ସନ୍ନିଙ୍କ ଫୁଟ୍‌ବଲ ପ୍ରେମ

ମୁମ୍ବାଇ: ବଲିଉଡ୍‌ ନାୟିକା ସନ୍ନିି ଲିଓନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରୁହନ୍ତି। ଫ୍ୟାନ୍‌ମାନଙ୍କ ସହ ଯୋଡ଼ିହୋଇ ରହିବାକୁ ସନ୍ନି ଇନ୍‌ଷ୍ଟାଗ୍ରାମରେ ନିଜର ଟିକିନିଖି ଅପ୍‌ଡେଟ୍‌ସ ଦେଇଥାନ୍ତି। ଏହି କ୍ରମରେ ଏକ ନୂଆ ଭିଡିଓ ସନ୍ନି ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ଲାଇକ୍‌ ଏବଂ କମେଣ୍ଟ୍‌ କରୁଛନ୍ତି। ଏହି କାରଣରୁ ସୋସିଆଲ୍‌ ମିଡିଆରେ ଏବେ ସନ୍ନି ରହିଛନ୍ତି ଚର୍ଚ୍ଚାରେ।
ତାଙ୍କ ଏହି ଭିଡିଓରେ ସେ ଫୁଟ୍‌ବଲ୍‌ ଖେଳୁଥିବା ଦେଖିବାକୁ ମିଳିଛି। ତାଙ୍କର ଫୁଟ୍‌ବଲ ସଉକ୍‌ ବି ରହିଛି, ସେନେଇ ଫ୍ୟାନ୍‌ମାନେ କେବେ ଚିନ୍ତା ବି କରି ନ ଥିବେ। ଭିଡିଓରେ ସେ ଜଣେ ଅନୁଭବୀ ଖେଳାଳି ଭଳି ଜଣାପଡ଼ୁଛନ୍ତି। ସନ୍ନିଙ୍କ ଏହି ଲୁକ୍କାୟିତ ପ୍ରତିଭାକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିବା ସହ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ବର୍ତ୍ତମାନ ସେ ଆବୁଧାବିରେ ଅଛନ୍ତି ଏବଂ ଟି-୧୦ ଲିଗ୍‌ ପାଇଁ ଦିଲ୍ଲୀ ବୁଲ୍‌ସ ଟିମ୍‌ର ପ୍ରମୋଶନ କରୁଛନ୍ତି। ଏହି ଭିଡିଓରେ ସେ ଦିଲ୍ଲୀ ବୁଲ୍‌ସଙ୍କ ଜର୍ସି ସହ ଡେନିମ୍‌ ସ୍କର୍ଟ ପିନ୍ଧି ଫୁଟବଲ୍‌ ଖେଳୁଥିବା ଦେଖିବାକୁ ମିଳିଛି। ଟି-୧୦ ଲିଗ୍‌ରେ ଦିଲ୍ଲୀ ବୁଲ୍‌ସ ଟିମ୍‌ ସନ୍ନି ଲିଓନଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କରିଛି। ଅନ୍ୟପକ୍ଷରେ ସନ୍ନି ଆଜିକାଲି ଏମ୍‌ଟିିଭିର ଏକ ପପୁଲାର୍‌ ଟିଭି ଶୋ ହୋଷ୍ଟ କରୁଛନ୍ତି। ୨୦୧୨ରେ ପୂଜା ଭଟ୍ଟଙ୍କ ଫିଲ୍ମ ‘ଜିସ୍‌ମ ୨’ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କୁନି ଝିଅ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ, ଚିହ୍ନିଲେ ଦେଖି

ମୁମ୍ବାଇ: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ, ଯେଉଁଠାରେ ପ୍ରତିଦିନ କିଛି ନା କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ଅନେକ ଥର ସେଲିବ୍ରିଟିଙ୍କ...

ଏହି ଅଭିନେତ୍ରୀଙ୍କୁ ପ୍ରପୋଜ କଲେ ସଲମାନ୍‌ ଖାନ୍‌: ଉତ୍ତରରେ ଯାହା ଶୁଣିଲେ ହସି ହସି ଗଡ଼ିଗଲେ

ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ନିଜର ସୌନ୍ଦର୍ଯ୍ୟ ବଳରେ ସମସ୍ତଙ୍କୁ ନିଜପ୍ରତି ଆକର୍ଷିତ କରିପାରିଛନ୍ତି। ତାଙ୍କର ସୌନ୍ଦର୍ଯ୍ୟ ପଛରେ ବଲିଉଡ୍‌ର ସବୁଠାରୁ ଏଲିଜିବୁଲ ବ୍ୟାଚଲର ସଲମାନ୍‌...

ଲଣ୍ଡନରେ ଘର ପୋଛୁଛନ୍ତି ସୋନମ!

ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଆଜିକାଲି ଲଣ୍ଡନରେ ରହୁଛନ୍ତି । ୨୦୧୮ରେ ସେ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ଲଣ୍ଡନ ସିପ୍ଟ ହୋଇ...

ମାତ୍ର ୧୨ ଦିନରେ ଭାଙ୍ଗିଗଲା ପାମେଲାଙ୍କ ବୈବାହିକ ଜୀବନ

ଓ୍ବାଶିଂଟନ,୨।୨: ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ପାମେଲା ଆଣ୍ଡରସନଙ୍କ ବୈବାହିକ ଜୀବନ ମାତ୍ର ୧୨ ଦିନ ପରେ ଭାଙ୍ଗି ଯାଇଛି। ମୋଗୁଲ ଜନ ପିଟର୍ସଙ୍କ ସହ...

ଶ୍ରୀବଲିଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ବିଜୟ

ସାଉଥ ସୁପର ଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ପୁଷ୍ପା ହିରୋଇନ୍‌ ଶ୍ରୀବଲି ତଥା ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଗତ କିଛି ଦିନ ହେବ ଏକ...

ଫିଲ୍ମର ଅଜବ ନାମ ଶୁଣି କାନରେ ହାତ ଦିଅନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ହେଉଛି ଏକ ରଚନାତ୍ମକ ତଥା ସୃଜନଶୀଳ ଇଣ୍ଡଷ୍ଟ୍ରି। ଫିଲ୍ମ ନିର୍ମାତାମାନେ ସେମାନଙ୍କର ଫିଲ୍ମକୁ ହିଟ୍‌ କରିବା ପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି। ଫିଲ୍ମର...

ଏତିକି ଟଙ୍କା ଦେଇ କାର୍‌ କିଣିଲେ କ୍ରିତି: ଏପର୍ଯ୍ୟନ୍ତ କୌଣସି ଅଭିନେତ୍ରୀଙ୍କ ପାଖରେ ନାହିଁ ସେମିତି କାର୍‌

ବଲିଉଡର ଅଭିନେତ୍ରୀ କ୍ରିତି ସାନନ ନିକଟରେ ମର୍ସିଡିଜ-ବେଞ୍ଜ ମେବ୍ୟାକ ଜିଏଲଏସ୍‌ ୬୦୦ ବିଳାସପୂର୍ଣ୍ଣ କାର କିଣିଛନ୍ତି। ଏହି କାର୍‌ର ମୂଲ୍ୟ ୨.୪୩ କୋଟି ଟଙ୍କା। ନିକଟରେ...

ଟିମ୍‌ ଇଣ୍ଡିଆର ଏହି ଖେଳାଳିଙ୍କୁ ଅସଲ ମ୍ୟାଚ୍‌ ଓ୍ବିନର୍‌ କହିଲେ ଦିଶା ପଟାନୀ

ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ଦିଶା ପଟାନୀ ଏବଂ ଆଦିତ୍ୟ ରୟ କପୁର ଖୁବ୍‌ଶୀଘ୍ର ମୋହିତ ସୂରୀଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’ରେ ନଜରକୁ ଆସିବେ। ଫିଲ୍ମର ପ୍ରମୋଶନରେ...

Advertisement
Archives

Model This Week