ସବ୍‌ଡିଭିଜନ ଦାବି ତେଜିଲା

ବଡ଼ସାହି,୧୫।୧୨(ସ୍ବ.ପ୍ର.)-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ବେତନଟୀ ଓ ବଡସାହି ବ୍ଲକୁ ମିଶାଇ ସବ୍‌ଡିଭିଜନ ଗଠନ କରିବା ଦାବି ତେଜିବାରେ ଲାଗିଛି। ଶନିବାର ପାଉଁଶିଆବନ୍ଧ ଠାରେ ଅନୁଷ୍ଠିତ ବିକାଶ ମଞ୍ଚର ୮ମ ବୈଠକରେ ଏନେଇ ଜୋରଦାର ଦାବି ଉପସ୍ଥାପନ କରାଯାଇଛି। ବଡସାହି ଓ ବେତନଟୀ ବ୍ଲକରେ ସାମୂହିକ ଉନ୍ନତି ମୂଳକ କାର୍ଯ୍ୟ ସମେତ ବଡସାହିରେ ଏକ ସବ୍‌ ରେଜିଷ୍ଟ୍ରାର ଅଫିସ ଖୋଲାଯିବା ଲାଗି ବୈଠକରେ ମଧ୍ୟ ଦାବି କରାଯାଇଥିଲା।
ବରିଷ୍ଠ ନାଗରିକ ଚୂଡାମଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମଞ୍ଚର ସଦସ୍ୟମାନେ ଆଗାମୀ ଦିନର କାର୍ଯ୍ୟକ୍ରମ ସଂକ୍ରାନ୍ତ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ବଡସାହି ବିଧାୟକ ସନାତନ ବିଜୁଳି, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ା ଖବରଦାତା ଅରୁଣ କୁମାର ଓତା ପୂର୍ବ ବୈଠକର ବିବରଣୀ ସମ୍ପର୍କରେ ଆଲୋକପାତ କରିଥିଲେ। ମୟୂରଭଞ୍ଜ ଜିଲାର ଏକ ବଡ ବ୍ଳକ ଭାବେ ପରିଚିତ ବଡସାହିର ୩୦ ପଞ୍ଚାୟତରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଏଠାରେ ସବ୍‌ ରେଜିଷ୍ଟ୍ରାର ଅଫିସ ଥିବାରୁ ଜମି କିଣାବିକା କାରବାର ଲାଗି ଲୋକେ ହଇରାଣ ହେଉଛନ୍ତି। ଏଥିଲାଗି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ସ୍ଥିର ହୋଇଥିଲା। ସେହିପରି ବଡ଼ସାହି ଓ ବେତନଟୀଠାରେ ନିର୍ମାଣ ହେବାକୁ ଥିବା ବସଷ୍ଟାଣ୍ଡ ନିର୍ମାଣ ସକାଶେ ଆବଶ୍ୟକ ପହୁଥିବା ଜମି ସମ୍ପର୍କରେ ପ୍ରଶାସନକୁ ସବିଶେଷ ତତ୍ୟ ଦେବା ଲାଗି ବୈଠକରେ ୫ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସେହିପରି ସବ୍‌ଡିଭିଜନ ଦାବି ହାସଲ ନିମନ୍ତେ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ଉଭୟ ବ୍ଳକର ଦାବିକୁ ନେଇ ସଙ୍ଗଠନକୁ ମଜବୁତ କରିବା ସହ ଏଥିରେ ଅଞ୍ଚଳବାସୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଖବରଦାତା ମନୋଜ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପ୍ରତି ବଢ଼ିବ ରିସ୍କ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଧିକ ଶକ୍ତିଶାଳୀ ରହିଛି। ଏହି ଲହରରେ ଏବେ ଯୁବପିଢ଼ି ଓ ଶିଶୁ ବହୁ ଆକ୍ରାନ୍ତ ହେଉଛନ୍ତି। ଏଯାବତ୍‌ ୨୯,୪୧୩...

୨୨ରୁ +୨ ପାଠପଢ଼ା

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ଆସନ୍ତା ୨୨ ତାରିଖରୁ +୨ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ। ମଙ୍ଗଳବାର ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

ସମତା ହିଁ ବୀଜମନ୍ତ୍ର

ସାଧାରଣତନ୍ତ୍ର ଦିବସ ଭାରତର ଏକ ଜାତୀୟ ଦିବସ ରୂପେ ପରିପାଳିତ ହେଉଛି। ଏହା ଦେଶବାସୀଙ୍କର ଆତ୍ମସମୀକ୍ଷା ଓ ସଂକଳ୍ପ ଦିବସ ବୋଲି କହିଲେ ଅତ୍ୟୁକ୍ତି ହେବ...

ରାଜ୍ୟ ସଭା ଏମ୍‌ପି ଭାବେ ଶପଥ ନେଲେ ନିରଞ୍ଜନ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୪ା୬: ରାଜ୍ୟ ସଭା ଏମ୍‌ପି ଭାବେ ଶୁକ୍ରବାର ନିରଞ୍ଜନ ବିଶି ଶପଥ ନେଇଛନ୍ତି। ତାଙ୍କୁ ଏହି ଶପଥପାଠ କରାଇଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ। ରାଜ୍ୟ...

ହାତୀ ଉଜାଡିଲେ ଧାନ ଫସଲ

ଠାକୁରମୁଣ୍ଡା,୬ା୮(ଡି.ଏନ୍‌.ଏ.)-ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ବିଟ ଜରକ ପଞ୍ଚାୟତ ଘଣ୍ଟିଆଦର ଓ ଖୁଦଶୀଳା ଗ୍ରାମରେ କିଛିଦିନ ହେଲା ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଛି।...

୪ର୍ଥ ଥର ପ୍ଲାଜ୍‌ମା ଦାନ କଲେଣି ଯବାନ

ଛତ୍ରପୁର,୪।୨: ଅଗସ୍ତିନୂଆଗାଁ ସ୍ଥିତ ଛତ୍ରପୁର ଅଷ୍ଟମ ବାଟାଲିୟନର ସିପାହୀ (୭୬୧) କେ. ଯୁଧିଷ୍ଠିର ରାଓ ଚତୁର୍ଥ ଥର ପାଇଁ ପ୍ଲାଜ୍‌ମା ଦାନ କରିଛନ୍ତି। ଗୁରୁବାର ଏମ୍‌କେସିଜି...

‘ଫନି’କୁ ପୂରିଲା ୨ ବର୍ଷ: ଏବେବି ବାତ୍ୟା ନାଁ ଶୁଣିଲେ ଥରି ଉଠୁଛି ଛାତି

ଭୁବନେଶ୍ୱର,୩।୫(ବ୍ୟୁରୋ): ଆଜିର ଠିକ୍‌ ଏହି ଦିନରେ ଅର୍ଥାତ୍‌ ମେ’ ୩ରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ‘ଫନି’। ୨୦୧୯ ମେ’ ୩ରେ ଓଡ଼ିଶାରେ ଫନି ତା’ର କରାଳ...

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ : ‘ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ସ୍ଥିତି ନ ଉପୁଜୁ’

ପୁରୀ ଅଫିସ,୧୬ା୧୦: କରୋନା ବିପଦ ଟଳିନାହିଁ। ଆଗକୁ ଶୀତଋତୁରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଏଥିପ୍ରତି ହେୟଜ୍ଞାନ କଲେ ସ୍ଥିତି ପୁଣି ସଙ୍ଗିନ ହୋଇପାରେ।...

Advertisement
Archives

Model This Week