ସମ୍ପୂର୍ଣ୍ଣ ଋଣ ଛାଡ଼ ଦାବି କଲେ ମହିଳା ଗୋଷ୍ଠୀ

ବାରିପଦା ଅଫିସ, ୯ା୬- ନିଜର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ପୂର୍ବରୁ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି)ର ମହିଳାମାନେ ବିଭିିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ଟଙ୍କା ଋଣ ଆଣିଥିଲେ। ସୁଧ ସହ ସେମାନେ ନିୟମିତ କିସ୍ତି ପୈଠ କରୁଥିଲେ। ହେଲେ ମହାମାରୀ କରୋନା ଯୋଗୁଁ ସେମାନଙ୍କ ରୋଜଗାର ଠପ୍‌ ହୋଇପଡ଼ିଛି। ଏପରିସ୍ଥଳେ ସେମାନେ ଟଙ୍କା କିପରି ଋଣ ସୁଝିବେ ସେ ନେଇ ଚିନ୍ତାରେ ଅଛନ୍ତି। ଏଭଳି ଘଡିସନ୍ଧି ସମୟରେ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ଆସି ସେମାନଙ୍କୁ ସୁଧ ଟଙ୍କା ଦେବା ପାଇଁ ବାଧ୍ୟ କରୁଛନ୍ତି। ତେଣୁ ସେମାନଙ୍କ ଋଣ ଟଙ୍କା ସମୂର୍ଣ୍ଣ ଛାଡ଼ କରିବା ପାଇଁ ରାଜ୍ୟ ସରକାର ଉକ୍ତ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳାମାନେ ଦାବି କରିଛନ୍ତି। ସୋମବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ବାରିପଦା ପୌରପରିଷଦ ୱାର୍ଡ଼ ନଂ.୨୮ର ଏସ୍‌ଏଚଜି ମହିଳାମାନେ ଉପରୋକ୍ତ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିଲେ। ଏ ନେଇ ଗତ ୨୯ ତାରିଖରେ ମହିଳାମାନେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ହେଲେ ଏ ଯାଏ ଏହାର କୌଣସି ସମାଧାନ ହୋଇ ନ ଥିବା କାରଣରୁ ବାଧ୍ୟ ହୋଇ ଆନ୍ଦୋଳନ କରିଥିଲେ। ପରେ ମହିଳାମାନେ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ନମିତା ଚାନ୍ଦଙ୍କ ନେତୃତ୍ୱରେ ଏକାଧିକ ମହିଳା ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗରିକତ୍ୱ ସଂଶୋଧନ ବିଲ୍‌ ପ୍ରସଙ୍ଗ: ବିଜେଡି-ଭାଜପା ସମ୍ପର୍କକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ବିଲ୍‌କୁ କଂଗ୍ରେସ ପାର୍ଲାମେଣ୍ଟ ଭିତରେ ଏବଂ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି। ଏହି ଅବସରରେ ନିଖିଳ ଭାରତ...

ପୂର୍ବତଟ ରେଳପଥରେ ଗଡ଼ିବ ଆଉ ୪ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୧୧।୧୦(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଆଉ ୪ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି...

ଥମୁନି ହାତୀ-ମଣିଷ ଲଢ଼େଇ: ୧୧ ବର୍ଷରେ ଗଲାଣି ୨୧ଜୀବନ

ଖୋର୍ଦ୍ଧା ଅଫିସ,୧୩।୯: ଖୋର୍ଦ୍ଧା ବନଖଣ୍ଡରେ ଥମୁନି ହାତୀ-ମଣିଷ ଲଢ଼େଇ। ଗତ ୧୧ବର୍ଷରେ ହାତୀ ଆକ୍ରମଣରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ବର୍ଷରେ ୭ଟି ହାତୀଙ୍କ ମୃତ୍ୟୁ...

ଫି’ ହ୍ରାସ ନିର୍ଦ୍ଦେଶ ନ ମାନିଲେ ସ୍କୁଲ ସ୍ବୀକୃତି ପ୍ରତ୍ୟାହାର ହେଉ

କଟକ ଅଫିସ, ୩ା୨: କରୋନା ମହାମାରୀରେ ଆର୍ଥିକ ସମସ୍ୟାକୁ ନେଇ ବେସରକାରୀ ସ୍କୁଲରେ ଫି’ ଆଦାୟକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ପୂର୍ବରୁ ହୋଇଥିବା...

ବରଗଡ଼ରୁ ପୁଣି ୨କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଲା

ବରଗଡ଼ ଅଫିସ,୪।୭: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ଶନିବାର ଜିଲାରେ ପୁଣି ୨ ନୂଆ ଆକ୍ରାନ୍ତ ଚିହ୍ନଟ...

୨୯ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ : ପ୍ରଦର୍ଶନୀ ପଡ଼ିଆର ସୁରକ୍ଷା ଅନୁଧ୍ୟାନ କଲେ ଡିଜିପି

ଭୁବନେଶ୍ୱର, ୨୭।୫(ବ୍ୟୁରୋ:  ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇଥିବା ବିଜେଡି ପୁଣି ସରକାର ଗଠନ କରିବାକୁ ଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମଥର...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...

ରାଜ୍ୟ ଋଣ ଭାର ବଢ଼ୁଛି

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ର ଅକ୍ଟୋବର ଶେଷ ବେଳକୁ ରାଜ୍ୟର ଋଣ ଭାର ୧,୦୩,୮୨୦.୭୧ କୋଟି ଟଙ୍କାରେ ପହଞ୍ଚତ୍ଥିବା ବେଳେ ତାହା ମାର୍ଚ୍ଚ ଶେଷ...

Advertisement
Archives

Model This Week