ସରକାରୀ ଯୋଜନାରୁ ବଁଚିତ କୁଟିଆକଁଧ୍‌

ଭବାନୀପାଟଣା, ୧୩ା୫ (ଡି.ଏନ୍‌.ଏ) :  ଓଡ଼ିଶାର ଗୁଟେ ବିରଲ ଜନଜାତି ଭିତରେ କୁଟିଆକଁଧ୍‌ ଅଲଗ୍‌ ଆଏ। ସମତଲ ଆର ପାହାଡ଼ର ତଲି ଅଂଚଲରେ ଇମାନେ ରହାବସା କରସନ୍‌। ଉନିଆ ଜନଜାତି ଲେଖେଁ ଇମାନେ ବି ଜଂଗଲଜାତ ଦରବ ଉପରେ ନିରଭର କରି ଚଲସନ୍‌। ହେଲେ ଦୁଖର କଥା ସୁଆଧୀନତାର ୭୨ ବଛର ବିତିଯାଇଥିଲେ ବି ଇମାନେ ସମାଜର ମୁଖିଆ ଧାରରେ ସାମିଲ ନାଇଁ ହେଇପାରି। ଇମାନର ଅର୍ଥନୈତିକ ଆର ସାମାଜିକ ବିକାଶ ଲାଗି ସଶକ୍ତିକରଣ ଆର ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଆର ଅନ୍ୟାନ୍ୟ କଲ୍ୟାଣ ପଛୁଆ ବିଭାଗ ତରଫୁ ଖାସ୍‌ କୁଟିଆକଁଧ୍‌ ଉନ୍‌ନୟନ ସଂସ୍ଥା ଖୁଲାଯାଇଛେ। ଇ ଯୋଜନା ଜରିଆରେ ସରକାର କୁଟିଆକଁଧକର ଉନ୍‌ନତି ଲାଗି କୋଟି କୋଟି ଟଁକା ଯୁଗେଇ ଦେଉଛନ୍‌। ହେଲେ ଆଏଜ୍‌ ବି ଇ ବିରଲ ଜନଜାତି ଅନେକ ସରକାରୀ ଯୋଜନାରୁ ବଁଚିତ ହେଇ ରହିଛନ୍‌। ଇ ଯୋଜନା ଜରିଆରେ ପହେଲା ଲାଞ୍ଜିଗଡ଼ ବ୍ଲକର ୧୪ଟା ଗାଁକେ ସାମିଲ କରାଯାଇଥିଲା ଆର ପଛେ ଇ ସଂଖ୍ୟାକେ ବଢ଼ା ଯାଇଥିଲା। ହେଲେ ଆଏଜ୍‌ବି ଇ ଗାଁବାସୀମାନେ ଶିକ୍ଷା, ସୁଆସ୍‌ତିଅ, ରାସ୍‌ତାଘାଟ, ପିଇଲା ପାଏନ୍‌ ଲେଖେଁ ମଉଲିକ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ସରକାର କହୁଛନ୍‌ ସବୁ କୁଟିଆକଁଧ୍‌କୁଁ ଘର ମିଲିଛେ, ହେଲେ ଦେଖ୍‌ବାକେ ଗଲେ ଆଏଜ୍‌ବି ଶହ ଶହ କୁଟିଆ ଝାଟିମାଟି ଘରେ ରହୁଛନ୍‌। ଭୂମିହୀନମାନେ ଜଂଗଲ ଜମିପଟ୍ଟାରୁ ବଁଚିତ ଅଛନ୍‌। ସେନ୍‌ତା ପୁଷ୍‌ଟିକର ଖାଏଦ୍‌ ଜାଗାରେ ମଡ଼ିଆ ଜାଉ, ଆମ୍‌, କୁଲୁଥ୍‌ ଆର ଜଂଗଲଜାତ ଦରବ୍‌ ଇମାନକର ମୁଖିଆ ଆହାର ପାଲଟିଛେ। ପିଇଲା ପାଏନ୍‌ର ସୁବିଧା ନାଇଁଥିବାର ଲାଗି ଇମାନେ ନାଲ ନଲିଆ, ଝରନ୍‌ର ପାଏନ୍‌ ପିଇ ନିଜର ଶୋଷ୍‌ ମେଟଉଛନ୍‌। ଲାଞ୍ଜିଗଡ଼ ବ୍ଲକର ୧୪ କୁଟିଆକଁଧ୍‌ ବାସକରୁଥିବାର ଗାଁକେ ରାସ୍‌ତାଘାଟ ନଁାଇଁନ। ଯେନ୍‌ଥିରଲାଗି ଅନେକ ସମିଆରେ ଜରୁକାଲିନ ପରିସ୍ଥିତିରେ ଦମକଲ, ଆମ୍ବୁଲାନ୍ସ ନାଇଁ ଆସିପାରେ। ଗାଁରେ କାହାରି ଦିହିପା ଖରାପ ହେଲେ ଏକାଧିକ୍‌ କିଲୋମିଟର ଖଟେ ବୁହି ଡାକ୍‌ତରଖାନା ପୁହୁଁଚାବାକେ ପଡ଼ୁଛେ। ସରକାର ‘ସଭେ ପଢ଼ୁନ ସଭେ ବଢ଼ୁନ’ ନାରା ଦେଇ ପିଲାକୁ ସ୍କୁଲ ମୁହଁା କରବାର ଲାଗି ବହି, ପେଣ୍ଟସାର୍ଟ, ଜୁତା ଆଦି ଦେଉଛନ୍‌। ହେଲେ କୁଟିଆକଁଧ୍‌ ବାସକରୁଥିବାର ଅନେକ ଗାଁରେ ପିଲା ପଢ଼ବାର ଲାଗି ସ୍କୁଲ ନଁାଇଁନ। ଯେନ୍‌ ଗାଁରେ ସ୍କୁଲ ଅଛେ ସେଠାନ୍‌କେ ଶିକ୍ଷକ ନାଇଁଯିବାର। ଏନ୍‌ତା କି ଅନେକ ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ର ନାଇଁ ଥିବାରଲାଗି ଗରଭବତୀ ମହିଲା ଆର ଛୁଆମାନେ ଅପପୁଷ୍‌ଟିର ଶିକାର ହେଉଛନ୍‌। ଇ ବାବ୍‌ଦେ ଖୋଦ୍‌ ପରଶାସନ ଜାନିଥିଲେ ବି କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେବାର। ଆରଗୁଟେ ଆଡ଼େ କେନ୍ଦ୍ର ଆର ରାଏଜ୍‌ ସରକାର ସମେତ ଅନେକ ଏନ୍‌ଜିଓ କୁଟିଆ କଁଧମାନକର ବିକାଶ ଲାଗି କାମ କରୁଥିବାର କହୁଥିଲେ ବି ଅବଗା ସତ୍‌ କଥାଟା ଅଲଗ ଆଏ। ଇ ଦିଗେ ରାଏଜ ସରକାର ଆର ଥାନୀୟ ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri