ସରସ୍ବତୀ ମୂର୍ତ୍ତି ଭସାଣି ବେଳେ ଗଣ୍ଡଗୋଳ, ୪ ଆହତ

ସୋର, ୪।୨(ଡି.ଏନ.ଏ.)-ସରସ୍ବତୀଙ୍କ ମୂର୍ତ୍ତି ଭସାଣକୁ କେନ୍ଦ୍ର କରି ସୋର ଥାନା ଅଧୀନ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଈଶ୍ୱରପୁର ଓ ମାଟିଆପଲା ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ସୋର ପୋଲିସ ପହଞ୍ଚତ୍ବା ପରେ ଗଣ୍ଡଗୋଳ ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ ସୋର ପୋଲିସ ୨ଜଣଙ୍କୁ ଅଟକ ରଖିବା ସହିତ ମାଟିଆପଲା ଗ୍ରାମରେ ପୋଲିସ ଫୋର୍ସ ମୁତୟନ କରିଛନ୍ତି। ଉଭୟପକ୍ଷଙ୍କ ମଧ୍ୟରେ ସମାଧାନ ହେବା ନେଇ ଉଦ୍ୟମ ଚାଲୁ ରହିଛି।

ରବିବାର ରାତିରେ ଈଶ୍ୱରପୁର ଗ୍ରାମ ଦେଇ ସରସ୍ବତୀ ମୂର୍ତ୍ତି ଭସାଣି ନେଇ ମାଟିଆପଲା ଗ୍ରାମର କେତେକ ଯୁବକ ଯାଉଥିଲେ। ଉଭୟ ଆଗରେ ଯିବାକୁ ନେଇ ଗାଳିଗୁଳଜ ଓ ମାରପିଟ୍‌ ହୋଇଥିଲା। ଏଥିରେ ଦୁଇଜଣ ଆହତ ହୋଇଥିଲେ। ଉକ୍ତ ଘଟଣାକୁ ନେଇ ଉଭୟପକ୍ଷ ସୋର ଥାନାରେ ଅଭିଯୋଗ କରିଥିଲେ। ଏନେଇ ସୋମବାର ସମାଧାନ କରାଯିବା ନେଇ ଥାନାରେ ଉଭୟପକ୍ଷ ରାଜି ହୋଇଥିଲେ। ତେବେ ସୋମବାର ସକାଳେ ମାଟିଆପଲା ଗ୍ରାମର କେତେକ ଯୁବକ ଈଶ୍ୱରପୁର ଗ୍ରାମର ଦୁଇ ଯୁବକଙ୍କୁ ମାଟିଆପଲା ଛକଠାରେ ଆକ୍ରମଣ କରିଥିଲେ। ଏଥିରେ ଈଶ୍ୱରପୁର ଗ୍ରାମବାସୀ ଉତ୍‌କ୍ଷିପ୍ତ ହୋଇ ଗ୍ରାମର ମହିଳା ଓ ପୁରୁଷ ମାଟିଆପଲା ଗ୍ରାମରେ ପହଞ୍ଚତ୍ କେତେକଙ୍କ ଘରେ ପଶି ଆସବାବପତ୍ର ଭାଙ୍ଗି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଲାଣି ବିଶ୍ରାମାଗାର : ଜବରଦଖଲ କରିଛନ୍ତି ଦୋକାନୀ

ବଅଁରପାଳ, ୩ା୩(ଡି.ଏନ.ଏ.) ଅନୁଗୋଳ ଜିଲାର ବଅଁରପାଳ ଭଳି ଜନଗହଳିପୂର୍ଣ୍ଣ ବଜାରରେ ବିଶ୍ରାମାଗାରଟିଏ ନ ଥିବାରୁ ବସ୍‌ ଧରିବାକୁ ଅପେକ୍ଷାରତ ଯାତ୍ରୀଙ୍କୁ ଏଠାରେ ଦୀର୍ଘ ସମୟ ଧରି...

ଏକତରଫା ପ୍ରେମରେ ପଡ଼ିଲା ରକ୍ତର ଛିଟା

ଭଞ୍ଜନଗର,୧୪।୭: ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୧୯।୧୦: ଆଜ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ...

ଏଭର୍‌ଗ୍ରୀନ କଣ୍ଠଶିଳ୍ପୀଙ୍କ ସୁପରହିଟ୍‌ ପ୍ରଦର୍ଶନ

୯୦ଦଶକର ଗୀତ ଆଜିବି ସୁପରିହିଟ୍‌ ହୋଇ ରହିଛି। ଏସବୁ ଗୀତକୁ ନେଇ ଡଟ୍‌ଫେଷ୍ଟର ସପ୍ତମ ସନ୍ଧ୍ୟାରୁ ରାତି ମତୁଆଲା ହୋଇଉଠିଥିଲା। ବଲିଉଡ୍‌ର ଦୁଇ ଲୋକପ୍ରିୟ କଣ୍ଠଶିଳ୍ପୀ...

ଦନ୍ତା ହାତୀ ଆକ୍ରମଣରେ ଜେଜେମା ମୃତ, ନାତୁଣୀ ଗୁରୁତର

ବେତନଟୀ, ୨୦।୬(ଡି.ଏନ୍‌.ଏ): ମୟୁରଭଞ୍ଜ  ଜିଲା ବେତନଟୀ ବନାଞ୍ଚଳ ଅଧିନ ଯୁଗୋଳ ପଞ୍ଚାୟତର ହଳଦୀପଦା ଗଁାରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ୨ ଜଣଙ୍କୁ ଆକ୍ରମଣ...

ଭୁବନେଶ୍ୱରରେ ଥମୁନି କରୋନା ଆକ୍ରାନ୍ତ ସଂଖ୍ୟା: ପୁଣି ଚିହ୍ନଟ ହେଲେ ୭ ସଂକ୍ରମିତ; ଅଛନ୍ତି ରେଳ ବିଭାଗ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ପୁଣି ୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩ ଲୋକାଲ କେସ୍‌...

ଅନୁଗୋଳ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୭।୭: ଅନୁଗୋଳ ସହର ଉପକଣ୍ଠରେ ଗତ ଜାନୁୟାରୀ ୨୦ରେ ଘଟିଥିବା ନାବାଳିକା ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାର ରାୟ ଶୁକ୍ରବାର ପ୍ରକାଶ...

ପୁରୀକୁ ନେଇ ବିବାଦୀୟ ମନ୍ତବ୍ୟ: ଲେଖାଶ୍ରୀଙ୍କ ବିରୋଧରେ ଏତଲା ଦେଲା ଯୁବ କଂଗ୍ରେସ

ପୁରୀ ଅଫିସ,୧୭ା୧୧: ପୁରୀକୁ ନେଇ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛି ଜିଲା ଯୁବ କଂଗ୍ରେସ । କିଛିଦିନ ପୂର୍ବରୁ ଏକ...

Advertisement
Archives

Model This Week