Posted inଖେଳ

ସନ୍ତୋଷ ଟ୍ରଫି: ଓଡ଼ିଶାର ବିଜୟ ଅଭିଯାନ

କଟକ ଅଫିସ,୨୩ା୯- ପଶ୍ଚିମବଙ୍ଗର କଲ୍ୟାଣୀଠାରେ ୭୪ତମ ଜାତୀୟ ଫୁଟବଲ ଚାମ୍ପିୟନଶିପ ସନ୍ତୋଷ ଟ୍ରଫିର ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇଛି । ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ୬-୧ ଗୋଲରେ ବିହାରକୁ ହରାଇ ଟୁର୍ନାମେଣ୍ଟରେ ଅଭିଯାନ ଆରମ୍ଭ କରିଛି। ପ୍ରଥମାର୍ଦ୍ଧରେ ଓଡ଼ିଶା ପକ୍ଷରୁ ୩ଟି ଗୋଲ ସ୍କୋର ହୋଇଥିଲା । ୨୯ତମ ମିନିଟରେ ରାଜେଶ ନାୟକ, ୩୪ତମ ମିନିଟରେ ଅର୍ପଣ ଲାକ୍ରା ଓ ୪୧ତମ ମିନିଟରେ ବିକି ସେଠୀ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ୩-୦ରେ ଓଡ଼ିଶା ପ୍ରଥମାର୍ଦ୍ଧରେ ଆଗୁଆ ରହିଥିଲା । ଦ୍ୱିତୀୟାର୍ଦ୍ଧର ରାଜେଶ ୫୬ତମ ଓ ୬୦ତମ ମିନିଟରେ ୨ଟି ଗୋଲ ଦେଇ ଓଡ଼ିଶାକୁ ୫-୦ରେ ଅଗ୍ରଣୀ ଦେବା ସହ ବ୍ୟକ୍ତିଗତ ୩ୟ ଗୋଲ ସ୍କୋର କରିଥିଲେ। ବିହାର ପକ୍ଷରୁ ୬୭ତମ ମିନିଟରେ ମହମ୍ମଦ ସର୍ଫରାଜ ଏକ ଗୋଲ ପରିଶୋଧ କରିଥିଲେ। ଅତିରିକ୍ତ ୯୨ତମ ମିନିଟରେ ରାଜେଶ ବ୍ୟକ୍ତିଗତ ୪ର୍ଥ ଗୋଲ ଦେଇ ଓଡ଼ିଶାକୁ ୬-୧ ଗୋଲରେ ଜିତାଇଥିଲେ । ଆସନ୍ତା ୨୬ରେ ପଶ୍ଚିମବଙ୍ଗ ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଖେଳିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିନ୍ଧୁଙ୍କ ରୌପ୍ୟ ପକ୍କା

ବାସେଲ(ସୁଇଜରଲାଣ୍ଡ),୨୪।୮(ପି.ଟି.): ଦେଶର ତାରକା ମହିଳା ଶଟଲର ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ରୌପ୍ୟ ପଦକ ପକ୍କା କରିଛନ୍ତି। ଶନିବାର ଅନୁଷ୍ଠିତ...

ଗୋଟିଏ କଥାରେ ଚେନ୍ନାଇର ଏହି ଖେଳାଳିଙ୍କ ସହ ଝଗଡ଼ା କରିଥାନ୍ତି ଧୋନୀ; ଆର୍‌ସିବି ବିପକ୍ଷ ମ୍ୟାଚ୍‌ ଜିତିବା ପରେ…

ଆବୁଧାବି,୨୫।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ପରାସ୍ତ କରିଛି। ବିରାଟ ସେନା ଟସ୍‌ ହାରିବା...

ଚାମ୍ପିୟନ୍‌ ଅଷ୍ଟ୍ରେଲିଆକୁ ମିଳିଲା ଏତିକି ଟଙ୍କା, ଆଇପିଏଲ୍‌ରେ ତୁଳନାରେ ବହୁତ୍‌ କମ୍‌

ଦୁବାଇ,୧୫।୧୧:: ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୧ର ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱ...

ଅଭ୍ୟାସରେ ଯୋଗଦେଲେ ଷ୍ଟୋକ୍ସ

ସେଞ୍ଚୁରିୟନ,୨୬।୧୨(ଏଏଫ୍‌ପି)- ସ୍ଥାନୀୟ ସୁପରସ୍ପୋର୍ଟ ପାର୍କ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ...

ଝିଲ୍ଲୀଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୧।୧୨(କ୍ରୀଡ଼ା ପ୍ରତିନିଧି) ଓଡ଼ିଶାର ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଶୁକ୍ରବାର ସମ୍ମାନଜନକ ଏକଲବ୍ୟ ପୁରସ୍କାର ଗ୍ରହଣ କରିଛନ୍ତି। ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ...

ପ୍ରାଇଭେଟ୍‌ ଜେଟ୍‌ ଅଛି କି: ଉତ୍ତରରେ କୋହଲି କହିଲେ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଦାମୀ କ୍ରିକେଟର୍‌। ପ୍ରାୟତଃ ତାଙ୍କ ଯାନ ବିଷୟରେ ଆଲୋଚନା କରାଯାଏ। କେବଳ ଏତିକି ନୁହେଁ, ତାଙ୍କର ଏକ...

ଅନ୍ତିମ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ନାଗପୁର, ୧୦।୧୧(ପି.ଟି.)- ଚଳିତ ସେସନରେ ଭାରତ ଘରୋଇ ପରିବେଶରେ ତା’ର ପ୍ରଥମ ଟି୨୦ ସିରିଜ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ...

ଜୁନିୟର ହକି : ସଞ୍ଜୟଙ୍କ ଡବଲ ଗୋଲ୍‌, ଅଷ୍ଟ୍ରିଆକୁ ହରାଇଲା ଭାରତ

ମାଡ୍ରିଡ୍‌, ୧୫ା୬ (ପି.ଟି.): ସଞ୍ଜୟଙ୍କ ଡବଲ୍‌ ଗୋଲ ସହାୟତାରେ ଭାରତୀୟ ଜୁନିୟର ପୁରୁଷ ଦଳ ଏଠାରେ ଚାଲିଥିବା ୮-ରାଷ୍ଟ୍ରୀୟ ୨୧ ବର୍ଷରୁ କମ୍‌ ଆମନ୍ତ୍ରଣୀୟ ହକି...

Advertisement
Archives

Model This Week