Posted inଖେଳ

ସମାଲୋଚନା ଦ୍ୱାରା ପ୍ରଭାବିତ ହୁଏ ନାହିଁ: ସିନ୍ଧୁ

ନୂଆଦିଲ୍ଲୀ,୨।୧(ପି.ଟି.)- ସମାଲୋଚନା ମୋତେ ପ୍ରଭାବିତ କରେନାହିଁ। ପ୍ରଶଂସକଙ୍କ ଆଶା ଦ୍ୱାରା ମଧ୍ୟ ଆଦୌ ପ୍ରଭାବିତ ହୁଏ ନାହିଁ ବୋଲି ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ କହିଛନ୍ତି। ଟୋକିଓରେ ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ପୁରା ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ମନୋନିବେଶ କରୁଛି ବୋଲି ସେ କହିଛନ୍ତି। ୨୦୧୯ରେ ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ତେବେ ଏହାପରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ। ସିଜନର ବାକି ଟୁର୍ନାମେଣ୍ଟଗୁଡିକରେ ସିନ୍ଧୁ କେତୋଟି ଟୁର୍ନାମେଣ୍ଟରେ ଆରମ୍ଭରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। କେତେଗୁଡିଏ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ବେଶ୍‌ ସକାରାତ୍ମକ ରହିଛି। ପ୍ରତ୍ୟେକ ମ୍ୟାଚ୍‌ ଜିତିବା ସମ୍ଭବ ନୁହେଁ। ବେଳେ ବେଳେ ଜଣେ ଖେଳାଳି ଉଚ୍ଚକୋଟୀର ପ୍ରଦର୍ଶନ କରିଥାନ୍ତି। ଆଉ ଅନ୍ୟ ବେଳେ ତ୍ରୁଟି କରିଥାନ୍ତି ବୋଲି ସେ କହିଛନ୍ତି। ସିନ୍ଧୁ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ (ପିବିଏଲ୍‌)ର ପରବର୍ତ୍ତୀ ସଂସ୍କରଣରେ ଅଂଶଗ୍ରହଣ କରିବେ।
ତ୍ରୁଟି ତଥା ଭୁଲରୁ ବହୁତ କିଛି ଶିକ୍ଷା କରିଥାଏ। ସକାରାତ୍ମକ ମନୋଭାବ ପୋଷଣ କରିବା ଓ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବା ଉପରେ ସବୁବେଳେ ଗୁରୁତ୍ୱ ଦେଇଥାଏ ବୋଲି ସେ କହିଛନ୍ତି। ତ୍ରୁଟି ସୁଧାରିବା ପାଇଁ ଟେକ୍‌ନିକ ଉପରେ ଏବେ କାର୍ଯ୍ୟ କରୁଛି। ମୋ ଉପରେ ସମସ୍ତଙ୍କର ଆଶା ରହିଛି। ଚାପ ଓ ସମାଲୋଚନା ଦ୍ୱାରା ପ୍ରଭାବିତ ହୋଇ ନ ଥାଏ। ସବୁବେଳେ ବିଜୟୀ ହେବା ପାଇଁ ଲୋକ ଚାହିଁଥାନ୍ତି। ତେବେ ଅଲିମ୍ପିକ୍‌ ହେଉଛି ମୋର ସବୁଠାରୁ ମୁଖ୍ୟଲକ୍ଷ୍ୟ । ଆଗକୁ ଅଲିମ୍ପିକ୍‌ ସେସନ ଆରମ୍ଭ ହେବାକୁ ଯାଉଥିବାରୁ ଟେକ୍‌ନିକ ଉପରେ ବହୁତ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ହାସଲ କରିଥିଲେ। ତେଣୁ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଲେ ସେ ଦ୍ୱିତୀୟ ଭାରତୀୟ ଭାବେ ପଦକ ଜିତି ରେସଲର ସୁଶୀଲ କୁମାରଙ୍କ ସମକକ୍ଷ ହେବେ।
ସୁଶୀଲ ଦେଶ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ଏବେ ତାଙ୍କ ସହିତ ସମକକ୍ଷ ହେବା ପାଇଁ ସୁଯୋଗ ମିଳିଛି। ଦ୍ୱିତୀୟଥର ପାଇଁ ଅଲିମ୍ପିକ ପଦକ ହାସଲ କରିବାକୁ ହେଲେ କଠିନ ପରିଶ୍ରମ ସହ ଅଭ୍ୟାସ କରିବା ନିହାତି ଜରୁରୀ। ଏଥର ପଦକ ଜିତିବା ଆଦୌ ସହଜ ହେବନାହିଁ। ଅଲିମ୍ପିକ୍‌ କ୍ୱାଲିଫିକେଶନ ପାଇଁ ଜାନୁୟାରୀ ୭ରୁ ୧୨ ମଧ୍ୟରେ ମାଲେସିଆ ଓ ୧୪ରୁ ୧୯ ତାରିଖ ମଧ୍ୟରେ ଇଣ୍ଡୋନେସିଆରେ ଟୁର୍ନାମେଣ୍ଟ ଆୟୋଜନ ହେବ। ତେଣୁ ଏବେ ସବୁ ଟୁର୍ନାମେଣ୍ଟ ଆମ ପାଇଁ ସମାନ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଛନ୍ତି। ଅଲିମ୍ପିକ ଆରମ୍ଭ ହେବାକୁ ଆହୁରି ୭ ମାସ ବାକି ରହିଛି। ଏବେ ପିବିଏଲ୍‌ରେ ଭଲ ପ୍ରଦର୍ଶନ କରି ଘରୋଇ ଦର୍ଶକଙ୍କ ମନୋରଞ୍ଜନ କରିବା ଲକ୍ଷ୍ୟରେ ସିନ୍ଧୁ ରହିଛନ୍ତି। ଏହି ଲିଗ୍‌ ଜାନୁୟାରୀ ୨୦ରୁ ଆରମ୍ଭ ହୋଇ ଫେବୃୟାରୀ ୯ରେ ଶେଷ ହେବ। ଲିଗ୍‌ରେ ସିନ୍ଧୁ ଖେଳାଳି ନିଲାମରେ ୭୭ ଲକ୍ଷ ଟଙ୍କା ବିନିମୟରେ ହାଇଦ୍ରାବାଦ୍‌ ହଣ୍ଟର୍ସ ପାଇଁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି।
ତେବେ ଟୋକିଓ ଅଲିମ୍ପିକ ପ୍ରସ୍ତୁତି ପାଇଁ ଅନ୍ୟତମ ମହିଳା ତାରକା ସାଇନା ନେହ୍ବାଲ ଓ ପୁରଷ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଏହି ଲିଗ୍‌ରୁ ଓହରି ଯାଇଛନ୍ତି। ଅଲିମ୍ପିକ୍ସ ଜୁଲାଇ ୨୪ରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖରେ ଶେଷ ହେବ। ପିବିଏଲରେ ଏଥର ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ଘରୋଇ ପରିବେଶରେ ଖେଳିବା ସହ ମୋତେ ଅଭ୍ୟାସ କରିବାର ସୁଯୋଗ ମିଳିବ। ପିବିଏଲ୍‌ରେ ଏଥର ବହୁ ଯୁବ ଖେଳାଳି ଅଂଶଗ୍ରହଣ କରିବେ। ତେଣୁ ଏଥିରେ ଅଂଶଗ୍ରହଣ କରି ବହୁତ କିଛି ଶିକ୍ଷା କରିହେବ। ଯୁବ ଖେଳାଳିମାନେ ମଧ୍ୟ ଏହି ଲିଗ୍‌ରୁ ବହୁତ କିଛି ଶିକ୍ଷା କରିବେ ବୋଲି ସିନ୍ଧୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋହନବାଗାନ, ଇଷ୍ଟବେଙ୍ଗଲ କୋଚ୍‌ ଓ ଖେଳାଳିଙ୍କ ଘରବାହୁଡ଼ା

କୋଲକାତା, ୬ା୫ (ପି.ଟି.)-ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁ ମାସାଧିକ ଅଟକି ରହିଥିବା ମୋହନ ବାଗାନ ଓ ଇଷ୍ଟବେଙ୍ଗଲର କୋଚ୍‌ ଏବଂ ଖେଳାଳିମାନେ ଶେଷରେ ଘରବାହୁଡ଼ା କରିଛନ୍ତି। ଏଠାରେ...

ଆର୍ଥତ୍କ ସଂକଟରେ ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୨୬ା୬ (ପି.ଟି.)-କମର୍ସିଆଲ ପାର୍ଟନର ଆଇଏମ୍‌ଜି-ରିଲାଏନ୍ସ ଉପରେ ୨୫ କୋଟି ଟଙ୍କା ବାକି ପଡ଼ିଥିବାରୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଏବେ ଆର୍ଥିକ ସଂକଟ ଦେଇ...

ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ଘରକୁ ଫେରିଲେ ଗାଙ୍ଗୁଲୀ

କୋଲକାତା, ୩୧।୧: ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ବିସିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ରବିବାର ଆପୋଲ ହସ୍ପିଟାଲରୁ ଛୁଟି ମିଳିଛି। ଏବେ ସେ ଘରକୁ...

ଏହି ଫିଲ୍ମ ବାରମ୍ଭାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଚଳିତବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରାଯାଇଛି। ଏଥିରେ ଖୁସି ବ୍ୟକ୍ତ...

ଅଲିମ୍ପିକ୍ସ ଯୋଗ୍ୟତା:ଭବାନୀ ଦେବୀ ପ୍ରଥମ ଭାରତୀୟ ଫେନ୍‌ସର

ଚେନ୍ନାଇ, ୧୫ା୩ (ପି.ଟି.)- ତାମିଲନାଡୁର ସି.ଏ. ଭବାନୀ ଦେବୀ ପ୍ରଥମ ଭାରତୀୟ ଫେନ୍‌ସର ଭାବେ ଟୋକିଓ ଅଲିମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଟିମ୍‌...

ମେଡିକାଲ ଇମର୍ଜେନ୍ସି : ନ୍ୟୁଜିଲାଣ୍ଡ ଗଲେ ସିନ୍ଧୁଙ୍କ କୋଚ୍‌

ହାଇଦ୍ରାବାଦ, ୧୫।୯- ଅଲିମ୍ପିକ୍ସ ରୌପ୍ୟ ତଥା ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କ କୋରିଆ କୋଚ୍‌ କିମ୍‌ ଜି ହ୍ୟୁନ୍‌ ମେଡିକାଲ ଇମର୍ଜେନି୍ସ...

ଫିଫା ପୁରସ୍କାର: ସଂକ୍ଷିପ୍ତ ତାଲିକାରେ ଭାନ୍‌ ଡିକ୍‌, ରୋନାଲ୍ଡୋ, ମେସି

ରୋମ୍‌, ୨ା୯ (ଏଏଫ୍‌ପି)-ଫେଡେରେଶନ ଅପ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ(ଫିଫା)ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ କରାଯାଇଥିବା ସଂକ୍ଷିପ୍ତ ତାଲିକାରେ ଲିଭରପୁଲ୍‌ ସେଣ୍ଟର ବ୍ୟାକ୍‌ ଭର୍ଗିଲ ଭାନ୍‌...

ଭାରତ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ

କଲମ୍ବୋ,୨୦।୭: ଆରମ୍ଭରୁ ଭାରତୀୟ ବୋଲରଙ୍କୁ ସଫଳତା ମିଳି ନ ଥିଲା। କିନ୍ତୁ ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଓ ଭୁବନେଶ୍ୱର କୁମାରଙ୍କ ବଳରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ...

Advertisement
Archives

Model This Week