ରସୁଲପୁର,୧୪।୮(ଡି.ଏନ୍.ଏ.)- କୃଷକଙ୍କ ପାଇଁ କାଳିଆ(କୃଷକ ଆସିଷ୍ଟାନ୍ସ ଫର ଲାଇଭିଲହୁଡ୍ ଆଣ୍ଡ ଇନକମ୍ ଅଗମେଣ୍ଟେସନ୍)ଯୋଜନାକୁ ନେଇ ଦ୍ୱନ୍ଦ ଉପୁଜୁଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ ସରକାର ଅତି ତରବରିଆ ଭାବରେ ପ୍ରଣୟନ କରିଥିଲେ। ମାତ୍ର ଯୋଜନାକୁ ନେଇ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଠିକ୍ ଭାବରେ ପାଳନ କରି ପାରିଲେ ନାହିଁ। ସରକାର ଶପଥ ନେବା ଦିନ ସବୁ ପଞ୍ଜୀକୃତ ଚାଷୀଙ୍କ ଜମାଖାତାକୁ ଟଙ୍କା ପଠାଯିବ ବୋଲି ଭୋଟ ଗ୍ରହଣ ପୂର୍ବରୁ ଘୋଷଣ କରିଥିଲେ। ଏପରିକି ୫ଟି କିସ୍ତିରେ କୃଷକ ପରିବାରକୁ ୨୫ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଟଙ୍କାକୁ କୃଷକ ଚାଷରେ ବିନିଯୋଗ କରି ନିଜ ପରିବାରର ଜୀବିକା ନିର୍ବାହ କରିବା ସହ କୃଷି ଆୟ ବୃଦ୍ଧି କରିବାରେ ସଫଳ ହେବ। ଏହା କେବଳ ନିର୍ବାଚନୀ ପ୍ରଚାର ଥିଲା ା କୃଷି ପରିବାରକୁ ପ୍ରତିଶ୍ରୁତି ଦେଇ ପାଳନ କରି ନ ପାରି ସରକାର ଏବେ ଏକ ପ୍ରକାର କାଠଗଡ଼ାରେ ଛିଡ଼ା ହୋଇଛନ୍ତି। ସରକାର ଓ ତଦନ୍ତ ଅଧିକାରୀଙ୍କ ତଣ୍ଟିରେ ଏବେ କାଳିଆ କଣ୍ଟା ଅଟକିଛି। ଆଉ ଚାଷୀଙ୍କୁ ଭୂଆଁ ବୁଲାଇବା ପାଇଁ ଏବେ ସରକାର ନୂଆ ତରିକା ଆପଣେଇଛନ୍ତି। ତାଲିକାରେ ସ୍ଥାନ ପାଇଥିବା ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ସମୟ ଗଡ଼ାଇଛନ୍ତି। ଆଉ ଏହି ବାଦ୍ ଦେବା ପ୍ରକ୍ରିୟା ଆସନ୍ତା ୨୭ତାରିଖକୁ ଘୁଞ୍ଚାଯାଇଛି। ଏହାପଛରେ ଯୋଜନା ଉପରୁ କୃଷି ପରିବାରର ଲକ୍ଷ୍ୟ ହଟାଇବା ପାଇଁ ଷଡ଼ଯନ୍ତ୍ର ରହିଛି ବୋଲି କୃଷକନେତା ଓ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି।
ରାଜ୍ୟ ସରକାର ଶପଥ ନେବାର ଅଢେଇ ମାସ ପରେ ବି ପ୍ରକୃତ ଚାଷୀଙ୍କୁ କାଳିଆ ଟଙ୍କା ମିଳିଲା ନାହିଁ। କିଛି ଚାଷୀଙ୍କୁ ଟଙ୍କା ଦେଇ ଅନ୍ୟଙ୍କୁ ନ ଦେବା ଘଟଣା ଚାଷୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି। କୃଷକମାନେ ସରକାରଙ୍କ ଦ୍ୱାରା ପାତରଅନ୍ତର ନୀତିର ଶିକାର ହୋଇଛନ୍ତି । ଏହା ଆଶଙ୍କା କରି ନିର୍ବାଚନ ପୂର୍ବରୁ କାଳିଆ ଯୋଜନା କାର୍ଯ୍ୟକାରୀ କରିବା ଉପରେ ରୋକ ଲଗାଇବା ପାଇଁ ବିରୋଧୀ ଭାଜପା ପକ୍ଷରୁ ନିର୍ବାଚନ କମିଶନ ଉପରେ ଚାପ ପକାଇଥିଲେ ା ଏହାକୁ ନେଇ ସରକାର ବୋରୋଧୀଙ୍କୁ କଡ଼ା ସମାଲୋଚନା କରିବା ସହ ଆଚରଣବିଧିକୁ ଅଣଦେଖା କରି ଚାଷୀଙ୍କ ଜମାଖାତାକୁ ଟଙ୍କା ଛାଡ଼ିଥିଲେ। କିନ୍ତୁ ଏବେ କାଳିଆକୁ ନେଇ ସରକାରଙ୍କ ବାହାସ୍ପୋଟ ନିଜ ପାଇଁ ଅଡୁଆ ସୃଷ୍ଟି କରିଛି ା ଟଙ୍କା ଦେଇ ନ ପାରି ଯୋଗ୍ୟଅଯୋଗ୍ୟ ଆଳରେ ସରକାର ଖସି ଯିବାକୁ ପ୍ରୟାସ କରୁଛନ୍ତି ବୋଲି ନବନିର୍ମାଣ କୃଷକ ସଂଗଠନର ରସୁଲପୁର ବ୍ଲକ ଆବାହକ ମୁକୁନ୍ଦଦେବ ମହାନ୍ତି ଅଭିଯୋଗ କରିଛନ୍ତି। ଏହା ସମଗ୍ର ରାଜ୍ୟର ସ୍ଥିତି ହୋଇଥିବାବେଳେ ଯାଜପୁର ଜିଲା ରସୁଲପୁର ବ୍ଲକ ଏକ କୃଷି ପ୍ରଧାନ ବ୍ଲକ ହୋଇଥାଇ ବି ଏଠାରେ କାଳିଆ ସ୍ଥିତି ଅତି ନୈରାଶ୍ୟଜନକ ବୋଲି ଜଣାପଡିଛି । ଏହି ବ୍ଲକରେ ୫୪ହଜାର କୃଷି ପରିବାର କାଳିଆ ଯୋଜନାରେ ନାମ ପଞ୍ଜିକୃତ ହୋଇଥିବାବେଳେ ମାତ୍ର ୨୮,୭୫୨ଚାଷୀ ପରିବାରକୁ କାଳିଆ ଟଙ୍କା ମିଳିଛି ବୋଲି ସରକାରୀ ରିପୋର୍ଟରୁ ଜଣାପଡିଛି। ଏହି ତଥ୍ୟକୁ ଦେଖିଲେ ବ୍ଲକର ପ୍ରାୟତଃ ଅର୍ଦ୍ଧାଧିକ ଚାଷୀ ପରିବାରକୁ କାଳିଆ ଟଙ୍କା ମିଳିନାହିଁ ା ବଳକା ପରିବାରକୁ କାଳିଆ ଟଙ୍କା ଦେବାକୁ ହେଲେ ସରକାର ଅଯୋଗ୍ୟ ପରିବାର ଟଙ୍କା ଫେରାଇଲେ ଯୋଗ୍ୟଙ୍କୁ ଦେବେ ବୋଲି ଲକ୍ଷ୍ୟ ରଖିଛନ୍ତି ା ସେଥି ସକାଶେ ସମଗ୍ର ରା୍ଯଯରେ କୃଷକ ପରିବାରକୁ ଚିହ୍ନଟ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଏହି ଚିହ୍ନଟ କାର୍ଯ୍ୟ ଅଗଷ୍ଟ ୬ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଟଙ୍କା ପାଇଥିବା ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟଙ୍କୁ ବାଦ୍ ଦିଆଯିବା ସହ ଟଙ୍କା ଫେରାଇବା ପ୍ରକ୍ରିୟା ସାରିବାକୁ କୁହାଯାଇଥିଲା। ମାତ୍ର କାଳିଆ ତାଲିକା ଯାଞ୍ଚ କରିବାକୁ ତଦନ୍ତ ଅଧିକାରୀ କୁନ୍ଥୁକୁନ୍ଥୁ ହେଉଛନ୍ତି। ଏଦିଗରେ ଚାଷୀଙ୍କୁ ନେଇ ସରକାରଙ୍କ ଅସ୍ପଷ୍ଟ ନୀତିକୁ ଦାୟୀ କରାଯାଉଛି। ସରକାରଙ୍କ ପକ୍ଷରୁ ଚାଷୀର ସଜ୍ଞା ନିରୂପଣ ହୋଇନାହିଁ, ଭାଗଚାଷୀ କିଏ ଓ ସେମାନଙ୍କୁ କେମିତି ଚିହ୍ନଟ କରାଯିବ ସେ ଦିଗରେ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ ା ଫଳରେ ଆବେଦନକାରୀ ଚାଷୀ କି ନୁହେଁ ତାକୁ ବିଚାରକୁ ନିଆଯିବା ସମ୍ଭପର ନୁହେଁ ା କେବଳ ଆବେଦନକାରୀଙ୍କ ମଧ୍ୟରୁ ଯଦି କିଏ ମରିଯାଇଛି ତାକୁ ବାଦ୍ ଦେଇ ହେବ। ତେବେ ନିର୍ଦ୍ଧାରିତ ଅବଧି ଭିତରେ ରିପୋର୍ଟ ପ୍ରସ୍ତୁତ ହୋଇନପାରିବାରୁ ସରକାର ତଦନ୍ତ ଅବଧିକୁ ୧୪ଦିନ ବଢାଇ ଦେଇଛନ୍ତି। ବର୍ଦ୍ଧିତ ଅବଧି ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସି ପାରିବ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି। ଏ ନେଇ କାଳିଆ ଯୋଜନା ରସୁଲପୁର ବ୍ଲକ ଦାୟିତ୍ୱରେ ଥିବା ସହକାରୀ କୃଷି ଅଧିକାରୀ ତୁଷାରକାନ୍ତି ସେଠୀଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ା ସମ୍ପୂର୍ଣ୍ଣ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କୌଣସି ସୂଚନା ଦେବାକୁ ସେ ମନା କରିଦେଇଛନ୍ତି। ତେବେ ଏହି ବ୍ଲକରେ କାଳିଆ ପାଇଁ ଆବେଦନକାରୀଙ୍କ ମଧ୍ୟରେ ବିଶେଷ ପରିବର୍ତ୍ତନ ଘଟିବାର ନାହିଁ ବୋଲି କୃଷି ଅଧିକାରୀସେଠୀ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All
ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…
ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…
ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…
ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…
ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…
ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…
ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…
ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର
ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…
‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’
ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…
ସ୍ୱାଧୀନତା ଦିବସ ପରେଡ୍ରେ ବାଧକ ସାଜିଲା ଲଘୁଚାପ ବର୍ଷା
ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…
ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…
ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…
Archives

