ସରକାରୀ ଜମିରୁ ମୋରମ ଲୁଟ୍‌: ରାଜସ୍ବ ହରାଉଛନ୍ତି ସରକାର

ଔପଦା, ୧୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ତହସିଲ ଅନ୍ତର୍ଗତ ଗଡ଼ସାହି ପଞ୍ଚାୟତର କୁସୁନଦାସପୁର, ରଙ୍ଗାମାଟିଆ, ପଣ୍ଡୁଆ, ପଥରପଦା ଆଦି ଗ୍ରାମରେ ଥିବା ସରକାରୀ ଜମିରୁ ମୋରମ ଲୁଟ୍‌ କରାଯାଉଛି। ସରକାର ହଜାର ହଜାର ଟଙ୍କାର ରାଜସ୍ବ ହରାଉଥିବା ବେଳେ ପ୍ରଶାସନ ଜାଣି ମଧ୍ୟ ନୀରବଦ୍ରଷ୍ଟା ପାଲଟିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
କୁସୁନଦାସପୁର ପରିତ୍ୟକ୍ତ ମାଙ୍କଡ଼ା ଖଣି ହୁଡ଼ାରୁ ପ୍ରାୟ ୫୦୦ ଫୁଟ୍‌ରୁ ଅଧିକ ଏବଂ ପଣ୍ଡୁଆ ପଥରପଦା ଅଞ୍ଚଳରୁ ଶହ ଶହ ଫୁଟ୍‌ ମୋରମ ଲୁଟ୍‌ କରାଯାଉଛି। ଏନେଇ ବାରମ୍ବାର ସ୍ଥାନୀୟ ତହସିଲଦାର ପୀତାମ୍ବର ଭୋଇଙ୍କଠାରେ ଲିଖିତ ଅଭିଯୋଗ ହୋଇଥିଲା। ଔପଦା ତହସିଲ ଅନ୍ତର୍ଗତ ଫତେପୁର, ରାଏରାମଚନ୍ଦ୍ରପୁର, ବଡ଼ପୋଖରୀ, ଗଡ଼ସାହି, ଅଘିରାପଦା ଆଦି ପଞ୍ଚାୟତର ବଣପାହାଡ଼ ଉପକଣ୍ଠରେ ଚୋରା ପଥର ଖାଦାନ ଚାଲୁଥିବା ଅଭିଯୋଗ ହେଉଛି। ଏହା ପଛରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଠିକାଦାରମାନଙ୍କ ହାତ ଥିବା ବିଷୟ ବିଭିନ୍ନ ମହଲରେ ଅଭିଯୋଗ ହେଉଛି।
ସ୍ଥାନୀୟ ବୁଦ୍ଧିଜୀବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀକୃଷ୍ଣ ଚନ୍ଦ୍ର ନାୟକ କହନ୍ତି, ପ୍ରଶାସନ ଏବଂ ମାଫିଆମାନେ ମିଳିମିଶି ମୋରମ ଖାଦାନରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ବଡ଼ବଡ଼ ଠିକାଦାର ଓ ରାଜନେତାମାନଙ୍କ ସହ ହାତ ମିଳାଇ ମାଫିଆମାନେ ମୋରମ ଖାଦାନରୁ ମୋରମ ଉଠାଉଛନ୍ତି। ଏହାଦ୍ୱାରା ସରକାର ରାଜସ୍ବ ହରାଇବା ସହ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଚାରଣଭୂମି ନଷ୍ଟ ହୋଇଯାଉଛି। ସେ ଏହାର ବିହୀତ ତଦନ୍ତ ପାଇଁ ଦାବି କରିଛନ୍ତି।
ସାମାଜିକ କର୍ମୀ ଅଜୟ ପ୍ରଧାନ କହିଛନ୍ତି, ଚାରଣଭୂମିରୁ ମୋରମ ଉଠାଇବା ପରେ ସେଠାରେ ସୃଷ୍ଟି ହେଉଥିବା ବଡ଼ ବଡ଼ ଖାଲରେ ପାଣି ଜମି ରହୁଛି। ବର୍ଷାଦିନେ ଗୋରୁଗାଈ, ଛେଳି ଖାଲରେ ପଡ଼ି ଜୀବନ ହରାଇବା ସହ ମଣିଷମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ସେହିପରି ପୁରସ୍ତମ ବେହେରା, ଡ. ସୁଶାନ୍ତ କୁମାର ଜେନା, ସାମାଜିକ କର୍ମୀ ପ୍ରତାପ ମହାନ୍ତି, ସଂଗ୍ରାମ ପାତ୍ର ପ୍ରମୁଖ ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରଶାସନର ନୀରବତା ନେଇ ପ୍ରଶ୍ନ ଉଠାଇଛନ୍ତି।
ଔପଦା ତହସିଲଦାର ଭୋଇଙ୍କୁ ପଚରାଯିବାରୁ ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି ଓ ମୋରମ ଲୁଟେରାଙ୍କ ବିରୋଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତ ଅବହେଳା ଅଭିଯୋଗ ଆଣିଲେ ପିହୁଙ୍କ ମା’

ଭୁବନେଶ୍ୱର,୩୦।୧(ବ୍ୟୁରୋ): ‘ମୋ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲି। ହେଲେ ଥାନାରେ ମାମଲା ରୁଜୁ ନ କରି ଓଲଟା ତମେ ଯାଅ...

ଶିଳ୍ପ ପାଇଁ ଆସିବ ୪ ନୂଆ ପଲିସି

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଏବେସୁଦ୍ଧା ୯ଟି ସ୍ବତନ୍ତ୍ର ନୀତି ଆଣିଛନ୍ତି। ଏହାମଧ୍ୟରେ ଆପାରେଲ ପଲିସି, ବାୟୋଟେକ୍ନୋଲୋଜି ପଲିସି, ଓଡ଼ିଶା ଫୁଡ୍‌ ପ୍ରୋସେସିଂ...

ରାଜ୍ୟରେ ପୁଣି ୧୩୭୨ ପଜିଟିଭ୍‌ ଚିହ୍ନଟ: ୩ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି। କିଛି ଦିନ ହେବ କରୋନା ଗ୍ରାଫ୍‌ ତଳକୁ ଖସୁଥିବା ବେଳେ ତାହା ବି ସନ୍ତୋଷଜନକ ନୁହେଁ। ଶନିବାର...

ପଶ୍ଚିମ ଓଡ଼ିଶା ବନ୍ଦ ଘଟଣା: ଆଇନଜୀବୀଙ୍କୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୯ା୧୧:ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀମାନେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଦୀର୍ଘଦିନ ଧରି ଏହି ଆନ୍ଦୋଳନ ଚାଲୁ ରହିଥିବାରୁ ପଶ୍ଚିମ...

କାର୍‌ ସିକ୍ରେଟ୍‌ ଚାମ୍ବରରୁ ୪.୬୬୪ କେଜି ସୁନା, ୧୮୫.୫ କେଜି ରୁପା ଜବତ

ବ୍ରହ୍ମପୁର ଅଫିସ/ଗୋପାଳପୁର,୨ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁରରେ ସୁନା ଓ ରୁପା ଚୋରା ଚାଲାଣ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ବାହାର ରାଜ୍ୟରୁ ଟିକସ ଫାଙ୍କି ସୁନାଗହଣା...

ଏବର୍ଷ କେବଳ ପରମ୍ପରା ବଜାୟ ରଖିବା ପାଇଁ ହେବ ପୂଜା: ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ଜାରି

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ପର୍ବପର୍ବାଣୀ ପାଇଁ ଗୁରୁବାର ଗାଇଡଲାଇନ୍‌ ଜାରି କରାଯାଇଛି। ଆଗକୁ ଆସୁଥିବା ଦୁର୍ଗା ପୂଜା, କାଳୀ ପୂଜା,...

ଛାତ୍ର ସଂସଦ ନିର୍ବାଚନ ବାତିଲ: କଲେଜ, ବିଶ୍ୱବିଦ୍ୟାଳୟକୁ ଜଣାଇଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,୨୨।୮(ବ୍ୟୁରୋ)-ଚଳିତ ବର୍ଷ ରାଜ୍ୟରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର...

ଆଜିଠୁ ଖୋଲିବ ସୂର୍ଯ୍ୟମନ୍ଦିର

କୋଣାର୍କ,୨ା୮(ଡି.ଏନ୍‌.ଏ.): ଦୀର୍ଘ ୩ମାସ ବନ୍ଦ ପରେ ସୋମବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ସୂର୍ଯ୍ୟମନ୍ଦିର। ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ମନ୍ଦିର ଦାୟିତ୍ୱରେ...

Advertisement
Archives

Model This Week