ସମ୍ବଲପୁର ଜିଲାପାଳଙ୍କଠାରେ ଫେରାଦ ହେଲେ ପରୀକ୍ଷାରୁ ବାଦ୍‌ ପଡ଼ିଥିବା ଛାତ୍ରୀଛାତ୍ର

ସମ୍ବଲପୁର,୫।୩(ବ୍ୟୁରୋ):ସମ୍ବଲପୁର ଜିଲା ଧନୁପାଲି ଥାନା ଏକ ଅଣସ୍ବୀକୃତି ପ୍ରାପ୍ତ ଘରୋଇ କଲେଜର ଛାତ୍ରୀଛାତ୍ର ଯୁକ୍ତ ୨ କଳା ପରୀକ୍ଷା ଦେବାରୁ ବାଦ୍‌ ପଡ଼ିଥିଲେ। ଗୁରୁବାର ଛାତ୍ରୀଛାତ୍ରମାନେ ଏ ନେଇ ଜିଲା ପ୍ରଶାସନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲାପାଳ ଶୁଭମ୍‌ ସକ୍ସେନାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ସେମାନେ ଆଲୋଚନା କରିଛନ୍ତି। କଲେଜ କର୍ତ୍ତୃପକ୍ଷ କିଭଳି ଭାବେ ଠକେଇ କରି ସେମାନଙ୍କ ଭବିଷ୍ୟତ ସହ ଖେଳିଛନ୍ତି ସେ ନେଇ ଏକ ଦାବିପତ୍ର ପ୍ରଦାନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ବୁଧବାର ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବାରୁ ବାଦ୍‌ ପଡ଼ିବା ପରେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏ ନେଇ ଦୁଇଜଣିଆ ପୋଲିସ ଟିମ୍‌ କଲେଜ ଅଧ୍ୟକ୍ଷ ତୁଷାର ରଞ୍ଜନ ବାରିକଙ୍କୁ ଗିରଫ କରିବାକୁ ଭୁବନେଶ୍ୱର ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଗୁରୁତର, ପିସ୍ତଲ ଜବତ୍‌

ବଲାଙ୍ଗୀର ଅଫିସ, ୧୭ା୬:  ବଲାଙ୍ଗୀର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ମହୀମୁଣ୍ଡା-ଦୁହେଲ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣାଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଛି। ଏଥିରେ ସୀତାରାମ...

ରାଜ୍ୟରେ ଚାଲିଛି ୩୬ ରେଳ ପ୍ରକଳ୍ପ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଓଡ଼ିଶାରେ ବର୍ତ୍ତମାନ ୩୬ ରେଳ ପ୍ରକଳ୍ପ ରହିଛି। କେତେକ ପ୍ରକଳ୍ପର କାର୍ଯ୍ୟ ଚାଲୁଥିବାବେଳେ ଆଉକିଛି ବିଭିନ୍ନ ଅନୁମତି ଅପେକ୍ଷାରେ ରହିଛି। ସେହିଭଳି କେତେକ ପ୍ରକଳ୍ପର...

ଦାରିଙ୍ଗବାଡ଼ିରେ ତୁଷାରପାତ, ୪ ଡିଗ୍ରୀକୁ ଖସିଲା ତାପମାତ୍ରା

ଦାରିଙ୍ଗବାଡ଼ି,୨୦ା୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଅସହ୍ୟ ଶୀତ ଅନୁଭୂତ ହେବା ସହ ତୁଷାରପାତ ହୋଇଛି। ଏହା ଦେଖିବାକୁ ସ୍ଥାନୀୟ ଲୋକଙ୍କ ସମେତ...

ମା’ କୋଳକୁ ଫେରିଲା ଅପହୃତ ଶିଶୁ

ବରଗଡ଼ ଅଫିସ,୩ା୧: ବରଗଡ଼ ସହର ଉପକଣ୍ଠ ସିମେଣ୍ଟ ନଗରରୁ ରବିବାର ସନ୍ଧ୍ୟାରେ ଅପହୃତ ଶିଶୁ (୯) ବିଳମ୍ବିତ ରାତିରେ ମା’ କୋଳକୁ ଫେରିଛି। ପୁଅକୁ ଦେଖି...

‘ଜାତୀୟ ସମ୍ମିଳନୀରେ ଓଡ଼ିଶାର ଏସ୍‌ସି,ଏସ୍‌ଟିଙ୍କ ଅଧିକାର ନେଇ ଆଲୋଚନା ହେଉ’

ଭୁବନେଶ୍ୱର,୩।୪(ବ୍ୟୁରୋ): ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ ସୋମବାର ନୂଆଦିଲ୍ଲୀରେ ଦେଶର ସାମାଜିକ ନ୍ୟାୟ ସମ୍ପର୍କିତ ସମ୍ମିଳନୀ ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀରେ ବିରୋଧୀ ଦଳଗୁଡ଼ିକର...

ପ୍ରତି ବର୍ଗକି.ମି.ରେ ୯୦ ପ୍ରାଣୀ

ସମ୍ବଲପୁର,୨୫।୬(ଶୁଭାଶିଷ ପାଢ଼ୀ)ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଗଣନା ଶେଷ ହୋଇଛି। ପ୍ରାୟ ୩୫୦ ବର୍ଗକିଲୋମିଟର ପରିମିତ ଅଭୟାରଣ୍ୟରେ ବନ୍ୟପ୍ରାଣୀ ସଂଖ୍ୟା ଚଳିତବର୍ଷ ବୃଦ୍ଧି ପାଇଛି। ଏଥିରେ...

‘ଦେଶରେ ଅଧିକ ବ୍ଲୁ ଫ୍ଲାଗ ବିଚ୍‌ କରାଯିବ’

ପୁରୀ ଅଫିସ,୮।୧୦: ସାଗର ତଟ ଅଭିଯାନ ଓ ୭୫ତମ ଆଜାଦି କା ଅମୃତ ମହୋତ୍ସବ ଗୁରୁବାର ବ୍ଲୁ ଫ୍ଲାଗ ବିଚ୍‌ରେ ଅନୁଷ୍ଠିତ ହୋଇଯାଇଛି। ଦେଶର ୧୦ଟି...

Advertisement
Archives

Model This Week