Posted inରାଜ୍ୟ

ସରକାର ଗଠନ ଦାବି ଜଣାଇଲେ ନବୀନ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛନ୍ତି। ରବିବାର ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତ କ୍ରମେ ନେତା ନିର୍ବାଚିତ ହେବା ପରେ ରାଜଭବନ ଗସ୍ତ କରି ନବୀନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ୧୧୨ ବିଜେଡି ବିଧାୟକ ସମର୍ଥନ ପତ୍ର ହସ୍ତାନ୍ତର କରିଛନ୍ତି। ସପ୍ତାହକ ତଳେ ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟ୍‌ ସୁପାରିସ କରିଥିଲା। ରାଜ୍ୟପାଳଙ୍କ ଦ୍ୱାରା ଏହା ଅନୁମୋଦିତ ହୋଇ ଷୋଡଶ ବିଧାନସଭା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ବିଜେଡି ନିକଟରେ ପୂର୍ଣ୍ଣ ବହୁମତ ଥିବାରୁ ରାଜ୍ୟପାଳ ଗଣେଶୀଲାଲ ବିଜେଡି ବିଧାୟକ ଦଳ ନେତା ନବୀନଙ୍କୁ ସରକାର ଗଢ଼ିବା ପାଇଁ ବିଧିବଦ୍ଧ ଆମନ୍ତ୍ରଣ କରିଥିବା ଜଣାପଡ଼ିଛି। ଆସନ୍ତା ୨୯ ତାରିଖ ଅର୍ଥାତ୍‌ ବୁଧବାର ପୂର୍ବାହ୍ନରେ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ରାଜଧାନୀସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ନବୀନଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌.ଏଚ୍‌.ଜି)ର ବହୁ ସଦସ୍ୟା ଯୋଗଦେବେ। ଇତିମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ ଆର.ପି ଶର୍ମା ଏବଂ ଟୁଇନ୍‌ ସିଟି କମିଶନର ସତ୍ୟଜିତ ମହାନ୍ତି ପ୍ରମୁଖ ଶପଥ ଗ୍ରହଣ ସ୍ଥଳ ତଥା ପ୍ରଦର୍ଶନୀ ପଡ଼ିଆର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।
୬ ନମ୍ବରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପ୍ରାୟ ମଧ୍ୟାହ୍ନ ସାଢେ ୧୨ଟା ସମୟରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଏହା ପୂର୍ବରୁ ବିରାଟ ପୁଷ୍ପଗୁଚ୍ଛ ଦ୍ୱାରା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବ ନିର୍ବାଚିତ ସମସ୍ତ ବିଧାୟିକା/ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ଦଳ ସଭାପତି ନବୀନଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହାକୁ ଦଳର ସମସ୍ତ ସଭ୍ୟ ତଥା ବିଶେଷ ଭାବେ ୯ଜଣ ମହିଳା ବିଧାୟକ ସମର୍ଥନ ଜଣାଇଥିଲେ। ଏହା ପରେ ନବୀନ ପଟ୍ଟନାୟକ ନବ ନିର୍ବାଚିତ ବିଧାୟକମାନଙ୍କୁ ସଂକ୍ଷିପ୍ତ ଉଦ୍‌ବୋଧନ ଦେଇଥିଲେ। ୫ମ ଥର ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବୀନ କହିଥିଲେ ଯେ, ବିଜେଡି ବିଧାୟକ ଦଳର ସମସ୍ତଙ୍କ ପ୍ରତି କୃତଜ୍ଞ। ବିଜେଡି ଉପରେ ପୁନର୍ବାର ଭରସା କରି ଶାସନର ସୁଯୋଗ ଦେଇଥିବାରୁ ୪ କୋଟି ଓଡ଼ିଆଙ୍କୁ ଧନ୍ୟବାଦ। ଜନସାଧାରଣଙ୍କ ଆସ୍ଥା ହିଁ କଠିନ ପରିଶ୍ରମ ପାଇଁ ପ୍ରେରଣା ଦେଇଛି। ବିଜେଡିର ଲଗାତର ସଫଳତାକୁ ନେଇ ଅନେକେ ବେଳେବେଳେ ପ୍ରଶ୍ନ କରିଥାନ୍ତି, ସେମାନଙ୍କୁ ୨ଟି ଉତ୍ତର ପ୍ରଦାନ କରିଥାଏ। ପ୍ରଥମଟି ଜନତାଙ୍କୁ ପ୍ରାଧାନ୍ୟ ଏବଂ ଦ୍ୱିତୀୟରେ ଲୋକଙ୍କ ପାଇଁ କାର୍ଯ୍ୟ ବୋଲି ୫ମ ଥର ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି। ସେହିପରି କଲ୍ୟାଣକାରୀ ଯୋଜନାକୁ ପ୍ରାଧାନ୍ୟ ଦେଲେ ରାଜନୀତି କଷ୍ଟକର ବ୍ୟାପାର ହୋଇ ନ ଥାଏ। ଅଧିକ ସଂଖ୍ୟକ ବିଧାୟକ ପ୍ରଥମଥର ପାଇଁ ବିଧାନସଭାକୁ ଆସିଛନ୍ତି। ସେମାନେ ମନେ ରଖିବା ଉଚିତ ଯେ, ସେମାନେ ସରଳ ଜୀବନଯାପନ କରିବା ଉଚିତ। ସରଳ ଜୀବନଯାପନ ହିଁ ଲୋକମାନଙ୍କୁ ନିକଟତର କରିଥାଏ ବୋଲି ନବୀନ କହିଛନ୍ତି। ସର୍ବଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କଠିନ ପରିଶ୍ରମ କରିବା ସହ ଓଡ଼ିଶାକୁ ବିକାଶର ପରବର୍ତ୍ତୀ ପର୍ଯ୍ୟାୟକୁ ନେବା କାର୍ଯ୍ୟକ୍ରମରେ ସହଯୋଗ କାମନା କରିଥିଲେ। ସେହିଭଳି ନବ ନିର୍ବାଚିତ ପ୍ରତ୍ୟେକ ବିଧାୟକଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ସମସ୍ୟାକୁ ଆଖି ଆଗରେ ରଖି ତାହାର ସମାଧାନ କରିବା ଦିଗରେ କାର୍ଯ୍ୟ କରିବା ନେଇ ବିଜେଡି ସଭାପତି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ପୂର୍ବ ବିଧାନସଭାର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ଆହୁରି ତ୍ୱରାନ୍ବିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ରାଜ୍ୟକୁ ପ୍ରଗତି ଆଣିଦେବ। ଶିକ୍ଷା, ସ୍ବାସ୍ଥ୍ୟର ବିକାଶ ସହ ମହିଳା ସଶକ୍ତୀକରଣ ସରକାରଙ୍କ ପ୍ରାଥମିକତା ହେବ। ସେହିପରି ନବ ନିର୍ବାଚିତ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭଳି ଅନେକ ମହିଳାଙ୍କୁ ନେତୃତ୍ୱ ନେବାର ସୁଯୋଗ ପ୍ରଦାନ କରିଥିବାରୁ ଧନ୍ୟବାଦ। ଲୋକ ଆସ୍ଥା ଏବଂ ବିଶ୍ୱାସଭାଜନ ହୋଇଥିବାରୁ ଆଗାମୀ ଦିନରେ ବିଜେଡି ସରକାର ଲୋକଙ୍କ ପ୍ରଗତି ପାଇଁ ନିଶ୍ଚୟ କାମ କରିବ ବୋଲି ଲତିକା କହିଛନ୍ତି। ଦଳ ପକ୍ଷରୁ ନବନିର୍ବାଚିତ ବିଧାୟିକା/ବିଧାୟକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା। ବିଧାୟକ ଦଳ ବୈଠକ ପରେ ଦଳର ସମସ୍ତ ବିଧାୟକ, ଏମ୍‌ପି ଏବଂ କର୍ମକର୍ତ୍ତାଙ୍କ ପାଇଁ ହୋଇଥିବା ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?