ସରକାରଙ୍କୁ ଶ୍ରୀଜଗନ୍ନାଥ ସେନାର ପ୍ରସ୍ତାବ: କରୋନା ଭୟ ଥିଲେ ବିନା ଭକ୍ତରେ ହେଉ ରଥଯାତ୍ରା

ପୁରୀ ଅଫିସ,୨୦।୪: ଜୁନ୍‌ ୨୩ରେ ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ନେଇ ଏବେ ବି ଅନିଶ୍ଚିତତା ଲାଗିରହିଛି। କରୋନାର ଭୟାବହତାକୁ ଦେଖି ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡ଼ିବ ନା ରୁକୁଣା ରଥ ଭଳି ରୋକ୍‌ ଲାଗିବ। ତେବେ ଏସବୁ ଭିତରେ ରଥଯାତ୍ରା ଆୟୋଜନ ଲାଗି ସମସ୍ତ ପ୍ରକ୍ରିୟା ଜାରି ରହିଛି। ରଥଯାତ୍ରାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ରବିବାର ରାଜ୍ୟ ସରକାରଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି। ଏ ସମ୍ପର୍କରେ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଯଦି କରୋନାକୁ ନେଇ କିଛି ସମସ୍ୟା ନ ଥିବ ତେବେ ଚିରାଚରିତ ପ୍ରଥାନୁସାରେ ଜନଗହଳିରେ ରଥଯାତ୍ରା ହୋଇପାରେ। ଠିକଣା ସମୟକୁ ଯଦି କରୋନା ସଂକ୍ରମଣ କମି ନ ଥିବ ତେବେ କେବଳ ସ୍ଥାନୀୟ ପୋଲିସ ଓ ସେବାୟତଙ୍କୁ ନେଇ ବିନା ଭକ୍ତରେ ରଥଯାତ୍ରା ହେଉ। କାହାକୁ ଶ୍ରୀକ୍ଷେତ୍ର ଏବଂ ବଡ଼ଦାଣ୍ଡକୁ ଛଡ଼ାଯିବ ନାହିଁ। ଏପରି କି ସ୍ଥାନୀୟ ଲୋକଙ୍କ ଉପରେ କଟକଣା ଲଗାଯିବା ଦରକାର। ନଚେତ ସ୍ଥାନୀୟ ଲୋକଙ୍କ ଛଦ୍ମବେଶରେ ବାହାର ଲୋକ ଆସିଲେ କରୋନା ବ୍ୟାପିବାର ସମ୍ଭାବନା ରହିବ। ଏହାଦ୍ୱାରା ସ୍ଥାନୀୟ ଲୋକ ଦିଲ୍ଲୀ ନିଜାମୁଦ୍ଦିନ ଭଳି ବଦ୍‌ନାମ ହେବେ। କେବଳ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ଅନ୍ୟ କୌଣସି ଭିଆଇପି କିମ୍ବା ରାଜନେତାଙ୍କୁ ଛଡ଼ା ନ ଯାଉ। ସାମାଜିକ ଦୂରତା ପାଇଁ ରଥଖଳାକୁ ଆହୁରି ବଡ଼ କରାଯିବା ଦରକାର। କେବଳ ଦୂରଦର୍ଶନକୁ ପ୍ରସାରଣ ଦାୟିତ୍ୱ ଦିଆଯାଉ ଓ ତା’ ମାଧ୍ୟମରେ ଅନ୍ୟ ଚ୍ୟାନେଲଗୁଡ଼ିକ ପ୍ରସାରଣ କଲେ ବାହାରୁ ବଡ଼ ଭ୍ୟାନ୍‌ କିମ୍ବା ଟେଲିଭିଜନ କର୍ମଚାରୀ ଆସିବେ ନାହିଁ। ଏହାଦ୍ୱାରା ଅଯଥା ଗହଳି ହେବନି। ତେବେ ମହାପ୍ରଭୁଙ୍କ କରୁଣାରୁ ଠିକଣା ସମୟକୁ କରୋନା ଦୂରୀଭୂତ ହୋଇଯାଇଥିବ ବୋଲି ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ଏଭଳି ସମୟରେ ଭକ୍ତମାନେ ସାମାନ୍ୟ ତ୍ୟାଗ କରିବା ଦରକାର ଏବଂ ଗଜପତି ମହାରାଜା ସହଯୋଗ ପାଇଁ ସମସ୍ତଙ୍କୁ ଅନୁରୋଧ କରନ୍ତୁ ବୋଲି ଜଗନ୍ନାଥ ସେନା ନିବେଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନନୀ ଯନ୍ତ୍ରଣା: ଗ୍ରାମକୁ ରାସ୍ତା ନ ଥିବାରୁ ଭାରରେ ବୁହାହେଲେ ଗର୍ଭବତୀ

ଚିତ୍ରକୋଣ୍ଡା,୨୩।୩(ଡି.ଏନ୍‌.ଏ.): ନଜରକୁ ଆସିଛି ଆଉ ଏକ ଜନନୀ ଯନ୍ତ୍ରଣା। ଗ୍ରାମକୁ ରାସ୍ତା ନ ଥିବାରୁ ଗର୍ଭବତୀଙ୍କୁ ଭାରରେ ବୁହାଇବାକୁ ପଡ଼ିଛି। ରବିବାର ଏପରି ଦେଖିବାକୁ ମିଳିଛି...

ପାଣିରେ ପଡ଼ି ବୃଦ୍ଧ ମୃତ

ଭଣ୍ଡାରିପୋଖରୀ, ୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତ ମିଟୁଆଣି ଗ୍ରାମର ଜନୈକ ବୃଦ୍ଧ ଶୌଚ ହେବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି...

ଗଣେଶ ମୂର୍ତ୍ତି ବିସର୍ଜନ କରି ଫେରିବା ବେଳେ ଅଘଟଣ: ଅଟୋ ଓଲଟି ୩ ଗୁରୁତର, ୭ ଆହତ

ଗଞ୍ଜାମ,୯।୯(ଡି.ଏନ୍‌.ଏ.): ଗଣେଶ ମୂର୍ତ୍ତି ବିସର୍ଜନ କରି ଫେରୁଥିବା ବେଳେ ଅଘଟଣ। ଅଟୋ ଓଲଟି ପଡ଼ିବାରୁ ସାତ ଜଣ ଆହତ ହୋଇଥିବା ବେଳେ ତିନି ଜଣ ଗୁରୁତର...

ଓଡ଼ିଶାକୁ ଇତିହାସରେ ସର୍ବାଧିକ ରେଳ ଅନୁଦାନ: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୩।୨(ବ୍ୟୁରୋ): ଓଡ଼ିଶାକୁ ରେଳ ବଜେଟ ଅନୁଦାନ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି। ଖବରଦାତା ସମ୍ମିଳନୀରେ ରେଳ ବଜେଟକୁ ନେଇ ସେ କହିଛନ୍ତି,...

ଶିଶୁକନ୍ୟା ଜନ୍ମ ହେବାରୁ ମା’ ହସ୍ପିଟାଲରୁ ଫେରାର

ବ୍ରହ୍ମପୁର ଅଫିସ,୧୭।୭: ଜଣେ ମା’ ଶିଶୁକନ୍ୟାଙ୍କୁ ଜନ୍ମ ଦେବା ପରେ ମେଡିକାଲରୁ ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ଶୁକ୍ରବାର ରାତିରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି।...

ଦାରିଙ୍ଗବାଡ଼ିରେ ଝଡବର୍ଷା, କୁଆ ପଥର ବୃଷ୍ଟି

ଦାରିଙ୍ଗବାଡ଼ି,୨୦।୪(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକର ଦାରିଙ୍ଗବାଡ଼ି ସମେତ ଶ୍ରାନିକେତା, ଦଣ୍ଡିମା, ସିମନବାଡ଼ି, ତେରାବାଡ଼ି, ଡବୁଲମାହା, କିରିକୁଟି ଆଦି ଅଞ୍ଚଳରେ ସୋମବାର ଅପରାହ୍ନରେ ବର୍ଷାପବନ ସହ କୁଆପଥର ବୃଷ୍ଟି...

ମଦ ଦୋକାନ ଲାଇସେନ୍ସ ଫି’ ଛାଡହେବ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ହାସଲ କରିବାକୁ ରାଜ୍ୟ...

CORONAVIRUS UPDATE: ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୦୭

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦ଜଣ ଗଞ୍ଜାମ ଜିଲାର ରହିଥିବା ବେଳେ କେନ୍ଦ୍ରାପଡ଼ାର ୫, ଭଦ୍ରକର...

Advertisement
Archives

Model This Week