ସମ୍ପାଦକୀୟ/ନୀତି ନୁହେଁ, ବୁଝାମଣା

କର୍ନାଟକରେ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ସରକାର ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ୮ ଜୁଲାଇରେ ୨୧ କଂଗ୍ରେସ ମନ୍ତ୍ରୀ, ଜେଡି(ଏସ୍‌)ର ୯ ମନ୍ତ୍ରୀ ଏବଂ ସ୍ବାଧୀନରୁ ୨ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ନିକଟରେ କଂଗ୍ରେସ ଓ ଜେଡି(ଏସ୍‌)ର ୧୪ ବିଧାୟକ ଇସ୍ତଫା ଦେବା ପରେ ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ସଂଖ୍ୟା ୨୧୦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ସଂଖ୍ୟାକୁ ଦୃଷ୍ଟି ଦେଲେ ସରକାର ଗଠନ ଲାଗି ମ୍ୟାଜିକ୍‌ ବା କୁହୁକ ନମ୍ବର ୧୦୬ ହେଉଛି। ଭାଜପାର ୧୦୫ ସଦସ୍ୟ ଥିବା ବେଳେ ଦୁଇ ସ୍ବାଧୀନ ବିଧାୟକ ଗୈରିକ ଦଳକୁ ସମର୍ଥନ କରିବା ବିଷୟ ଘୋଷଣା କରିସାରିଛନ୍ତି। ତେବେ ଇସ୍ତଫା ଦେଇଥିବା ସଦସ୍ୟଙ୍କ ପତ୍ରକୁ ବାଚସ୍ପତି ଗ୍ରହଣ କଲେ କର୍ନାଟକରେ ରାଜନୈତିକ ପଟ ପରିବର୍ତ୍ତନ ହେବା ଜଳ ଜଳ ଦିଶୁଛି। ସମୀକ୍ଷକମାନେ କହୁଛନ୍ତି ଯେ, ଏଚ୍‌.ଡି. କୁମାରସ୍ବାମୀଙ୍କ ବଦଳରେ କଂଗ୍ରେସରୁ କାହାରିକୁ ମୁଖ୍ୟମନ୍ତ୍ରୀ କରାଯିବା ଲାଗି ଆଲୋଚନା ଚାଲିଛି। ଇସ୍ତଫା ଦେଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଗଲେ କଂଗ୍ରେସ ସେଠାରେ ସରକାର ଗଠନ କରିପାରେ। ହେଲେ ଏବେ କଂଗ୍ରେସ ମୁରବିବିହୀନ ହୋଇଯାଇଥିବାରୁ କେଉଁ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ତାହା ସ୍ଥିର ହୋଇପାରୁ ନାହିଁ। ଏଭଳି ସ୍ଥଳେ ଭାଜପା ଫାଇଦା ନେବାକୁ ଆଗେଇ ଆସିବା ସ୍ବାଭାବିକ। ତେବେ କର୍ନାଟକ ରାଜନୈତିକ ଦୃଶ୍ୟପଟ କେଉଁ ରୂପ ନେବ, ତାହା ୯ ଜୁଲାଇରେ ଜଣାପଡ଼ିବ। ବାଚସ୍ପତି ରମେଶ କୁମାର ଇସ୍ତଫା ଦେଇଥିବା ବିଧାୟକଙ୍କ ବିଷୟରେ ଏହିଦିନ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
ଲୋକ ସଭା ନିର୍ବାଚନରେ ବିପୁଳ ସମର୍ଥନ ପାଇ କେନ୍ଦ୍ରରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବା ପରେ ସାଧାରଣରେ ଆଲୋଚନା ଆରମ୍ଭ ହୋଇଥିଲା ଯେ, କର୍ନାଟକରେ ଯେମିତି ହେଉ ପଛେ କ୍ଷମତା ପରିବର୍ତ୍ତନ ହେବା ଦିଗରେ ଉଦ୍ୟମ କରାଯିବ। କାରଣ ଭାଜପା ୧୦୫ ଆସନ ପାଇଯିବାରୁ ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ବି.ଏସ୍‌. ୟେଦୁୁରପ୍ପା ୧୩ ମାସ ତଳେ କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ସେ ଗୃହରେ ଶକ୍ତିପରୀକ୍ଷାର ସମ୍ମୁଖୀନ ହେବା ପୂର୍ବରୁ ହାରିଯିବା ଆଶଙ୍କା କରି ଇସ୍ତଫା ଦେବାରୁ କୁମାରସ୍ବାମୀ କଂଗ୍ରେସ ବଳରେ ବଳୀୟାନ୍‌ ହୋଇଥିଲେ। ମାତ୍ର ୩୭ ବିଧାୟକଙ୍କ ସମର୍ଥନ ପାଇ ଆସିଥିବା ଏକ କ୍ଷୁଦ୍ର ନେତୃତ୍ୱକୁ ମୁଖ୍ୟମନ୍ତ୍ରୀ ଆସନ ଟେକି ଦେଇ କର୍ନାଟକ ଶାସନରୁ ଭାଜପାକୁ ଦୂରେଇ ରଖିବା ସକାଶେ କଂଗ୍ରେସ ଏଭଳି ତ୍ୟାଗ କରିଥିଲା। ବିଧାନସଭାରେ ସର୍ବାଧିକ ଆସନ ହାସଲ କରିଥିବା ଭାଜପା କ୍ଷମତାରୁ ହଟିଯିବା ପରେ ୟେଦୁରପ୍ପା ଓ ତାଙ୍କ ଟିମ୍‌ ସେବେଠାରୁ ସେଠାକାର ମେଣ୍ଟ ସରକାରକୁ ଗଡ଼ାଇବା ପାଇଁ ଉଦ୍ୟମ କରୁଥିଲେ ବୋଲି ରାଜନୈତିକ ବିଶ୍ଳେଷକମାନେ କହିଆସିଛନ୍ତି । ଆଜି ଯେତେବେଳେ କଂଗ୍ରେସ ଏବଂ ଜେଡି(ଏସ୍‌)ର ସଦସ୍ୟମାନେ ଇସ୍ତଫା ଦେଇଛନ୍ତି, ତାହା ଭାଜପା ପ୍ରରୋଚନାରେ କରାଯାଇଛି ବୋଲି ଅଭିଯୋଗ ହେଉଛି। ଅବଶ୍ୟ ଅଭିଯୋଗ ଅମୂଳକ ହୋଇ ନ ପାରେ। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, କର୍ନାଟକରେ ରାଜନୈତିକ ସଙ୍କଟ ଲାଗି ଭାଜପାର କୌଣସି ଭୂମିକା ନାହିଁ। ସିଂଙ୍କ ଏଭଳି କଥାକୁ ସହଜରେ ବିଶ୍ୱାସ କରିହେଉ ନାହିଁ। କାରଣ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ନ ହୋଇପାରିବା ଏବଂ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହେବା ବିଷୟ ଭାଜପା ପାଇଁ ଚ୍ୟାଲେଞ୍ଜ ହୋଇ ରହିଆସିଛି। ତେଣୁ ଭାଜପା ସୁଯୋଗ ଉଣ୍ଡୁଥିଲା କିଭଳି ସେଠାରେ ରାଜନୈତିକ ସଙ୍କଟ ସୃଷ୍ଟି ହେଉ।
୨୦୨୪ ମସିହାରେ ଭାଜପାର ସ୍ଥିତି ଖରାପ ହେବ ବୋଲି ଦଳର ଶୀର୍ଷସ୍ତରୀୟ ନେତୃତ୍ୱ ବୁଝିସାରିଛନ୍ତି। ଆସନ୍ତା ବର୍ଷଗୁଡ଼ିକରେ ଦେଶର ଅର୍ଥନୀତିର ମଙ୍ଗ ଧରିଥିବା ମୋଦି ସରକାର ବିଫଳତାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସେଥିପାଇଁ ରାଜନୈତିକ ପ୍ରସ୍ତୁତି ନିମନ୍ତେ ରାଜ୍ୟ ସରକାରଗୁଡ଼ିକୁ ସାଥିରେ ଆଣିବା ହୋଇଛି ଭାଜପାର ମୁଖ୍ୟ ଲକ୍ଷ୍ୟ। ୨୦୧୯ ସାଧାରଣ ନିର୍ବାଚନ ପରେ ଏହି କାର୍ଯ୍ୟର ଗୁରୁତ୍ୱ ଅଧିକ ବୃଦ୍ଧି ପାଇଛି। ଓଡ଼ିଶା ଭଳି ରାଜ୍ୟରେ ଭିନ୍ନ ଦଳର ଶାସନ ଥିଲେ ମଧ୍ୟ ରାଜନୈତିକ ଭିତିରି ବୁଝାମଣା ବଳରେ ଭାଜପାର ପ୍ରଭାବ ପ୍ରାୟ ବିସ୍ତାର ହୋଇସାରିଲାଣି। ସେହିଭଳି କର୍ନାଟକ ଓ ପଶ୍ଚିମବଙ୍ଗରେ ବୁଝାମଣାର ସମ୍ଭାବନା ନ ଥିବାରୁ ସେହି ଦୁଇ ରାଜ୍ୟ ସରକାରଙ୍କୁ ଭାଙ୍ଗିବାର ଉଦ୍ୟମ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri