ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା

ମାର୍ଶାଘାଇ, ୧୧।୧୨ (ଡି.ଏନ୍‌.ଏ.):ଶିଶୁ ଓ ମହିଳାଙ୍କ ବିକାଶ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତି ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲା ଯାଇଥିବା ବେଳେ ଜଣେ ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ବ୍ଲକସ୍ତରରେ ଜଣେ ଲେଖାଏଁ ସିଡିପିଓ (ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ)ଙ୍କୁ ନିଯୁକ୍ତ କରାଯାଇଛି। ତେବେ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ଏହି ଯୋଜନାରେ ଅନିୟମିତତା ହେଉଥିବା ପରିଲକ୍ଷିତ ହେଉଛି। କେତେକ ସ୍ଥାନରେ ଅଙ୍ଗନଓ୍ବାଡି ଗୃହ ନ ଥିବାରୁ ପିଲାମାନେ ସ୍ଥାନୀୟ ସ୍କୁଲ ବାରଣ୍ଡାରେ ବସି ପାଠ ପଢ଼ୁଥିବା ବେଳେ କେତେକ କେନ୍ଦ୍ରର କର୍ମୀମାନେ ପିଲାଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ହଡ଼ପ କରୁଥିବା ଭଳି ଅଭିଯୋଗ ମଧ୍ୟ ହେଉଛି।
ବ୍ଲକ ଅଧୀନରେ ଥିବା ୨୪ ପଞ୍ଚାୟତରେ ମୋଟ ୧୮୩ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାଯାଇଛି। ସେଥିରୁ ୧୬୪ ଅଙ୍ଗନଓ୍ବାଡି ପାଇଁ ଗୃହ ନିର୍ମାଣ ନିମନ୍ତେ ସରକାର ଅର୍ଥ ମଞ୍ଜୁର କରିଛନ୍ତି। ସେଥିମଧ୍ୟରୁ ୯୨ଟି ଗୃହ ପୂର୍ଣ୍ଣାଙ୍ଗ ହୋଇ କାର୍ଯ୍ୟକ୍ଷମ ହେଉଥିବା ବେଳେ ୪୬ଟି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲିଛି। ଅବଶିଷ୍ଟ ୨୬ଟି କେନ୍ଦ୍ର ପାଇଁ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ ପାଇଁ ତହସିଲଦାରଙ୍କୁ ଆବେଦନ କରାଯାଇଥିଲେ ବି ଏ ଯାଏଁ ଜାଗା ସ୍ଥିର କରାଯାଇପାରିନାହିଁ। ଅନ୍ୟପଟେ କୁନି କୁନି ପିଲା, ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ସରକାର ଯୋଗାଉ ଥିବା ପୁଷ୍ଟିକର ଖାଦ୍ୟକୁ କର୍ମୀମାନେ ଅଙ୍ଗନଓ୍ବାଡି ଗୃହରେ ନ ରଖି ନିଜ ଘରେ ରଖୁଥିବା ଅଭିଯୋଗ ହୋଇଛି। ଏଥିସହ ଉପସ୍ଥାନ ଖାତାରେ ଅଧିକ ପିଲାଙ୍କ ଉପସ୍ଥାନ ଦର୍ଶାଇ କର୍ମୀମାନେ ପିଲାଙ୍କ ଖାଦ୍ୟ ହଡ଼ପ କରୁଛନ୍ତି। ଅନ୍ୟପଟେ ବ୍ଲକର ୧୮୩ଟି କେନ୍ଦ୍ର ପରିଚାଳନା ଦାୟିତ୍ୱ ସିଡିପିଓଙ୍କ ହାତରେ ରହିଥିବା ବେଳେ ଗତ ୨ ବର୍ଷ ହେଲା ଏହି ପଦବୀ ଖାଲି ପଡ଼ିଥିଲା। ଫଳରେ ବ୍ଲକ ଅଞ୍ଚଳରେ ଏହି କ୍ଷେତ୍ରରେ ନାନା ଅନିୟମିତତା ହେଉଥିଲା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଗତ ୧୫ ଦିନ ହେବ ଏଠାରେ ସିଡିପିଓଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ସିଡିପିଓ ଅଫିସରେ ୬ ସୁପରଭାଇଜର ପଦବୀ ରହିଥିବା ବେଳେ ୨ ପଦବୀ ଖାଲିପଡିଛି। ଏଥିସହ ପିଅନ ପଦବୀ ମଧ୍ୟ ଖାଲି ପଡିଛି। ସେହିପରି ସରକାରୀ ଗାଡ଼ି ନ ଥିବାରୁ ସିଡିପିଓ ବିଭିନ୍ନ କେନ୍ଦ୍ରକୁ ପରିଦର୍ଶନରେ ଯିବାରେ ଅସୁବିଧା ହେଉଛି। ୨୦୧୪ରୁ ସରକାରୀ ଗାଡି ଅଚଳ ହୋଇ ପଡିଥିବାରୁ ଆବଶ୍ୟକ ସ୍ଥଳେ ସିଡିପିଓ ଘରୋଇ ଗାଡି ଆଣି ବିଭିନ୍ନ କେନ୍ଦ୍ର ପରିଦର୍ଶନରେ ଯାଉଛନ୍ତି। ତେବେ ଶିଶୁବିକାଶ ଯୋଜନାର ସୁପରିଚାଳନା ପାଇଁ ଆବଶ୍ୟକ ଅଙଗନଓ୍ବାଡି ଗୃହ ନିର୍ମାଣ, ସୁପରଭାଇଜର ନିଯୁକ୍ତି ଓ ଗାଡ଼ି ଯୋଗାଇଦେବା ଆଦି ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ବଛରାଇ ସରପଞ୍ଚ ଗୌରୀରାଣୀ ପ୍ରଧାନ, ଜମପଡ଼ା ସରପଞ୍ଚ ମୋନାଲିସା ପ୍ରଧାନ, ବେରୁହାଁ ସରପଞ୍ଚ ଲାବଣ୍ୟବତୀ ପ୍ରଧାନ, ମଙ୍ଗରାଜପୁର ସରପଞ୍ଚ ପ୍ରଦୀପ ନାୟକ, ଶିଳିପୁର ସରପଞ୍ଚ ଯୁଗଳ କିଶୋର ଦାସ, ଅଙ୍ଗୁଳାଇ ସରପଞ୍ଚ ଦୁର୍ଗାବତୀ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ସିଡିପିଓ ଜୋତ୍ସ୍ନା ତ୍ରିପାଠୀଙ୍କୁ ପଚାରିବାରେ ଦୁଇ ସୁପରଭାଇଜର ପଦବୀ ଖାଲି ପଡ଼ିଥିବା ବେଳେ ଗାଡ଼ି ନ ଥିବାରୁ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ ପାଇଁ ଅସୁବିଧା ହେଉଛି। ବେଳେବେଳେ ଘରୋଇ ଗାଡ଼ି ନେଇ ପରିଦର୍ଶନରେ ଯାଉଛୁ ବୋଲି କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଟିଆରେ ବୁହାହେଲେ ଗର୍ଭବତୀ

ଦାରିଙ୍ଗବାଡ଼ି,୧୨ା୮(ଡି.ଏନ୍‌.ଏ.-ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ତାଜୁଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ରବିବାର ଅପରାହ୍ନରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନିଆଯାଉଥିବା ବେଳେ ଜଙ୍ଗଲ ରାସ୍ତାରେ ସେ ପ୍ରସବ...

ମହିଳା ଦିବସରେ ସମସ୍ତ ଥାନାଧିକାରିଣୀଙ୍କୁ ଡିଜିଙ୍କ ପ୍ରଶଂସା

କଟକ ଅଫିସ,୮ା୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ମହିଳା ଥାନା ଅଧିକାରିଣୀଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜି) ଅଭୟ। ଡିଜିଙ୍କ ଟୁଇଟର୍‌ରେ ଲେଖାଯାଇଛି,...

ଆଗକୁ ବର୍ଷା, ବଢିଲା ଜଳନିଷ୍କାସନ ଚିନ୍ତା : ହଳଦୀପାଣି ନଦୀପଥ ମୁକ୍ତ କରିବାକୁ ଦାବି

ବାଲିକୁଦା,୧୧ା୬(ସ୍ବ. ପ୍ର): ପାରାଦୀପ ସଂଲଗ୍ନ ୭ ପଞ୍ଚାୟତର ୨୯ ରାଜସ୍ବ ଗ୍ରାମର ବର୍ଷାଦିନିଆ ଦୁଃଖ ହେଲା ହଳଦୀପାଣି ନଦୀ। ଭୁତମୁଣ୍ଡାଇ ପଞ୍ଚାୟତଠାରୁ ବିଶ୍ୱାଳି,କୋଠି, ବଗଦିଆ, ନୂଆଗଡ଼,...

ବୃଦ୍ଧା ବାପାଙ୍କ କାନ୍ଧରେ ଯୁବା ପୁଅର ବୋଝ

ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.):ଯେଉଁ ବୟସରେ ପୁଅ ଖଟି ରୋଜଗାର କରି ନିଜ ପିତାମାତାଙ୍କୁ ପ୍ରତିପୋଷଣ କରିବାର କଥା ସେତେବେଳେ ବୃଦ୍ଧ ବାପାଙ୍କ ଉପରେ ବୋଝ ପାଲଟିଛନ୍ତି ୩୦ବର୍ଷର ପୁଅ...

ଲାଲବାହିନୀ ହାତ ଛାଡିଲେ ୨୫୦ ମାଓବାଦୀ ସମର୍ଥକ

ମାଲକାନଗିରି,୨୩ା୧୨(ସ୍ବ.ପ୍ର.)- ଲାଲବାହିନୀର ହାତ ଛାଡିଛନ୍ତି ୨୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ। ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକର ମହୁପଦର ଅଞ୍ଚଳରେ। ରବିବାର ସେମାନେ...

କେବଳ ମା’ବାପା ନୁହଁ, ଓଡ଼ିଶାବାସୀଙ୍କ ସେବା କରିବି: ତାପସ

ଗୋପ,୧୩।୧୦(ଡି.ଏନ୍‌.ଏ.): ୨୪ ଘଣ୍ଟାରୁ ପରିବାରର କାର୍ଯ୍ୟ କରିବା ସହ ବାକି ଯାହା କିଛି ସମୟ ମିଳେ, ସେହି ସମୟରେ ପାଠ ପଢ଼ି ଓଡ଼ିଶା ସିଭିଲ ସର୍ଭିସ୍‌(ଓସିଏସ୍‌)ରେ...

ସ୍କ୍ରାପ୍‌ରେ ୭୦ ଫୁଟର ଗିଟାର ନିର୍ମାଣ କଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୧୮ା୭- ଆବର୍ଜନା ତଥା ସ୍କ୍ରାପ୍‌ ସାମଗ୍ରୀରୁ ବହୁ କ୍ଷୁଦ୍ର ଓ ବୃହତ୍‌ ମଡେଲ ପ୍ରସ୍ତୁତ କରି ସାରା ଭାରତରେ ନିଜର ଏକ ସ୍ବତନ୍ତ୍ର ପରିଚୟ...

ଆଦିବାସୀଙ୍କ ପ୍ରିୟ କୁରୁକୁଟି ଆଚାର

କେନ୍ଦୁଝର, ୧୫ା୧୧ ଦୀପକ ମିଶ୍ର: ଆଦିବାସୀଙ୍କ ପ୍ରିୟ କୁରୁକୁଟି ଆଚାର। କେନ୍ଦୁଝର ଜିଲାର ଆଦିବାସୀମାନେ ବିଶେଷ କରି ଏହି ଆଚାର ଖାଇଥାନ୍ତି। ଜଙ୍ଗଲ ଅଞ୍ଚଳରେ ଥିବା...

Advertisement
Archives

Model This Week