Posted inଖେଳ

ସମର୍‌ସେଟ୍‌ରେ ଯୋଗ ଦେବେନି ଆହତ ଓ୍ବାଡେ

ସିଡ୍‌ନୀ, ୧୯।୩ (ଏଏଫ୍‌ପି)- ବିସ୍ଫୋରକ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ଓ୍ବାଡେ ଆଘାତଜନିତ ସମସ୍ୟା ଲାଗି କାଉଣ୍ଟି କ୍ରିକେଟ୍‌ କ୍ଲବ ସମର୍‌ସେଟ୍‌ ଦଳରେ ଯୋଗଦେବେ ନାହିଁ। ୩୨ ବର୍ଷୀୟ ଓ୍ବାଡେ ବର୍ତ୍ତମାନ ଆଣ୍ଠୁଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ସମର୍‌ସେଟ୍‌ ପାଇଁ ଚଳିତ ସିଜନରେ ୭ଟି ଚାମ୍ପିୟନଶିପ୍‌ ମ୍ୟାଚ୍‌ ଖେଳିବାକୁ ରାଜି ହୋଇଥିଲେ। କିନ୍ତୁ ଆଘାତଜନିତ ସମସ୍ୟା ଯୋଗୁ ତାଙ୍କୁ ବିଶ୍ରାମ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ପରାମର୍ଶ ଦିଆଯାଇଛି। ‘ଏହା ଏଖ ବଡ଼ ଝଟ୍‌କା। କାଉଣ୍ଟି କ୍ରିକେଟ୍‌ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିଲି। କିନ୍ତୁ ସିଏ ମେଡିକାଲ ଟିମ୍‌ ସହ ଆଲୋଚନା ପରେ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି। ତେଣୁ ସମର୍‌ସେଟ୍‌ରେ ଯୋଗ ଦେଇପାରିବି ନାହିଁ’ ବୋଲି ଓ୍ବାଡେ କହିଛନ୍ତି। ଏପ୍ରିଲ ୧୨ରୁ କାଉଣ୍ଟି କ୍ରିକେଟ୍‌ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ କରୋନା ଭାଇରସ୍‌ ଲାଗି ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ଏହାକୁ ସ୍ଥଗିତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଗସ୍ତ କରିବ ଭାରତ

ନୂଆଦିଲ୍ଲୀ, ୨୮।୭- ଭାରତୀୟ ଡେଭିସ କପ୍‌ ଦଳ ଦୀର୍ଘ ୫୫ ବର୍ଷ ପରେ ପାକିସ୍ତାନ ଗସ୍ତ କରିବାକୁ ଯାଉଛି। ଏ ନେଇ ସର୍ବଭାରତୀୟ ଟେନିସ ଆସୋସିଏଶନ...

ଏକମାତ୍ର ଭାରତୀୟ ଭାବେ ଆଜାରୁଦ୍ଦିନଙ୍କ ନାଁରେ ରହିଛି ଏହି ନିଆରା ରେକର୍ଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ୫୮ତମ ଜନ୍ମଦିବସ ପାଳନ କରୁଛନ୍ତି। ଭାରତ ପକ୍ଷରୁ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ୱ...

ବିଜୟ ହଜାରେ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)-ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଓଡ଼ିଶା ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ପ୍ରଥମ...

‘ବିରାଟ କୋହଲି ଜନ୍ମ ହୋଇ ନ ଥିବାବେଳେ ବି ଭାରତ ମ୍ୟାଚ୍‌ ଜିତୁଥିଲା’

କୋଲକାତା, ୨୫।୧୧: ଭାରତୀୟ ଅଧିନାୟକ ବିରାଟ କୋହଲି ଯେତେବେଳେ ଜନ୍ମ ହୋଇ ନ ଥିଲେ ସେତେବେ ବି ଭାରତ ମ୍ୟାଚ୍‌ ଜିତୁଥିଲା ବୋଲି ଲିଟିଲ୍‌ମାଷ୍ଟର ସୁନୀଲ...

ସମ୍ପର୍କୀୟ ଭଉଣୀଙ୍କୁ ପ୍ରେମ କରି ବସିଥିଲେ ମୁଲ୍‌ତାନର ସୁଲତାନ୍‌

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍‌ରେ...

ଇରିଶ ପାରା-ବ୍ୟାଡ୍‌ମିଣ୍ଟନ: ଓଡ଼ିଶାର ପ୍ରମୋଦଙ୍କୁ ଡବଲ୍‌ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୪।୬(ସ୍ପୋଟର୍‌ସ ବ୍ୟୁରୋ)- ଆୟର୍ଲାଣ୍ଡର ଡବ୍‌ଲିନଠାରେ ଶେଷ ହୋଇଥିବା ଇରିଶ ପାରା-ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ତାରକା ପ୍ରମୋଦ ଭଗତ ୨ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଡବ୍‌ଲିନର...

୧୦ ଉଇକେଟ ଏଲିଟ୍‌ କ୍ଲବରେ ଅର୍ପଣ

ଗୁଆହାଟୀ, ୧୪ା୬-ଗୋଟିଏ ଇନିଂସରେ ସମସ୍ତ ୧୦ଉଇକେଟ ଅକ୍ତିଆର କରିଥିବା ବୋଲରମାନଙ୍କ ଏଲିଟ୍‌ କ୍ଲବରେ ଯୋଗଦାନ କରିଛନ୍ତି ଆସାମର ବାମହାତି ବୋଲର ଅର୍ପଣ ଦତ୍ତ। ଆସାମ କ୍ରିକେଟ...

କୋହଲିଙ୍କୁ ଦୁର୍ଭାଗ୍ୟଶାଳୀ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଇସଲାମାବାଦ୍‌,୨୮।୬: ବିରାଟ କୋହଲିଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହୋଇଛି। ଏହି ପରାଜୟ...

Advertisement
Archives

Model This Week