହରରେ ବସବାସ କରୁଥିବା ଯୁବକମାନେ ଯେପରି...

ଶୋଚନୀୟ ଅବସ୍ଥାରେ ହାଟବସ୍ତ-ପାଟବନ୍ଧ ରାସ୍ତା : ତୁରନ୍ତ କାମ ସାରିବାକୁ ଦାବି

ବୋଲଗଡ଼,୮।୭(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଅନ୍ତର୍ଗତ ହାଟବସ୍ତଠାରୁ ଖଲ୍ଲିକୋଟ ମଧ୍ୟ ଦେଇ ପାଟବନ୍ଧ ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାଟି ବର୍ତ୍ତମାନ ନିର୍ମାଣ ନ ହୋଇ ଅଧାପନ୍ତରିଆ...

ପିଲାଙ୍କ ଆଡ୍‌ମିଶନ ଟଙ୍କାକୁ ଟାର୍ଗେଟ କରୁଛନ୍ତି ସାଇବର ଠକ

ଉମରକୋଟ, ୧୫।୧୧(ସ୍ବ.ପ୍ର.) : ଯୁକ୍ତ ୨ପାସ୍‌ ପରେ ଛାତ୍ରୀଛାତ୍ର କେଉଁ ଯୁକ୍ତ ୩ କଲେଜରେ ନାମ ଲେଖାଇବେ ତାହାର ତଥ୍ୟ ପାଇ ସେମାନଙ୍କୁ ଫସାଇ ଟଙ୍କା...

ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା

ପଦ୍ମପୁର, ୧୭।୧୧(ଡିଏନଏ) : ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ନେତୃବୃନ୍ଦଙ୍କ...

ନର୍ସ କ୍ୱାଟରରୁ ଚୋରି କରି ଧରାପଡ଼ିଲେ

ଝାରସୁଗୁଡା ଅଫିସ,୪।୧୧: ଝାରସୁଗଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଖଲିଆକାନୀ ସିଏଚ୍‌ସି ହସ୍ପିଟାଲ କ୍ବାଟରରୁ ଅକ୍ଟୋବର ୩ ତାରିଖ ରାତିରେ ଏକ ଲାପଟପ୍‌ ଚୋରି ହୋଇଥିଲା...

ହଟୁନି ଅଚଳାବସ୍ଥା, ଖାଦ୍ୟରୁ ବଞ୍ଚିତ ପିଲା

ଖଇରା,୬।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ବର୍ତ୍ତନା ଗ୍ରାମ ପଞ୍ଚାୟତ ଅଧୀନ ପଦୁନା ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଓ ଲୋକପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ୨୦୧୪ରୁ...

ପ୍ରତିଶ୍ରୁତି ପାଣିର ଗାର, ବେସାହାରା ପରିବାର

ଭବାନୀପାଟଣା,୧୫।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବଡ଼ପୁଝାରିଗୁଡା ପଞ୍ଚାୟତ ବତାସୀଗୁଡା ଗ୍ରାମର ସ୍ବର୍ଗତ ମଦନ ମାଝିଙ୍କ ପରିବାର ଏବେ ଦୁର୍ବିସହ ଜୀବନଯାପନ କରୁଛନ୍ତି। କେନ୍ଦୁଲିଭରେ କାମ...

Advertisement
Archives

Model This Week