‘ସପ୍ତାହକୁ ୩ ଦିନ ତୋଳାହେଉ କେନ୍ଦୁପତ୍ର’

ଭୁବନେଶ୍ୱର,୧୨।୪(ବ୍ୟୁରୋ): ସାରା ଦେଶରେ କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଜାରି ରହିଛି। ଓଡ଼ିଶାରେ ମଧ୍ୟ ଚଳିତ ମାସ ୩୦ତାରିଖ ଯାଏ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏଥିଯୋଗୁ କେନ୍ଦୁପତ୍ର ସଂଗ୍ରହ, ବିକ୍ରୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସାମାଜିକ ଦୂରତା ରକ୍ଷାକରି ଯଦି ଏହି କାର୍ଯ୍ୟ ଆରମ୍ଭ କରାଯାଇପାରନ୍ତା, ତେବେ ଏକ ବଡ଼ ବର୍ଗ ଉପକୃତ ହୁଅନ୍ତେ। ରାଜ୍ୟ ସରକାର କୃଷି କାର୍ଯ୍ୟ ଯଥାରୀତି ଚାଲୁ କରିବା ପାଇଁ ମଧ୍ୟ ମତ ରଖିଛନ୍ତି। ତେଣୁ ତୁରନ୍ତ କେନ୍ଦୁପତ୍ର ତଥା ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ସହ ଜଡିତ ଥିବା ବ୍ୟକ୍ତିବିଶେଷ ମତ ରଖିଛନ୍ତି। କେନ୍ଦୁଝର, କନ୍ଧମାଳ, ବଲାଙ୍ଗୀର, ଅନୁଗୋଳ, ସମ୍ବଲପୁର,କୋରାପୁଟ ଏବଂ ମୟୂରଭଞ୍ଜ ଜିଲାରେ କେନ୍ଦୁପତ୍ର ତୋଳାଯାଇଥାଏ। ଏହିସବୁ ଜିଲାର ପ୍ରାୟ ୬ ଲକ୍ଷ ହେକ୍ଟର ଜାଗାରୁ କେନ୍ଦୁପତ୍ର ଉତ୍ପାଦନ ହୁଏ। ୩ରୁ ୪ ମାସ ମଧ୍ୟରେ ଲକ୍ଷ ଲକ୍ଷ ଶ୍ରମଦିବସ ସୃଷ୍ଟି କରିବାର କ୍ଷମତା ଏହି କେନ୍ଦୁପତ୍ର ପ୍ରଦାନ କରିଥାଏ। ରାଜ୍ୟର ବାର୍ଷିକ ୫ ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ଉତ୍ପାଦିତ ହୋଇଥାଏ। ମଧ୍ୟପ୍ରଦେଶ ଓ ଛତିଶଗଡ଼ ପରେ ସର୍ବାଧିକ କେନ୍ଦୁପତ୍ର ଓଡ଼ିଶାରେ ଉତ୍ପାଦିତ ହୋଇଥାଏ। ଦେଶର ମୋଟ ଉତ୍ପାଦନର ୨୦% ରାଜ୍ୟରେ ଉତ୍ପାଦିତ ହୁଏ। ଏକଦା ରାଜ୍ୟରେ ୯ ଲକ୍ଷ ପଞ୍ଜୀକୃତ କେନ୍ଦୁପତ୍ର ତୋଳାଳି ଥିବାବେଳେ ଏହି ସଂଖ୍ୟା ଏବେ ସାଢ଼େ ସାତ ଲକ୍ଷରେ ପହଞ୍ଚିଛି। ସେହିଭଳି ପ୍ରାୟ ୨୬,୦୦୦ କେନ୍ଦୁପତ୍ର ବନ୍ଧାଳି ମଧ୍ୟ ରାଜ୍ୟରେ କାର୍ଯ୍ୟ କରୁଛନ୍ତି। ଋତୁକାଳୀନ ଭାବେ ୬ ହଜାର ଏବଂ ପରୋକ୍ଷ ଭାବେ ପ୍ରାୟ ଏକ ଲକ୍ଷ ବ୍ୟକ୍ତିବିଶେଷ କେନ୍ଦୁପତ୍ର ସଂଗ୍ରହ, ବିକ୍ରୟ ସହ ଜଡିତ ରହିଥାନ୍ତି। କେନ୍ଦୁପତ୍ର ସଂଗ୍ରହ ଏବଂ ବିପଣନ ସହ ଜଡିତ ଥିବା କେତେକ ବ୍ୟକ୍ତିବିଶେଷଙ୍କ କହିବାନୁଯାୟୀ, ରାଜ୍ୟରେ ୧୯ ଗୋଟି କେନ୍ଦୁପତ୍ର ତୋଳିବା କେନ୍ଦ୍ର ରହିଛି। ଏହାକୁ ପୂର୍ବଭଳି ତୋଳାଯାଉ। କରୋନାକୁ ଦୃଷ୍ଟିରେ ରଖି ଅତିକମ୍‌ରେ ସପ୍ତାହକୁ ୩ ଦିନ କେନ୍ଦୁପତ୍ର ତୋଳିବା ପାଇଁ ଦାବି ଉଠିଛି। ଏଥିରେ ଜଡିତ ହେଉଥିବା ଶ୍ରମଜୀବୀଙ୍କୁ ତୁରନ୍ତ ଅନ୍‌ଲାଇନ୍‌ ପାରିଶ୍ରମିକ ପ୍ରଦାନ କରାଯାଉ। ଏପରିକି ତୋଳିବା ପୂର୍ବରୁ ହାତକୁ ସାନିଟାଇଜ୍‌ କରିବା, ତୋଳା ସରିଲେ ହାତକୁ ଭଲ ଭାବେ ଧୋଇ ପୁନର୍ବାର ସାନିଟାଇଜ ହେବା ଜରୁରୀ। ଅନୁରୂପ ଭାବେ ବନ୍ଧାଳି ଏବଂ ସଂଗ୍ରହକାରୀମାନେ ମଧ୍ୟ ସାନିଟାଇଜ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri