ସମଲିଙ୍ଗୀ

ଡା. ସମ୍ରାଟ କର

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ ମନା କରିଦେଲେ। ଏ ସଂକ୍ରାନ୍ତରେ ଆଇନ ତିଆରି କରିବା ହେଉଛି ସଂସଦର କାମ ଆଉ ବିବାହ ମୌଳିକ ଅଧିକାରଭୁକ୍ତ ହୋଇ ନ ଥିବାରୁ ସମଲିଙ୍ଗୀ ବିବାହକୁ ସେହି ଶ୍ରେଣୀରେ ବିଚାର କରାଯାଇ ପାରିବ ନାହିଁ। ସମଲିଙ୍ଗୀ ଯୋଡ଼ିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଅଧିକାର ମଧ୍ୟ ଦିଆଯାଇନାହିଁ। ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୭୭କୁ ଦେଖିଲେ ଗୋଟିଏ କଥା ଅନେକଙ୍କ ବିଚାରକୁ ଆସୁଛି ତାହା ହେଉଛି ଭାରତରେ ସରକାର ଚଳାଉଥିବା ଓ ନ୍ୟାୟିକ ବ୍ୟବସ୍ଥାରେ ରହିଆସିଥିବା ପୁରୁଣା ଚିନ୍ତାଧାରାର କେତେଜଣ ମହିଳା ପୁରୁଷ ସମୟ ଅନୁଯାୟୀ ପରିବର୍ତ୍ତନକୁ ସ୍ବୀକାର କରିପାରୁନାହାନ୍ତି। ୧୮୬୧ରେ ବ୍ରିଟିଶ ଶାସନ କାଳରେ ଆଇପିସିରେ ଏହି ଦଫା ଅନ୍ତର୍ଭୁକ୍ତ କରି ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରାଯାଇଥିଲା। ଗତବର୍ଷ ଅଗଷ୍ଟ୨୪ରେ ଏକ ଐତିହାସିକ ରାୟରେ ଅନ୍ତରଙ୍ଗ ଗୋପନୀୟତା ବା ପ୍ରାଇଭେସିକୁ ମୌଳିକ ଅଧିକାର ମାନ୍ୟତା ଦେଇଥିଲେ। ସମଲିଙ୍ଗୀ ସମ୍ପର୍କ ବ୍ୟକ୍ତିଗତ ବ୍ୟାପାର ଭିତରେ ଅନ୍ତର୍ଭୁକ୍ତ ହେଉଥିବାରୁ ସେମାନଙ୍କ ଭିତରେ ଆନନ୍ଦଜାତ ହୋଇଥିଲା। ତେବେ ସମ୍ପ୍ରତି ସୁପ୍ରିମକୋର୍ଟ ୨୦୧୮ ଜାନୁୟାରୀ ୮ରେ ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀନିବାସ ରାମଚନ୍ଦ୍ର ଶିରଦଙ୍କ ଦୁଃଖଦ ଆତ୍ମହତ୍ୟା ମାମଲାରେ ପୂର୍ବ ରାୟର ପୁନର୍ବିଚାର ପାଇଁ ରାଜି ହୋଇଛନ୍ତି। କାରଣ ଏହି ମାମଲାରେ ଶ୍ରୀନିବାସଙ୍କୁ ସମଲିଙ୍ଗୀ ସମ୍ପର୍କ କାରଣରୁ ବିଶ୍ୱବିଦ୍ୟାଳୟରୁ ବିତାଡ଼ିତ କରାଯାଇଥିବାରୁ ସେ ୨୦୧୦ ଏପ୍ରିଲରେ ଆତ୍ମହତ୍ୟା କରିଥିଲେ। ପରବର୍ତ୍ତୀ ସମୟରେ ୨୦୦୯ରେ ଦିଲ୍ଲୀ ହାଇକୋର୍ଟରେ ସମଲିଙ୍ଗୀ ସମ୍ପର୍କ ମାମଲାର ବିଚାର କରି ଆଇପିସିର ଦଫା ୩୭୭କୁ ଅସାମ୍ବିଧାନିକ ବୋଲି ରାୟ ଦେଇଥିଲେ, ଯାହାକି ପରେ ୨୦୧୩ରେ ସୁପ୍ରିମକୋର୍ଟ ୩୭୭ ଦଫା ଯୁକ୍ତିଯୁକ୍ତ ଓ ସାମ୍ବିଧାନିକ ବୋଲି ଦର୍ଶାଇ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇ ସୁପ୍ରିମକୋର୍ଟ ଉକ୍ତ ମାମଲାର ତର୍ଜମା ପାଇଁ ବୃହତ୍‌ ଖଣ୍ଡପୀଠକୁ ପଠାଇବାର ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଆଇନ ବ୍ୟବସ୍ଥାରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କୁ ଅପରାଧୀ ବୋଲି ଦର୍ଶାଇ ଆଜୀବନ କାରାଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି। ଅନେକ ୟୁରୋପୀୟ ରାଷ୍ଟ୍ର ୨୦୦୫ରେ ସ୍ପେନ୍‌, କାନାଡ଼ା ଏହାକୁ ସ୍ବୀକୃତି ଦେବାପରେ ଆର୍ଜେଣ୍ଟିନା, ଫ୍ରାନ୍ସ, ବେଲଜିୟମ, ନ୍ୟୁଜିଲାଣ୍ଡ, ଜର୍ମାନୀ, ଆମେରିକା ଓ ଅଷ୍ଟ୍ରେଲିଆ ଭଳି ଦେଶ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକୃତି ଦେଇସାରିଲେଣି। ସେହିପରି ଜାତିସଂଘ ମାନବାଧିକାର ପରିଷଦ ୬ ବର୍ଷ ତଳୁ ଏକ ପ୍ରସ୍ତାବରେ ପୁରୁଷ ସମଲିଙ୍ଗୀ, ମହିଳା ସମଲିଙ୍ଗୀ, ଉଭୟଲିଙ୍ଗୀ ଓ ତୃତୀୟ ଲିଙ୍ଗୀ ଅଧିକାରକୁ ସ୍ବୀକୃତି ଦେଇଥିଲେ। ଅନେକ କ୍ଷେତ୍ରରେ ସମଲିଙ୍ଗୀ ସମ୍ପର୍କକୁ ବ୍ୟଭିଚାରର ଆଖ୍ୟା ଦିଆଯାଇ ଏହା ସଂସ୍କୃତିର ବିରୋଧୀ ବୋଲି ବିବେଚନା କରାଯାଏ।
ସମଲିଙ୍ଗ କାମୁକ ପୁରୁଷମାନଙ୍କୁ ଗେ କୁହାଯାଏ। ଅନ୍ୟ ସ୍ତ୍ରୀଲୋକମାନଙ୍କ ସହିତ ସମ୍ଭୋଗ ପ୍ରବୃତ୍ତିରେ ଲିପ୍ତ ଥିବା ନାରୀକୁ ଲେସ୍‌ବିୟାନ୍‌ କୁହାଯାଏ। ପ୍ରାୟ ଦୁଇରୁ ଚାରି ପ୍ରତିଶତ ପୁରୁଷ ଓ ସ୍ତ୍ରୀ ଏଭଳି ବ୍ୟବହାର କରିଥାନ୍ତି। ସିଗ୍‌ମଣ୍ଡ ଫ୍ରଏଡଙ୍କ ଅନୁସାରେ ଶିଶୁଟିର ବୟସ ୩ରୁ ୪ ବର୍ଷ ହୋଇଥିବାବେଳେ ନିଜର ଯୌନାଙ୍ଗ ବିଷୟରେ ଭାବନା ମନକୁ ଆସେ। ସେ ଏହି ସମୟରେ ବିପରୀତ ଲିଙ୍ଗର ମାତା ପିତାଙ୍କ ପ୍ରତି ଆକୃଷ୍ଟ ହୋଇଥାଏ। ଝିଅଟିଏ ପାଇଁ ତା’ର ବାପା ପୃଥିବୀର ମହାନାୟକ ହୋଇଥିବାବେଳେ ପୁଅଟିଏ ଭବିଷ୍ୟତରେ ବାପାଙ୍କ ଭଳି ହେବାକୁ ଇଚ୍ଛା କରେ। ମାତ୍ର ପୁଅଟିଏ ଯଦି ମା’ ପ୍ରତି ଅତ୍ୟଧିକ ଆକୃଷ୍ଟ ହୋଇଗଲା ଓ ବାପାଙ୍କର ଉପଯୁକ୍ତ ସ୍ନେହ ପାଇଲା ନାହିଁ, ତେବେ ତା’ର ମାନସିକ ପରିପକ୍ୱତା ଆସେ ନାହିଁ। ସେ ନିଜକୁ ନିଜେ ବହୁତ ଭଲ ପାଏ। ସେ ନିଜର ଲିଙ୍ଗର ବ୍ୟକ୍ତିଟି ପ୍ରତି ଆକୃଷ୍ଟ ହୋଇଥାଏ। ଏହି ବୟସରେ ଝିଅଟିର ମାନସିକ ପରିପକ୍ୱତା ନ ଆସିଲେ, ସେ ସମଲିଙ୍ଗ ପ୍ରତି ଆଗ୍ରହୀ ହୋଇଥାଏ। ୩ରୁ ୫ବର୍ଷର ଝିଅଟିକୁ ପୁଅର ଲିଙ୍ଗପ୍ରତି ଈର୍ଷା ଆସେ। ଧୀରେ ଧୀରେ ଏହି ଈର୍ଷାଭାବ କମିଯାଏ। ଯଦି ଏହା କମ୍‌ ହୁଏନାହିଁ ତେବେ ନାରୀଟିର ନାରୀପ୍ରତି ଆଗ୍ରହ ଆସିଥାଏ। ସିଗ୍‌ମଣ୍ଡ ଫ୍ରଏଡ୍‌ ସମଲିଙ୍ଗୀକୁ ଏକ ରୋଗ ବୋଲି ଭାବୁ ନ ଥିଲେ। ଏହା ଯଦିଓ ଏକ ସୁବିଧାଜନକ ପରିସ୍ଥିତି ନୁହେଁ, ମାତ୍ର ଲାଜ କରିବାର ଆବଶ୍ୟକତା ନାହିଁ। ଏହା କେବଳ ନିଜର ଯୌନ ପ୍ରକ୍ରିୟାକୁ ଭିନ୍ନ ଭାବେ ପ୍ରକାଶ କରିବାର ଶୈଳୀ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍‌, ପୁରୀଘାଟ ରୋଡ, କଟକ
ମୋ: ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri