ସରକାରୀ ଜମିରେ ହେବ ପାଚେରି

ବ୍ରହ୍ମପୁର ଅଫିସ୍‌,୨ା୯-ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକରେ ବ୍ରହ୍ମପୁର ଉପଜିଲାପାଳ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପଖଣ୍ଡସ୍ତରୀୟ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ରାଜସ୍ବ ପର୍ଯ୍ୟବେକ୍ଷକ ଯୋଗ ଦେଇଥିଲେ ।
ରାଜସ୍ବ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଜମି କିଣାବିକା, ସମସ୍ତ ରାଜସ୍ବ କାର୍ଯ୍ୟାଳୟ ଗୁଡ଼ିକରେ ନାମଫଳକ ଲଗାଇବା, ପାଚେରି ନିର୍ମାଣ ଏବଂ ଜନସାଧାରଣଙ୍କୁ ଠିକ୍‌ ସମୟରେ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ପାଚେରି ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତହସିଲ ଅଧୀନରେ ସମାଧାନ ଶିବିର ଆୟୋଜନ କରି ଆପତ୍ତି ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳଙ୍କ ଇସ୍ତଫା

ଭୁବନେଶ୍ୱର,୧୬।୮(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଛନ୍ତି। ୧୯୮୫ ବ୍ୟାଚ୍‌ର ଏହି ଅଫିସର ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରାଇଛନ୍ତି।...

ଏମ୍‌ଏମ୍‌ଡିଆର୍‌ ପରିବର୍ତ୍ତନ ଯୋଗୁ ଲାଭବାନ ହେବ ଓଡ଼ିଶା

ଭୁବନେଶ୍ୱର,୨୯।୨: କେନ୍ଦ୍ର ସରକାର ମାଇନ୍ସ ଆଣ୍ଡ ମିନେରାଲ ଡେଭଲପମେଣ୍ଟ ରେଗୁଲେଶନ ଆକ୍ଟ (ଏମ୍‌ଏମ୍‌ଡିଆର) ନିୟମରେ ପରିବର୍ତ୍ତନ କରିଥିବାରୁ ଓଡିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି...

ବାପାଙ୍କୁ ହତ୍ୟାକରି ଚତୁର୍ଥୀ ପୂର୍ବରୁ ଜେଲଗଲେ ପୁଅ

କେନ୍ଦୁଝର/ଝୁମ୍ପୁରା,୯ା୭ (ସ୍ବ.ପ୍ର.): ବିବାହ ସରିଲା। ଚତୁର୍ଥୀ ପାଇଁ ଘର ଦୁଆରେ ସାଜସଜ୍ଜା ଚାଲିଥିଲା। କିଛି ଘଣ୍ଟା ପରେ ହୋଇଥାନ୍ତା ଚତୁର୍ଥୀ। ମାତ୍ର ବାପାଙ୍କୁ ହତ୍ୟାକରି ଜେଲ...

ନାଳ ନିକଟରେ ପଡ଼ିଛି ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ: ପରିଚୟ ଖୋଜୁଛି ବନ୍ଧମୁଣ୍ଡା ପୋଲିସ

ରାଉରକେଲା ଅଫିସ, ୧୯।୧୨: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଜବତ କରିଛି। ମୃତଦେହ ନିକଟରେ ରକ୍ତ...

ପୁରୀ ବିଚ୍‌ ସ୍ୟାକ୍ସ ପ୍ରସ୍ତାବ ରଦ୍ଦ

ପୁରୀ ଅଫିସ,୩୧।୭: ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କାର୍ଯ୍ୟକାରୀ କରିବାକୁ ଥିବା ପ୍ରସ୍ତାବିତ ବିଚ୍‌ ସ୍ୟାକ୍ସ ଯୋଜନାକୁ ରଦ୍ଦ କରାଯାଇଛି। ପୁରୀ ସହରର...

ପୂର୍ବତନ ସଦସ୍ୟଙ୍କ ବିୟୋଗରେ ବିଧାନସଭାରେ ଶୋକ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବିଧାନସଭାର ପୂର୍ବତନ ସଦସ୍ୟଙ୍କ ବିୟୋଗରେ ବୁଧବାର ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରଲୋକଗତ ସଦସ୍ୟ ସାହୁରା ମଲ୍ଲିକ, ଉଦୀପ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଏଣିକି ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେବେ କ୍ଷେତ୍ରୀୟ କର୍ମଚାରୀ, ୨୦୨୦ ଏପ୍ରିଲ ପହିଲାରୁ ଅନ୍‌ଲାଇନ୍‌ ହେବ ବ୍ୟବସ୍ଥା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ଏଣିକି ବିଭିନ୍ନ ବାସଗୃହ ଓ କୋଠା ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଲାଗି ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଯିବାକୁ ପଡ଼ିବ ନାହିଁ। ବିଭାଗର କ୍ଷେତ୍ରୀୟ...

‘ଶ୍ରୀମନ୍ଦିର ଢାଞ୍ଚାରେ ନୃସିଂହନାଥର ବିକାଶ କରାଯିବ’

ବରଗଡ଼ ଅଫିସ୍‌/ପାଇକମାଲ,୩।୨: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ, ଜଳସମ୍ପଦ ବିଭାଗ ସଚିବ ଅନୁ...

Advertisement


Archives

Model This Week