ସମର ଫ୍ୟାଶନ

ଧୀରେ ଧୀରେ ଖରା ବଢ଼ିବାରେ ଲାଗିଛି। ଗରମ ଆଉ ଝାଳରେ କ’ଣ ପିନ୍ଧିଲେ ଆରାମ ଲାଗିବ ତାକୁ ନେଇ ସମସ୍ତଙ୍କ ଚିନ୍ତା। ହେଲେ ଆପଣ ଚାହିଁଲେ ଏମିତି କିଛି ଗେଟ୍‌ଅପ୍‌ ବାଛିପାରିବେ ଯାହାକି ଆପଣଙ୍କୁ କମ୍ଫର୍ଟ ସହ ଫ୍ୟାଶନେବଲ ଲୁକ୍‌ ମଧ୍ୟ ମିଳିବ…

ଗରମ ଆରମ୍ଭ ହେବା ମାତ୍ରେ ମାର୍କେଟକୁ ଆସିଯାଏ ବିଭିନ୍ନ ପ୍ରକାର ନୂଆ ନୂଆ ସମର କଲେକ୍ସନ। ହେଲେ ଏହା ମଧ୍ୟରୁ କ’ଣ ପିନ୍ଧିଲେ ଆପଣ ଫ୍ୟାଶନେବଲ ଲାଗିବେ ଜାଣରଖନ୍ତୁ ସେ ସମ୍ପର୍କରେ…
– ଅଧିକ ଟାଇଟ୍‌ କିମ୍ବା ହେଭି ପୋଷାକ ପରିବର୍ତ୍ତେ ଲାଇଟ୍‌ ଏଥ୍‌ନିକ୍‌ ଓ୍ବେର୍‌ ଏବେ ଡିମାଣ୍ଡରେ ଅଛି। ଜର୍ଜେଟ୍‌ କପଡ଼ାରେ ଚିକନକାରୀ ହୋଇଥିବା ସାଲଓ୍ବାର୍‌ ସୁଟ୍‌ ଏବଂ ଦୁପଟା ଗରମରୁ ରକ୍ଷା କରିବା ସହ ଟ୍ରେଣ୍ଡି ଲୁକ୍‌ ବି ଦେବ।
– ଏହିଦିନେ ଡିପ୍‌ କଲର ପରିବର୍ତ୍ତେ ଲାଇଟ୍‌ କଲର ପୋଷାକ ବାଛନ୍ତୁ। ଆପଣ ଚାହିଁଲେ ବିଭିନ୍ନ ଲାଇଟ୍‌ କଲର ଡିଜିଟାଲ ପ୍ରିଣ୍ଟ କୁର୍ତ୍ତି ପିନ୍ଧିପାରିବେ। ଆରାମ ସହ ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇଁ ଆପଣ ଚାହିଁଲେ ଏହାକୁ ପ୍ଲାଜୋ ଏବଂ ଲେଗିଂ ସହ ପେୟାର କରିପାରିବେ।
– ଯଦି ସମର ଗେଟ୍‌ଅପ୍‌ରେ ଷ୍ଟାଇଲିଶ୍‌ ଲାଗିବାକୁ ଚାହୁଁଛନ୍ତି ଏବଂ ନୂଆ କିଣିବା ଲାଗି ବଜେଟ କମ୍‌ ଅଛି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ବର୍ତ୍ତମାନ ଅନେକ ଛୋଟ ବଡ଼ ଦୋକାନ ଏବଂ ଷ୍ଟ୍ରିଟ୍‌ ମାର୍କେଟରେ ଅଳ୍ପ ଟଙ୍କାରେ ଭଳିକି ଭଳି ସମର କଲେକ୍ସନ ଉପଲବ୍ଧ। ଆପଣ ସେଠାରୁ ଟପ୍ସ, ସ୍କର୍ଟ, କୁର୍ତ୍ତି, ପ୍ଲାଜୋ, ସାଲଓ୍ବାର୍‌ ସୁଟ୍‌ ଇତ୍ୟାଦି କିଣି ମିକ୍ସ ମ୍ୟାଚ୍‌ କରି ପିନ୍ଧିପାରିବେ ।
– ଲକ୍ଷ୍ନୌ ଷ୍ଟିଚ୍‌ କଟନ ଟପ୍ସ, କୁର୍ତ୍ତି ମଧ୍ୟ ଏବେ ଅଧିକାଂଶ ପସନ୍ଦ କରୁଥିବାରୁ ଏହାର ଭଳିକି ଭଳି କଲେକ୍ସନ ମାର୍କେଟରେ ଉପଲବ୍ଧ। ଏହାକୁ ବି ଆପଣ ନିଜ ସମର କଲେକ୍ସନରେ ସାମିଲ କରିପାରିବେ।
-ବର୍ତ୍ତମାନ ଖଦିରେ ବିଭିନ୍ନ ପ୍ରକାର ଷ୍ଟାଇଲିଶ୍‌ ଜ୍ୟାକେଟ୍‌, ଓ୍ବେଷ୍ଟ କୋଟ୍‌, ଡିଜାଇନର ଟପ୍ସ, ସ୍କଟ୍‌, ପ୍ଲାଜୋ, ସେପାରେଟର୍ସ ଏବଂ ନୂଆ ଡିଜାଇନର ଶାଢ଼ି ପ୍ରସ୍ତୁତ କରାଯାଉଛି, ଯାହା କେବଳ ଦେଖିବାକୁ ଆକର୍ଷଣୀୟ ଲାଗୁନାହିଁ ପିନ୍ଧିବାକୁ ମଧ୍ୟ ବେଶ୍‌ ଆରାମଦାୟକ ଲାଗୁଛି। ଏହାର ଭଳିକି ଭଳି କଲେକ୍ସନ ମଧ୍ୟ ଲାଟେଷ୍ଟ ସମର ଫ୍ୟାଶନ ଟ୍ରେଣ୍ଡ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ରହିବ ଡିସେମ୍ବର: ଆର୍ଥିକ କ୍ଷେତ୍ରରେ ହେବେ ମାଲାମାଲ..

ବର୍ଷ ୨୦୨୦ର ଶେଷ ମାସ ଅର୍ଥାତ ଡିସେମ୍ବର ଆରମ୍ଭ ହୋଇଛି। ଅନେକ ରାଶି ପାଇଁ ଏହି ମାସଟି ଖାସ ରହିବ। ବିଶେଷକରି କର୍କଟ, ସିଂହ, ମକର...

ଅଣ୍ଟା ବିନ୍ଧା ଓ ମୋବାଇଲ୍‌

ବର୍ତ୍ତମାନ ଦୁନିଆରେ ମୋବାଇଲ୍‌ର ମହତ୍ତ୍ୱ କେତେ ତାହା କହିବା ବାହୁଲ୍ୟ। କାରଣ ପ୍ରତିଟି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରୁଛି। ହେଲେ ଯଦି ଜଣେ ବ୍ୟକ୍ତି ନିଜକୁ...

ବୟସ ୪୦ ଟପିଲେ ହୋଇଯାଆନ୍ତୁ ସତର୍କ, ନଚେତ୍‌ ହୋଇପାରେ ଏସବୁ ରୋଗ

ଯଦି ବୟସ ୪୦ ଟପିଗଲାଣି ତେବେ ସତର୍କ ହୋଇଯାଆନ୍ତୁ ବୋଲି ଆମେରିକାର ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମ୍‌ ଗବେଷଣା କରି କହିଛନ୍ତି। ଉକ୍ତ ଟିମ୍‌ କହିଛି,...

ଆଧ୍ୟାତ୍ମିକ ସାଧନା ଓ ଅଷ୍ଟାଙ୍ଗ ଯୋଗ

ସର୍ବୋଚ୍ଚ ଚୈତନ୍ୟ ଲାଭ କରିବା ପାଇଁ ଯୋଗ ଏକ ସୁସମ୍ବନ୍ଧ ଧାର୍ମିକ ଶୃଙ୍ଖଳା ଯାହା ଚରମ ମୁକ୍ତି ପାଇଁ ପଥ ଦେଖାଇଥାଏ। ଭାରତରେ ସମସ୍ତ ଆଧ୍ୟାତ୍ମିକ...

ଭୋଜନକୁ ନେଇ କିଛି ନିୟମ: ଜାଣି ରଖନ୍ତୁ…

ଭୋଜନ କରିବା ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ଏହାଦ୍ୱାରା ଶରୀରକୁ ଶକ୍ତି ମିଳେ। କିନ୍ତୁ ବେଳେବେଳେ ଭୋଜନ କରିବା ସମୟରେ ଆମେ ଜାଣତରେ ହେଉ ଅବା...

କେବେହେଲେ ଏହି ୩ ସମ୍ପର୍କ ଉପରେ କରନ୍ତୁ ନାହିଁ ବିଶ୍ୱାସ: ହରଡଘଣାରେ ପଡ଼ିବେ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଚତୁର ଏବଂ ବିଭିନ୍ନ ବିଷୟରେ ପ୍ରଗାଢ଼ ଜ୍ଞାନ ରଖିଥିବା ବ୍ୟକ୍ତିବିଶେଷ ଭାବେ ଗଣାଯାଏ। ସେ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ...

ଘରୋଇ ସ୍କ୍ରବ୍‌

ତ୍ୱଚାକୁ ବ୍ରଣ କିମ୍ବା ଅନ୍ୟାନ୍ୟ ସମସ୍ୟାଠୁ ଦୂରେଇ ରଖିବା ଲାଗି ମଝିରେ ମଝିରେ ଏକ୍ସଫୋଲିଏଟ୍‌ କରିବା ଦରକାର; ଯାହା କି ତ୍ୱଚାକୁ ଧୂଳି, ପ୍ରଦୂଷଣରୁ ରକ୍ଷା...

ଘରୋଇ ଉପଚାରରେ ଦୂର କରନ୍ତୁ ଥଣ୍ଡା ସମସ୍ୟା

ଋତୁ ପରିବର୍ତ୍ତନ ଦ୍ୱାରା ମନୁଷ୍ୟ ଶରୀରରେ ଏହାର ଅନେକ ପ୍ରଭାବ ପଡ଼ିଥାଏ। ଏହି ଦିନଗୁଡ଼ିକରେ ଫ୍ଲ୍ୟୁ, ଭାଇରାଲ ଫିବର ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ତେବେ...

Advertisement
Archives

Model This Week