ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଅ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ) ପକ୍ଷରୁ ଆରମ୍ଭ ହୋଇଥିବା ‘ସୋସିଆଲି ସ୍ମାର୍ଟ ପ୍ରୋଜେକ୍ଟ’କୁ ନେଇ ବୁଧବାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମୁଖ୍ୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସହରର ଉନ୍ନତୀକରଣ ପାଇଁ ଆବଶ୍ୟକ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା ହୋଇଥିଲା। ସରକାରଙ୍କ ଦ୍ୱାରା ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ଯୋଜନାଗୁଡ଼ିକର ଲାଭ ସେମାନେ କିପରି ଉଠାଇ ପାରିବେ ସେ ବିଷୟରେ ସେମାନେ ଜାଣିବା ଓ ସଚେତନ ହେବା ଆବଶ୍ୟକ ବୋଲି ଉପସ୍ଥିତ ବିଏମ୍‌ସି ଓ ବିଏସ୍‌ସିଏଲ ଅଧିକାରୀମାନେ ମତପ୍ରକାଶ କରିଥିଲେ। ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଶ୍ରୀମନ୍ତ ମିଶ୍ର, ବିଏମ୍‌ସି ଅତିରିକ୍ତ ଆୟୁକ୍ତ ସଂଘମିତ୍ରା ବେହେରା, ବିଏସ୍‌ସିଏଲ ସାମାଜିକ ପ୍ରକଳ୍ପ ପରିଚାଳକ ଦୀପ୍ତିରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ଉପରୋକ୍ତ ମତ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୋସିଆଲି ସ୍ମାର୍ଟ ପ୍ରୋଜେକ୍ଟରେ ୨୬ଟି ଓ୍ବାର୍ଡରେ ନିୟୋଜିତ ପ୍ରଗତିସାଥୀ, ଗୋଷ୍ଠୀ ସଙ୍ଗଠକ, ସାନିଟାରୀ ଇନ୍ସପେକ୍ଟର ଓ ଓ୍ବାର୍ଡ ଅଫିସରମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅଧିକାରୀମାନେ ସେମାନଙ୍କ ମତାମତ ଗ୍ରହଣ କରିଥିଲେ। ଉଲ୍ଲେଖଥାଉ କି, ବସ୍ତିବାସିନ୍ଦାମାନଙ୍କୁ ସାମାଜିକ ଭାବେ ଉନ୍ନତି ଓ ବିକଶିତ କରିବା ଲାଗି ବିଏସ୍‌ସିଏଲ ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି। ସେମାନଙ୍କୁ ସମସ୍ତ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ହିଁ ପ୍ରଗତିସାଥୀମାନଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେମାନେ ବସ୍ତିରେ ବହୁ ସଚେତନତା ମୂଳକ କାର୍ଯ୍ୟ କରିବା ସହ ଫନୀ ପରେ ଗଛ କାଟିବା ଓ ଉଠାଇବା କାର୍ଯ୍ୟ ମଧ୍ୟ କରିଛନ୍ତି। ଏଥିସହ ଗୋଷ୍ଠୀ ସଙ୍ଗଠକମାନଙ୍କ ସହ ମିଶି ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସ୍ବଚ୍ଛ ଓ ସୁସ୍ଥ ରହିବା ନେଇ ଶିକ୍ଷା ଦେଉଛନ୍ତି। ଏ ନେଇ ସେମାନେ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶରୁ ଦ୍ୱିତୀୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଧିକାରୀ କହି ୩ କୋଟିର ଲୋଭ ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ୨.୩୫ କୋଟି ଟଙ୍କା ଠକେଇ କରିବା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ...

ବଦଳିବ ସ୍କୁଲ ଖୋଲିବା ତାରିଖ: ନଭେମ୍ବରରେ ଖୋଲିବ, କିନ୍ତୁ ୧୬ରେ ନୁହେଁ…

ଭୁବନେଶ୍ୱର ୩୧।୧୦(ବ୍ୟୁରୋ): ନଭେମ୍ବର ୧୬ରେ ଖୋଲିବନି ସ୍କୁଲ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏ ନେଇ ଖୁବ୍‌ଶୀଘ୍ର ଏସ୍‌ଆର୍‌ସି...

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ ଜଣଙ୍କ ଜୀବନ ଗଲା

ସୋନପୁର,୭ା୩(ନି.ପ୍ର.): ସୋନପୁର ଜିଲା ରାମପୁର ଥାନା ବଡ଼କର୍ଲେ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋରେ ବରଯାତ୍ରୀ...

ପଞ୍ଚାୟତ ନିର୍ବାଚନ ଲାଗି ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର,୬।୧୧(ବ୍ୟୁରୋ): ରାଜ୍ୟ ନିର୍ବାଚନ ଆୟୋଗଙ୍କ ସର୍ବଦଳୀୟ ବୈଠକ ଶନିବାର ଦିନ ୧୧ ଟାରେ ବସିବ। ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛନ୍ତି ରାଜ୍ୟ...

ପଶ୍ଚିମ ଓଡ଼ିଶାରେ ଧାନର ଅଭାବୀ ବିକ୍ରି ନେଇ ବିଧାନସଭାରେ ଉଦ୍‌ବେଗ: ପଦକ୍ଷେପ ନେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୨।୭(ବ୍ୟୁରୋ): ଧାନ ଅମଳ ହୋଇ ବାହାରେ ପଡ଼ି ପଡ଼ି ଗଜା ହେଲାଣି। ଧାନ ରଖିବା ପାଇଁ ମଣ୍ଡିର କୌଣସି ବ୍ୟବସ୍ଥା ନାହିଁ। ଚାଷୀଙ୍କଠାରୁ ସରକାର...

ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କମିଛି

ଭୁବନେଶ୍ୱର,୨୪ା୯(ବ୍ୟୁରୋ): ୨୦୨୧ ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୬୪.୯୭ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର...

ଗତି ବଢ଼ାଇ ସ୍ଥଳଭାଗ ମୁହାଁ ଅମ୍ଫନ: ପାରାଦୀପଠାରୁ ୩୫୦ କିମି ଦୂରରେ; ଲ୍ୟାଣ୍ଡଫଲ୍‌ ବେଳେ ୧୮୫ କିମି ରହିବ ପବନର ବେଗ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ୍‌’ ପ୍ରଥମେ ମହାବାତ୍ୟା ଏବଂ ଏବେ ଅତିଭୀଷଣ ବାତ୍ୟାରେ ପରିଣତ ହୋଇସାରିଲାଣି।...

ବାଇକ ଉପରେ ପଡ଼ିଲା ଗଛ: ଶିଶୁପୁତ୍ର ମୃତ

ଯାଜପୁର ଅଫିସ,୨୭।୨: ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ ଶନିବାର ପୂର୍ବାହ୍ନରେ ଗଛ ଡାଳପଡି ଜଣେ ୩ ବର୍ଷର ଶିଶୁଙ୍କ ମୃତ୍ୟୁ ଘଟିଛି।...

Advertisement
Archives

Model This Week