୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ କୋଠା ବିଭାଗ ପକ୍ଷରୁ ଗାଁରେ ସର୍ବସାଧାରଣ ନୋଟିସ୍‌ ଛପାଯାଇଛି। ଉକ୍ତ ନୋଟିସ୍‌ରେ ଚଳିତ ମୌସୁମୀରେ ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଯିବ। ଏହାଯୋଗୁ ଧନଜୀବନ ହାନି ହେବାର ଆଶଙ୍କା ରହିଛି। ଏଣୁ ଲୋୟର ସୁକତେଲ ଜଳଭଣ୍ଡାର ସୀମାରୁ ଦୂରରେ ଥିବା କପିଳବାହାଲ ବିସ୍ଥାପିତ କଲୋନୀଠାରେ ନିର୍ମିତ ପୁନର୍ବସତି ଥଇଥାନ ଶିବିରକୁ ଯଥାଶୀଘ୍ର ସ୍ଥାନାନ୍ତରିତ ହେବାକୁ କୁମିଆପାଲି ଗ୍ରାମବାସୀଙ୍କୁ ଅନୁରୋଧ କରାଯାଇଛି। ଲୋୟର ସୁକତେଲ ଥଇଥାନ, ପୁନର୍ବାସ, ଶିବିର ଓ କୋଠା ବିଭାଗ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ସ୍ବାକ୍ଷର ଥିବା ଏଭଳି ଏକ ନୋଟିସ ଗୁରୁବାର ଗାଁରେ ଛପା ଯିବା ପରେ ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି I ଲୋକଙ୍କ ଦାବି ପୂରଣ ନ କରି ସେମାନଙ୍କୁ ବିସ୍ଥାପିତ କରିବା ଠିକ ନୁହେଁ ବୋଲି ସେମାନେ କହିଛନ୍ତି I କୁମିଆପାଲି ଗାଁର ରାମଚନ୍ଦ୍ର ବରିହା କହିଛନ୍ତି ଯେ, ୨୦୧୩ ଭୂମି ଅଗ୍ରହଣ ଆଇନ ଲାଗୁ କରି ବିସ୍ଥାପିତଙ୍କ ଥଇଥାନ ଏବଂ କ୍ଷତିପୂରଣ ଦେବା, କୁମିଆପାଳିରେ ୧୧ (୧) ନୋଟିସ ରଦ୍ଧ କରି ସର୍ଭେ କରିବା ଏବଂ ବିସ୍ଥାପିତଙ୍କୁ ଜମି ବଦଳରେ ଜମି ଯୋଗାଇ ଦେବାକୁ ସେମାନେ ଦାବି କରୁଛନ୍ତି। ତାଙ୍କର ଦାବି ପୂରଣ ହୋଇ ନ ଥିବାରୁ ସେମାନେ ଗାଁ ଛାଡ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ ଚଳିତବର୍ଷ ଲୋୟର ସୁକ୍କଲେ ପ୍ରକଳ୍ପ ଜଳଭଣ୍ଡାରରେ ପୂର୍ଣ୍ଣ କ୍ଷମତାରେ ପାଣି ରଖାଯିବ ବୋଲି କୁହାଯାଉଛି। ଜଳଭଣ୍ଡାର ଭିତରେ ଥୁବା କୁମିଆପାଲିରେ ଏବେବି ୮୬ ଆଦିବାସୀ ପରିବାର ରହୁଛନ୍ତି। ସେମାନଙ୍କ ପାଇଁ କପିଲବାହାଲ ମୌଜାରେ ଏକ ପୂର୍ନବାସ କଲୋନୀ ତିଆରି କରାଯାଇଛି। ସେମାନଙ୍କୁ ସେହି କଲୋନୀକୁ ସ୍ଥାନାନ୍ତର ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବାରୁ କୁମିଆପାଲି ଗାଁକୁ ଯେକୌଣସି ସମୟରେ ପାଣି ଘେରିବା ଭୟ ରହୁଛି ପାଣି ଗାଁକୁ ପହଞ୍ଚୁବା ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ଉଦ୍ୟମ କରୁଛନ୍ତି। ଲୋକେ କିନ୍ତୁ ଦାବି ପୂରଣ ନହେଲେ ଗାଁ ଛାଡ଼ିବେ ନାହିଁ ବୋଲି କହୁଛନ୍ତି। ଖୁଣ୍ଟପାଲି, ତବଲବାଞ୍ଜି ଗାଁରେ ଥିବା କିଛି ଲୋକଙ୍କୁ ଶୀଘ୍ର ଗାଁରୁ ସ୍ଥାନାନ୍ତର ହେବାକୁ କୁହାଯିବା ସହ ୨୧ ତାରିଖ ସୁଦ୍ଧା ଏହି ୩ ଗାଁର ବିଦ୍ୟୁତ୍‌ କାଟ୍‌ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳିଗଲା NDA ସଂସଦୀୟ ଦଳର ନାମ: ଏବେ ‘ମଙ୍ଗଳ ମିଳନ’ ନାମରେ ହେବ ବୈଠକ

ନୂଆଦିଲ୍ଲୀ,୧୭।୭: କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ଶାସକ NDA ମେଣ୍ଟ ସଂସଦୀୟ ବୈଠକର ନାମ ବଦଳାଇ ଦିଆଯାଇଛି। ଏବେ ଏହାକୁ ‘ମଙ୍ଗଳ ମିଳନ’ ନାମ…

ରାଜ୍ୟ ସଭାରେ ପ୍ରଥମେ ‘ବନ୍ଦେ ମାତରମ’ ବିଲ ଆଗତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା; ଅସମ୍ମାନ କଲେ କଠୋର ଦଣ୍ଡ

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନରେ ଯାହା ଜୁଲାଇ ୨୦ରୁ ଆରମ୍ଭ ହେଉଛି, ଅନେକ ବିଲ ଉପସ୍ଥାପନ ପାଇଁ ତାଲିକାଭୁକ୍ତ ହୋଇଛି ଯେଉଁଥିରେ ଜାତୀୟ ଗୀତ ‘ବନ୍ଦେ ମାତରମ’କୁ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର,୧୭।୭: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଶୁକ୍ରବାର ଓସେପା ଅଫିସ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ…

‘ସେକେଣ୍ଡ କ୍ଲାସ୍ ପାସେଞ୍ଜର’ କହିବା ବନ୍ଦ କର: ଭାରତୀୟ ରେଳବାଇକୁ ସୁପ୍ରିମ୍ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇରେ ସୁଧାର ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଏନ୍.…

‘ତୁମ ନାମରୁ ‘ଡାକ୍ତର’ ଶବ୍ଦ ହଟାଅ’: ଚିକିତ୍ସା ନ ମିଳିବାରୁ ୪ ବର୍ଷୀୟା ବଳାତ୍କାର ପୀଡିତାଙ୍କ ମୃତ୍ୟୁ; ଗାଜିଆବାଦର ୨ ହସ୍ପିଟାଲକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲ ଏବଂ ସେମାନଙ୍କର ଡାକ୍ତରଙ୍କୁ ଶୁକ୍ରବାର ଜଣେ ଚାରି ବର୍ଷୀୟା ବଳାତ୍କାର ପୀଡିତାଙ୍କୁ ସମୟୋଚିତ ଚିକିତ୍ସା ଯୋଗାଇ ନ ଦେବା…

ଅକାଳରେ ଜନ୍ମିତ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ଜଗି ରହିଲେ ବନ କର୍ମଚାରୀ

ରିଆମାଳ,୧୭ା୭(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ଏକ ଅକାଳରେ ଜନ୍ମିତ ହାତୀ ଶାବକର…

୮ମ ବେତନ ଆୟୋଗ: କେବେଠାରୁ ଲାଗୁ ହେବ ନୂଆ ଦରମା? ୫୦ ଲକ୍ଷ କର୍ମଚାରୀ ଓ ୭୦ ଲକ୍ଷ ପେନସନଭୋଗୀଙ୍କ ପାଇଁ ଜରୁରୀ ଅପଡେଟ୍

ନୂଆଦିଲ୍ଲୀ,୧୭।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ୮ମ ବେତନ ଆୟୋଗ ଗଠନ ହେବାର ପ୍ରାୟ ୯ ମାସ…

ଅମିତାଭଙ୍କୁ ଧନୀ ବନାଇବାରେ ଥିଲା ଏହି ବ୍ୟକ୍ତିଙ୍କ ହାତ! ଜାଣନ୍ତୁ କିଏ ସେହି ୧୫,୦୦୦ କୋଟିର ମାଲିକ

ମୁମ୍ବାଇ: କୌଣସି ଏକ ସମୟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଥିବା ପ୍ରେମଚନ୍ଦ ଗୋଧାଙ୍କ ଶୂନ୍ୟରୁ ଶିଖରକୁ ପହଞ୍ଚିବାର କାହାଣୀ ପ୍ରକୃତରେ ଅତ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri