ସରକାରଙ୍କୁ ଶ୍ରୀଜଗନ୍ନାଥ ସେନାର ପ୍ରସ୍ତାବ: କରୋନା ଭୟ ଥିଲେ ବିନା ଭକ୍ତରେ ହେଉ ରଥଯାତ୍ରା

ପୁରୀ ଅଫିସ,୨୦।୪: ଜୁନ୍‌ ୨୩ରେ ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ନେଇ ଏବେ ବି ଅନିଶ୍ଚିତତା ଲାଗିରହିଛି। କରୋନାର ଭୟାବହତାକୁ ଦେଖି ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡ଼ିବ ନା ରୁକୁଣା ରଥ ଭଳି ରୋକ୍‌ ଲାଗିବ। ତେବେ ଏସବୁ ଭିତରେ ରଥଯାତ୍ରା ଆୟୋଜନ ଲାଗି ସମସ୍ତ ପ୍ରକ୍ରିୟା ଜାରି ରହିଛି। ରଥଯାତ୍ରାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ରବିବାର ରାଜ୍ୟ ସରକାରଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି। ଏ ସମ୍ପର୍କରେ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଯଦି କରୋନାକୁ ନେଇ କିଛି ସମସ୍ୟା ନ ଥିବ ତେବେ ଚିରାଚରିତ ପ୍ରଥାନୁସାରେ ଜନଗହଳିରେ ରଥଯାତ୍ରା ହୋଇପାରେ। ଠିକଣା ସମୟକୁ ଯଦି କରୋନା ସଂକ୍ରମଣ କମି ନ ଥିବ ତେବେ କେବଳ ସ୍ଥାନୀୟ ପୋଲିସ ଓ ସେବାୟତଙ୍କୁ ନେଇ ବିନା ଭକ୍ତରେ ରଥଯାତ୍ରା ହେଉ। କାହାକୁ ଶ୍ରୀକ୍ଷେତ୍ର ଏବଂ ବଡ଼ଦାଣ୍ଡକୁ ଛଡ଼ାଯିବ ନାହିଁ। ଏପରି କି ସ୍ଥାନୀୟ ଲୋକଙ୍କ ଉପରେ କଟକଣା ଲଗାଯିବା ଦରକାର। ନଚେତ ସ୍ଥାନୀୟ ଲୋକଙ୍କ ଛଦ୍ମବେଶରେ ବାହାର ଲୋକ ଆସିଲେ କରୋନା ବ୍ୟାପିବାର ସମ୍ଭାବନା ରହିବ। ଏହାଦ୍ୱାରା ସ୍ଥାନୀୟ ଲୋକ ଦିଲ୍ଲୀ ନିଜାମୁଦ୍ଦିନ ଭଳି ବଦ୍‌ନାମ ହେବେ। କେବଳ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ଅନ୍ୟ କୌଣସି ଭିଆଇପି କିମ୍ବା ରାଜନେତାଙ୍କୁ ଛଡ଼ା ନ ଯାଉ। ସାମାଜିକ ଦୂରତା ପାଇଁ ରଥଖଳାକୁ ଆହୁରି ବଡ଼ କରାଯିବା ଦରକାର। କେବଳ ଦୂରଦର୍ଶନକୁ ପ୍ରସାରଣ ଦାୟିତ୍ୱ ଦିଆଯାଉ ଓ ତା’ ମାଧ୍ୟମରେ ଅନ୍ୟ ଚ୍ୟାନେଲଗୁଡ଼ିକ ପ୍ରସାରଣ କଲେ ବାହାରୁ ବଡ଼ ଭ୍ୟାନ୍‌ କିମ୍ବା ଟେଲିଭିଜନ କର୍ମଚାରୀ ଆସିବେ ନାହିଁ। ଏହାଦ୍ୱାରା ଅଯଥା ଗହଳି ହେବନି। ତେବେ ମହାପ୍ରଭୁଙ୍କ କରୁଣାରୁ ଠିକଣା ସମୟକୁ କରୋନା ଦୂରୀଭୂତ ହୋଇଯାଇଥିବ ବୋଲି ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ଏଭଳି ସମୟରେ ଭକ୍ତମାନେ ସାମାନ୍ୟ ତ୍ୟାଗ କରିବା ଦରକାର ଏବଂ ଗଜପତି ମହାରାଜା ସହଯୋଗ ପାଇଁ ସମସ୍ତଙ୍କୁ ଅନୁରୋଧ କରନ୍ତୁ ବୋଲି ଜଗନ୍ନାଥ ସେନା ନିବେଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri