ରଘୁନାଥପୁର,୨୮ା୩(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଲକ୍‌ଡାଉନକୁ ଅନେକେ ମାନୁ ନ ଥିବା ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ କଠୋର ହୋଇଛି। ବ୍ଲକ ଅଧୀନ ରଘୁନାଥପୁର, ରେଢୁଆ ଓ ଜଇପୁର ହାଟରେ ଲୋକଙ୍କ ଗହଳି ହେଉଥିବାରୁ ଏହାକୁ ସପ୍ତାହରେ ୨ ଥର ବଦଳରେ ଥରେ ବସିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ରଘୁନାଥପୁର ତହସିଲଦାର ଶୁକ୍ରବାର ପୋଲିସ ଫୋର୍ସ ସହ ଜଇପୁର ହାଟରେ ପହଞ୍ଚତ୍ ଲୋକଙ୍କୁ ସାମାଜିକ ଦୂରତା ରଖିବା ପାଇଁ ପରାମର୍ଶ ଦେଇଥିଲେ। ସକାଳୁ ଜଇପୁର ହାଟରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଜମା ହୋଇଥିବା ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ରୂପାଲିକା ଦାଶ ଓ ଅତିରିକ୍ତ ତହସିଲଦାର ମାନସ କୁମାର ତ୍ରିପାଠୀ ଦେଖିଥିଲେ। ହାଟରେ ଯେପରି ଗହଳି ନ ହୁଏ ସେ ଦିଗରେ ଦୃଷ୍ଟିଦେବାକୁ ସ୍ଥାନୀୟ ସରପଞ୍ଚ ଓ ହାଟ ନିଲାମଧାରୀଙ୍କ ସହ ସେମାନେ ଆଲୋଚନା କରିଥିଲେ। ହାଟଗୁଡ଼ିକ ପୂର୍ବାହ୍ନ ୯ଘଟିକାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ବାହାରକୁ ଆସୁଥିବା ବ୍ୟକ୍ତି ଉପଯୁକ୍ତ ପ୍ରମାଣ ନ ଦେଖାଇଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଅଧିକାରୀ ଦ୍ୱୟ ପ୍ରକାଶ କରିଛନ୍ତି। ପୋଲିସ ପକ୍ଷରୁ ରଘୁନାଥପୁର, ତାରପୁର ବାଇପାସ, ଜଇପୁର ଛକ, ରେଢୁଆ ହାଟ, ତରିକୁନ୍ଦ ବଜାର ଓ ବିଭିନ୍ନ ଜନଗହଳି ପୂର୍ଣ୍ଣ ଛକରେ ଫୋର୍ସ ମୁତୟନ କରାଯାଇଛି। ଗ୍ରାମ ମଧ୍ୟକୁ ପିସିଆର୍‌ ଭ୍ୟାନ ଯାଇ ପରିସ୍ଥିତି ଉପରେ ନଜର ରଖିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୫ ବିଦେଶ ଫେରନ୍ତାଙ୍କୁ ସେମାନଙ୍କ ଘରେ ଆଇସୋଲେଶନରେ ରଖାଯାଇଛି। ପ୍ରତ୍ୟେକ ଦିନ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ସୁକାନ୍ତ କୁମାର ଦଳାଇ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏମ୍‌ବିଏଡିସି ଜିଲା ପାଇଁ ୨୫୭ କୋଟି ଅନୁମୋଦନ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ଖଣିଜ ସମ୍ପଦ ଅଞ୍ଚଳ ନିଗମ (ଓଏମ୍‌ବିଏଡିସି) ଜିଲାଗୁଡ଼ିକ ପାଇଁ ୮ଟି ପ୍ରକଳ୍ପ ବାବଦରେ ୨୫୭ କୋଟି ଟଙ୍କା ଖର୍ଚ୍ଚ ହେବ। ବୁଧବାର ଲୋକସେବା ଭବନଠାରେ...

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନବରଙ୍ଗପୁର,୧୫-୧(ବି.ପ୍ର.):ନବରଙ୍ଗପୁର ଜିଲା ଗାଦବାଗୁଡା ସାହିରେ ରହୁଥିବା ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି(୭୯)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଛତିଶଗଡ ରାୟପୁରର ରାମକୃଷ୍ଣ କେୟାର ସେଣ୍ଟର ହସ୍ପିଟାଲରେ ରବିବାରଠାରୁ...

କାଳ ହେଲା ଭୋଜିଖିଆ: ଝାଡ଼ାବାନ୍ତିରେ ୯୧ ଆକ୍ରାନ୍ତ

ସଜନାଗଡ, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ତୋଟାପଡା ଗ୍ରାମରେ ଭୋଜି ଖାଇ ୯୧ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯ଜଣଙ୍କୁ...

ନିଶା କାରବାର ଅଭିଯୋଗ: ସିଲ୍‌ ହେଲା ପଞ୍ଜାବୀ ମଠ

ପୁରୀ ଅଫିସ,୩।୧୨: ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ପଞ୍ଜାବୀ ମଠକୁ ସୋମବାର ପୋଲିସ ସିଲ୍‌ କରିଦେଇଛି। ମଠ ଭିତରେ ନିଶା କାରବାର ହେଉଥିବା ଅଭିଯୋଗ...

ବଢ଼ିଲା କରୋନା କଟକଣା: ଘର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ୭ରୁ ଅଧିକ ବ୍ୟକ୍ତି ଏକତ୍ରିତ ହେବା ମନା

ଭୁବନେଶ୍ୱର,୨୦।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ସହ ମୁକାବିଲା ଗୋଟିଏ କିମ୍ବା ଦୁଇ ଦିନର ନୁହେଁ ଏହା ୬ ମାସର ଯୁଦ୍ଧ। ଆହୁରି ୧୭୩ ଦିନ ଏହା...

ଅନୁମତି ମିଳିଲେ ହେବ ତାଳଚେର ରଥଯାତ୍ରା

ତାଳଚେର,୧୩ା୫(ନି.ପ୍ର.) – ତାଳଚେରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ।...

ଧର୍ମଶାଳା ବ୍ଲକରେ ବନ୍ୟା: ୭ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଫସଲ କ୍ଷତିଗ୍ରସ୍ତ

ଧର୍ମଶାଳା,୪।୯ (ଡି.ଏନ୍‌.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଓ ପ୍ରଳୟଙ୍କାରୀ ବନ୍ୟା ଯୋଗୁ ଧର୍ମଶାଳା ବ୍ଲକ ଅଧୀନ ୪୫ ପଞ୍ଚାୟତର ୭ ହଜାର ୭ଶହ ହେକ୍ଟର ଚାଷଜମି...

କୋଇଲା ଚୋରି ମାମଲା: ଗାଡି ଚାଳକ, ହେଲପର ଓ କ୍ରେତା ଦଣ୍ଡିତ

କେନ୍ଦୁଝର, ୨୪ା୧୦ (ସ୍ବ.ପ୍ର.)-କୋଇଲା ଚୋରି କରି ଅନ୍ୟ ଜଣଙ୍କୁ ବିକିଥିବା ଟ୍ରକ ଚାଳକ ଓ ହେଲପରଙ୍କ ସମେତ କୋଇଲା କିଣିଥିବା ଜଣେ ଇଟା କାରଖାନା ମାଲିକଙ୍କୁ...


Coronavirus Update

Archives

Model This Week

Why Dharitri