Posted inଖେଳ

ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି: କୁମ୍ବଲେ

ପଣଜୀ,୯।୮(ପି.ଟି.)- ଆଜିକାଲି ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି ବୋଲି ପୂର୍ବତନ ଭାରତୀୟ ଅଧିନାୟକ ତଥା କୋଚ୍‌ ଅନିଲ କୁମ୍ବଲେ କହିଛନ୍ତି। ଏବେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗର ଶିକାର ହୋଇଛନ୍ତି କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ, ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ୍‌। ଏ ନେଇ ଏହି ପୂର୍ବତନ କ୍ରିକେଟରଙ୍କ ନିକଟକୁ ନୋଟିସ ପଠାଯାଇଛି। ଜୀବନର ପ୍ରତ୍ୟେକ ପାହାଚରେ ଏଭଳି ସ୍ଥିତି ଆସିଥାଏ। ଜଣେ ବ୍ୟକ୍ତି ଏହାକୁ କିପରି ଡିଲ୍‌ କରିଥାଏ ତାହା ବଡ଼ କଥା। ଏଭଳି ଅଭିଯୋଗ କିଛି ପରିମାଣରେ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି। ଭାରତରେ ମାତ୍ର ୩୦୦ ଟେଷ୍ଟ କ୍ରିକେଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଜୀବିତ ଅଛନ୍ତି ବୋଲି କୁମ୍ବଲେ କହିଛନ୍ତି। ତେଣୁ ଏହି କ୍ରିକେଟରମାନେ କ୍ରିକେଟ ପାଇଁ କିଛି କରିପାରିବେ। ଯଦି ଏମାନଙ୍କ୍‌ୁ ଏଥିରୁ ରୋକାଯାଏ ତାହେଲେ କ୍ରିକେଟ ପରିଚାଳନା ପାଇଁ ଆଉ ଅନ୍ୟମାନଙ୍କୁ କାର୍ଯ୍ୟରେ ଲଗାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରତ୍ୟେକ କ୍ରିକେଟର ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି। କାରଣ ଅଳ୍ପ କେତେଜଣ କ୍ରିକେଟର କ୍ରିକେଟ ପାଇଁ କିଛି କରିବାର କ୍ଷମତା ରଖିଥାନ୍ତି। ଫଳରେ ଜଣେ କ୍ରିକେଟର ଏକାଧିକ ଦାୟିତ୍ୱ ତୁଲାଇଥାନ୍ତି। କାରଣ ଅଳ୍ପ କେତେଜଣ କ୍ରିକେଟର ଦେଶ ପାଇଁ ଖେଳିଥାନ୍ତି ବୋଲି ଏଠାରେ ଏକ ପ୍ରମୋଶନାଲ ଇଭେଣ୍ଟରେ ଯୋଗଦେଇ କୁମ୍ବଲେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନେଇ ନିଜର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୧:ଭାରତ ଜିତିଲା ୪ ପଦକ

ଗୁଆଟାମଳା ସିଟି, ୨୭ା୪ (ପି.ଟି.)-ଭାରତୀୟ ତୀରନ୍ଦାଜ ଦମ୍ପତି ଦୀପିକା କୁମାରୀ ଓ ଅତନୁ ଦାସ ବ୍ୟକ୍ତିଗତ ବିଭାଗରେ ଦୁଇଟି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଫଳରେ...

ବାର୍ବରା ଷ୍ଟ୍ରାଇକୋଭାଙ୍କ ଅବସର

ପ୍ରାଗ,୬।୫(ପି.ଟି.): ପୂର୍ବତନ ତାରକା ଡବଲ୍ସ ଖେଳାଳି ତଥା ଓ୍ବିମ୍ବେଲଡନ ସିଙ୍ଗଲ୍ସ ସେମିଫାଇନାଲିଷ୍ଟ ଚେକ ଗଣରାଜ୍ୟର ବାର୍ବରା ଷ୍ଟ୍ରାଇକୋଭା ବୁଧବାର ଟେନିସରୁ ଅବସର ଘୋଷଣା କରିଛନ୍ତି। ୩୫...

ପ୍ରୋ କବାଡ଼ି ଲିଗ୍‌: ଷ୍ଟିଲର୍ସ, ଦବଙ୍ଗ ବିଜୟୀ

ନୂଆଦିଲ୍ଲୀ, ୨୯।୮ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ର ୭ମ ସଂସ୍କରଣରେ ବୁଧବାର ଖେଳାଯାଇଥିବା ୨ଟି ମ୍ୟାଚ୍‌ରେ ହରିୟାଣା ଷ୍ଟିଲର୍ସ ଓ ଦବଙ୍ଗ ଦିଲ୍ଲୀ ବିଜୟୀ ହୋଇଛି।...

କପିଲଙ୍କ ଶୋ’ ଦେଖିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ’କୁ ଅନେକ ସେଲିବ୍ରିଟି ଆସି ସେମାନଙ୍କ ଜୀବନ ସହ ଜଡିତ କାହାଣୀ ବାଣ୍ଟନ୍ତି। ଥରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ...

ରୁଦ୍ରାଂଶଙ୍କୁ ବ୍ରୋଞ୍ଜ ପଦକ

ଭୋପାଳ,୨୪ା୩: ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋର୍ଟ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଆନୁକୂଲ୍ୟରେ ଚାଲିଥିବା ଶୁଟିଂ ବିଶ୍ୱକପ୍‌ରେ ଭାରତର ରୁଦ୍ରାଂଶ ପାଟିଲ ୧୦ ମିଟର ଏୟାର ରାଇଫଲରେ ବ୍ରୋଞ୍ଜ ପଦକ...

୩ ଉଇକେଟରେ ବିଜୟୀ ହେଲା ନେଦରଲାଣ୍ଡ୍ସ

ଗିଲଙ୍ଗ,୧୬ା୧୦: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ଦିବସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୩ ଉଇକେଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ହରାଇ ଦେଇଛି।...

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଆରମ୍ଭ: ଟସ୍‌ ଜିଣି ପ୍ରଥମେ ଭାରତର ବ୍ୟାଟିଂ ନିଷ୍ପତ୍ତି

ବିଶାଖାପାଟଣା,୨।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବୁଧବାରଠାରୁ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚରେ ଭାରତ ପ୍ରଥମେ ଟସ୍‌...

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୨୦।୯(କ୍ରୀଡ଼ା ପ୍ରତିନିଧି)- ପଶ୍ଚିମବଙ୍ଗର କଲ୍ୟାଣୀଠାରେ ଚଳିତମାସ ୨୧ରୁ ୨୬ ପର୍ଯ୍ୟନ୍ତ ୭୪ତମ ସନ୍ତୋଷ ଟ୍ରଫି ଜାତୀୟ ସିନିୟର ପୁରୁଷ ଫୁଟ୍‌ବଲ(ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ)...

Advertisement
Archives

Model This Week