Posted inଫୁରସତ

ସମୁଦ୍ରକୂଳ ଆର୍ବଜନାରୁ ଯୁବକଙ୍କୁ ମିଳିଲା ୩୦୫ ବର୍ଷ ତଳର ଗୁପ୍ତଧନ

ରାତାରାତି ଧନୀ ହେବାକୁ କିଏ ବା ନ ଚାହେଁ। କେବଳ ଏକ ସୁଯୋଗକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଏଭଳି ସୁଯୋଗ କେବଳ ଭାଗ୍ୟବାନଙ୍କୁ ମିଳିଥାଏ। କିଛି ଏଭଳି ଘଟଣା ଘଟିଛି ଫ୍ଲୋରିଡାରେ। ଯେଉଁଠାରେ ସମୁଦ୍ର କୂଳ ନିକଟରେ ଥିବା ଆର୍ବଜନାରୁ ୨ଜଣ ଯୁବକଙ୍କୁ ୩୦୫ ବର୍ଷ ପୁରୁଣା ଗୁପ୍ତଧନ ବା ଖଜାନା ମିଳିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସେଣ୍ଟ ଲୁସିରେ ରହୁଥିବା ୪୩ ବର୍ଷୀୟ ଜୋନା ମାର୍ଟିନେଜ୍‌ ନିଜ ବନ୍ଧୁଙ୍କ ସହ ଏକ ଐତିହାସିକ ଜିନିଷକୁ ଖୋଜି ବାହାର କରିପାରିବାରେ ସକ୍ଷମ ହୋଇଛନ୍ତି। ସେମାନେ ଇଣ୍ଡିଆନ ରିଭର କାଉଣ୍ଟିରେ ଟର୍ଟଲ ଟ୍ରେଲ ବିଚ୍‌ ନିକଟରେ ପଡ଼ି ରହିଥିବା ଏକ ପୁରୁଣା ଜାହାଜରୁ ସ୍ପେନର ମୁଦ୍ରାକୁ ଖୋଜି ବାହାର କରିଛନ୍ତି। ସେମାନଙ୍କୁ ୨୨ଟି ମୁଦ୍ରା ମିଳିଥିବା ବେଳେ ଏହା ୩୦୫ ବର୍ଷର ପୁରୁଣା ବୋଲି ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ୭,୦୦୦ଡଲାର (ପ୍ରାୟ ୫,୧୬,୧୪୫ ଲକ୍ଷ ଟଙ୍କା) ହେବ। ମାର୍ଟିନେଜ୍‌ଙ୍କୁ ସମୁଦ୍ରରୁ କିଛି ନିଆରା ବା ନୂଆ ଜିନିଷକୁ ଖୋଜି ବାହାର କରିବାରେ ବେଶ୍‌ ରୁଚି ରହିଛି। ଏହା ପୂର୍ବରୁ ମଧ୍ୟ ପ୍ରାୟ ୬.୫ ମିଲିୟନ୍‌ ଡଲାର ମୂଲ୍ୟର ସୁନାକୁ ଖୋଜି ବାହାର କରିଥିଲେ। ଏଥିପାଇଁ ତାଙ୍କୁ ଟ୍ରେଜେରୀ ହଣ୍ଟର ବୋଲି କୁହାଯାଏ। ଅପରପକ୍ଷେ କୁହାଯାଉଛି ୧୭୧୫ ଜୁଲାଇ ୩୧ରେ ୧୨ ସ୍ପାନିଶ୍‌ ଜାହାଜ ଗୁପ୍ତଧନ ନେଇ ସ୍ପେନ୍‌ ଅଭିମୂଖେ ଯାଇଥିଲା। କିନ୍ତୁ ଫ୍ଲୋରିଡା ତଟରୁ କିଛି ଦୂରରେ ଏକ ତୋଫାନ ହୋଇଥିଲା। ଏହି ତୋଫାନରେ ୧୧ ଜାହାଜ ବୁଡ଼ିଯାଇଥିଲା ଏବଂ ସେଥିରେ ଜାହାଜରେ ଥିବା ମୂଲ୍ୟବାନ ପଦାର୍ଥର ଏକ ବଡ଼ ଅଂଶ ମଧ୍ୟ ବୁଡ଼ିଯାଇଥିଲା। ଯାହା ଆଜି ବି ସମୁଦ୍ର ତଳେ ଦବି ହୋଇ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ହତ୍ୟା ଧମକ

ଇନ୍ଦୋର,୨୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା କରିବାର ଧମକ ମିଳିଲା। ଏହି ଘଟଣା ପୋଲିସ ଏବଂ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?