‘ସମାଜ ସଂସ୍କାରରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କୁଜଙ୍ଗ,୧୭ା୨(ଡି.ଏନ.ଏ.): ଯୁବକଙ୍କ ଅଦମ୍ୟ ଇଚ୍ଛାଶକ୍ତି ଆମକୁ ଆଜି ପ୍ରଗତିର ଶିଖରରେ ପହଞ୍ଚାଇଛି। ରାଜନୀତି ଆଜି ସମାଜକୁ ଭାଗଭାଗ କରୁଥିବାବେଳେ, କ୍ରୀଡ଼ା ଓ ସଂସ୍କୃତି ଆମକୁ ଗୋଟିଏ ସୂତ୍ରରେ ବାନ୍ଧି ପାରୁଛି। କ୍ରୀଡ଼ାବିନା ଆମର ଶାରିରୀକ ଓ ମାନସିକ ବିକାଶ ଅସମ୍ଭବ। କ୍ରୀଡ଼ା ହିଁ ଯୁବକମାନଙ୍କୁ ଏକାଠି ରଖିବା ସାଙ୍ଗକୁ ସମାଜ ସଂସ୍କାରରେ ବ୍ରତୀ ହେବାକୁ ପ୍ରେରଣା ଯୋଗାଏ। ସମାଜରେ ଘଟୁଥିବା ଦୁର୍ନୀତି ବ୍ୟଭିଚାରକୁ କେବଳ ଯୁବକମାନେ ଚାହିଁଲେ ହଟାଇ ଦେଇପାରିବେ। ତେଣୁ ଯୁବକମାନେ ସମାଜ ସଂସ୍କାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ପାଇଁ ଆଗେଇ ଆସିବାକୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଆହ୍ବାନ କରିଛନ୍ତି। ରବିବାର ସନ୍ଧ୍ୟାରେ କୁଜଙ୍ଗ ବ୍ଲକ ପାଟପୁର ପଞ୍ଚାୟତ ବାଲିପାରି ଗ୍ରାମର ମା’ବୁଢୀକେନ୍ଦୁଳାଇ ଯୁବ ପରିଷଦ ପକ୍ଷରୁ ଅନୁଷ୍ଠିତ ୫୯ତମ ଜାନୁୟାରୀ ୨୬ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ରାଉତରାୟ ଯୋଗଦେଇ ଉପରୋକ୍ତ ଆହ୍ବାନ ଦେବାସହ ଆମ ସଂସ୍କୃତି ଓ ପରମ୍ପରା କିପରି ଉଜ୍ଜିବୀତ ରହିବ ସେଥିପ୍ରତି ଯତ୍ନଶୀଳ ହେବାକୁ ପରମର୍ଶ ଦେଇଥିଲେ। ପୂର୍ବତନ ବିଧାୟକ ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ବିଜୟ ଖଟେଇ, ଜିଲାପରିଷଦ ସଭ୍ୟା ନମିତା ପରିଡା, ସାମାଜିକ କର୍ମୀ ଶୁଭ୍ରକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବ ପରିଚାଳନା କରିଥିଲେ ରଶ୍ମିକାନ୍ତ ମହାପାତ୍ର, ଦିଲୀପ ବସ୍ତିଆ ଓ ସୁଧୀର ମହାପାତ୍ର। ଶେଷରେ କୃତୀ କ୍ରୀଡ଼ାବିତଙ୍କୁ ବିଧାୟକ ପୁରସ୍କାର ବିତରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ହେବେ ପ୍ରଧାନମନ୍ତ୍ରୀ! ହେଲେ କିଏ ବାଛିଲା ତାଙ୍କୁ? ଜାଣନ୍ତୁ କଂଗ୍ରେସର ଏହି ଦାବି ସମ୍ପର୍କରେ

ନୂଆଦିଲ୍ଲୀ,୧।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମେଣ୍ଟର ପ୍ରାର୍ଥୀ ଘୋଷଣା କରାଯାଇଛି। ତାମିଲନାଡୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ (ସିଏଲପି)ର ନେତା…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

ଗ୍ରେଟର ହାଇଦ୍ରାବାଦ୍‌ ଭଳି ଗ୍ରେଟର ଭୁବନେଶ୍ୱର ଆଶା ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୌର ପ୍ରଶାସନକୁୁ ନିର୍ଦ୍ଦେଶ…

‘କମିବ ତେଲ ଦର’, ଏମିତି ଘୋଷଣା କରି ଚମକାଇ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧।୯: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଜୋର ଦେଇ କହିଥିଲେ ଯେ ଭେନେଜୁଏଲା ସହିତ ତାଙ୍କର ତୈଳ ଚୁକ୍ତି ଯୋଗୁ ଗ୍ୟାସ ମୂଲ୍ୟରେ ଦ୍ରୁତ ହ୍ରାସ ଘଟିବ,…

ପାଣିପାଗ ବିଭାଗର ବଡ଼ ସୂଚନା, ଆଜି ୧୮ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧ା୯(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳ ଉପରେ ଥିବା ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ କ୍ଷେତ୍ରଟି…

୩ରେ ରାଜ୍ୟ କ୍ୟାବିନେଟ୍, ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୩ରେ ରାଜ୍ୟ କ୍ୟାବିନେଟ୍‌ ଅନୁଷ୍ଠିତ ହେବ । ଲୋକସେବା ଭବନର ତୃତୀୟ ମହଲାରେ ସନ୍ଧ୍ୟା…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା, ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ଆରମ୍ଭରୁ ଏଲପିଜି ଗ୍ରାହକମାନେ ଏକ ବଡ଼ ଝଟକା ପାଇଛନ୍ତି। ସେପ୍ଟେମ୍ବର ୧ ରେ ଜାରି ହୋଇଥିବା ନୂତନ ଦର ଅନୁସାରେ, 19 କିଲୋଗ୍ରାମ ବାଣିଜ୍ୟିକ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡ଼ିବନି…

ଭୁବନେଶ୍ୱର,୧ା୯(ସୁନିତ୍‌ ମିଶ୍ର): ରାଜ୍ୟର ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ମେଧାବୀ ଗରିବ ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସରକାରୀ ମେଡିକାଲ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri