ସତ୍ୟସୁନ୍ଦର ପତିଙ୍କ ଯାତ୍ରା: ଗାଁରୁ ଧଉଳି ଭାୟା ଉତ୍ତର ବାଲେଶ୍ୱର

ଧଉଳି ଗଣନାଟ୍ୟ ପ୍ରାୟୋଜିତ ଚଳିତବର୍ଷର ନାଟକ ସବୁ ଦେଖିଥିବା ଯାତ୍ରାପ୍ରେମୀମାନଙ୍କୁ ବୁଝାଇ କହିବାକୁ ହେବନାହିଁ ଯେ, ସତ୍ୟସୁନ୍ଦର ପତି କିଏ? ୨୦୧୮-୧୯ ଯାତ୍ରା ବର୍ଷରେ ପେସାଦାର ଯାତ୍ରାନୁଷ୍ଠାନରେ ପାଦ ଥାପିଥିବା ସତ୍ୟ ନୂଆ ହେଇପାରନ୍ତି ସତ; ମାତ୍ର ତାଙ୍କ ଅଭିନୟ କଦାଚିତ ନୂଆ ନୁହେଁ। ପିଲାଟି ବେଳୁ ସେ ଯଦି କାହାକୁ ଭଲପାଇ ବସିଥିଲେ ତା’ହେଲେ ତାହା ହେଉଛି ଯାତ୍ରା। ସତ୍ୟଙ୍କ ଜନ୍ମ ବାଲେଶ୍ୱର ରେମୁଣା ଅନ୍ତର୍ଗତ ରାଉତରାପୁର ଗ୍ରାମରେ। ବାପା ଚିନ୍ତାମଣି ପତି ଜଣେ ରିଟାୟାର୍ଡ଼ ଆର୍ମି ଅଫିସର। ମା’ ସରସ୍ବତୀ ଦେବୀ ଜଣେ ସୁଗୃହିଣୀ। ତାଙ୍କରି କୋଳରେ ଜନ୍ମ ହୋଇଥିବା ସତ୍ୟ ପିଲାଟି ବେଳୁ ଆକର୍ଷିତ ହୁଅନ୍ତି କଳାଜଗତ ପ୍ରତି। ଗଁାରେ ଦୋଳ, ମକର ଆଦି ପର୍ବପର୍ବାଣିରେ ଯାତ୍ରା ହୁଏ। ବହୁ ବଡ଼ ବଡ଼ ମାଷ୍ଟରମାନେ ଆସି ଯାତ୍ରା ଶିଖାନ୍ତି। ରାତି ରାତି ଯାତ୍ରା ହୁଏ। ତାହାକୁ ଦେଖ ତ୍ଦେଖି ସତ୍ୟ ନିଜକୁ ଜଣେ କଳାକାର ଭାବରେ ତିଆରି କରୁଥାନ୍ତି। ବଡ଼ହେବା ପରେ ସତ୍ୟ ନିଜେ ମୁହଁରେ ପାଉଡର ମାଖି ଓହ୍ଲାନ୍ତି ମଞ୍ଚ ଉପରକୁ। ତାଙ୍କର ଡେଙ୍ଗା ଚଉଡ଼ା ଚେହେରା ଦେଖି ମାଷ୍ଟରମାନେ ତାଙ୍କୁ ଖଳନାୟକ କରିବାକୁ ଦିଅନ୍ତି। ଆଉ ସତ୍ୟଙ୍କୁ ବି ବେଶ୍‌ ଫିଟ୍‌ ହୁଏ ଖଳ ଚରିତ୍ରର ଭୂମିକା। ଗାଁରେ ଅଭିନୟ କରିବା ପରେ ସତ୍ୟଙ୍କୁ ପ୍ରଚୁର ପ୍ରଶଂସା ଓ ବାହାବା ମିଳେ। ଗାଁର କଳାପ୍ରେମୀ ପଡ଼ୋଶୀମାନେ ତାଙ୍କୁ କହନ୍ତି ଅଭିନୟ ଜାରି ରଖିବା ପାଇଁ। ବାପାମା’ଙ୍କର ମଧ୍ୟ କୌଣସି ଆପତ୍ତି ନ ଥାଏ। ସତ୍ୟ ଏଥର ଗାଁ ଛାଡ଼ି ଚାଲି ଯାଆନ୍ତି ଉତ୍ତର ବାଲେଶ୍ୱର। ଉତ୍ତର ବାଲେଶ୍ୱରେ ରହିଛି ଏକାଧିକ ଯାତ୍ରାପାର୍ଟି। ସେଠାରେ ତାଙ୍କୁ ଅଭିନୟ କରିବାର ଭରପୂର ସୁଯୋଗ ମିଳେ। ତିନିବର୍ଷ ସେହି ଉତ୍ତର ବାଲେଶ୍ୱର ପାର୍ଟି ସମୂହରେ ଯାତ୍ରା କରି ନିଜକୁ ପରିପକ୍ୱ କରନ୍ତି। ତାଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼େ ଯେ, ସେ ଜଣେ ଅଭିନେତା ହୋଇପାରିବେ। ଏହି ସମୟକାଳ ଭିତରେ ତାଙ୍କର ଭେଟ ହୁଏ ଅଭିନେତା ଗୌର ଦାସଙ୍କ ସହିତ। ଗୌର ତାଙ୍କୁ ପ୍ରୋତ୍ସାହିତ କରନ୍ତି। ଆଉ ପ୍ରସ୍ତାବ ଦିଅନ୍ତି ଯେ, ସେ ପେସାଦାର ପାର୍ଟିକୁ ଆସିବା ଉଚିତ। ସେତିକି ନୁହେଁ, ଗୌର ହିଁ ତାଙ୍କୁ ନେଇ ଆସନ୍ତି ଧଉଳି ଗଣନାଟ୍ୟକୁ। ୨୦୧୮ ଯାତ୍ରା ସିଜନ୍‌ରେ ଧଉଳି ଗଣନାଟ୍ୟରେ ନିଜର ପେସାଦାର କଳାକାର ଜୀବନର ଅୟମାରମ୍ଭ କରନ୍ତି। ଧଉଳି ଗଣନାଟ୍ୟରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି – ‘କହ ଗୌରଦାସ କାହାର ଦୋଷ’, ‘କିଛି ଲୁହ ପିଇଯାଏ ଓଠ’, ‘କଳାକାହ୍ନୁ ମୋର କାଳିଆ ସୁନା’ ଏବଂ ‘କଳିଯୁଗର ରାମାୟଣ’। ‘କହ ଗୌରଦାସ କାହାର ଦୋଷ’ ନାଟକରେ ସତ୍ୟଙ୍କର ଭୂମିକା ସେ ମନ୍ତ୍ରୀଙ୍କ ପିଏ। ‘କିଛି ଲୁହ ପିଇଯାଏ ଓଠ’ରେ ସେ ଜଣେ ନେଗେଟିଭ ସାନଭାଇ। ଅବଶ୍ୟ ‘କଳାକାହ୍ନୁ…’ରେ ସେ ପଜିଟିଭ ଭୂମିକାରେ ଆସିଛନ୍ତି। ମାତ୍ର ‘କଳିଯୁଗ…’ ନାଟକରେ ତାଙ୍କର ନେଗେଟିଭ୍‌। ପଜିଟିଭ୍‌ ଅପେକ୍ଷା ନେଗେଟିଭ୍‌ ଭୂମିକାରେ ବେଶି କମ୍ଫର୍ଟ ସତ୍ୟ। ସେ କହନ୍ତି : କାହାଣୀଟିଏ ଅଛି, ପରିବାରଟିଏ ଅଛି, ସମାଜଟିଏ ଅଛି ମାନେ ଖଳ ଚରିତ୍ରଟିଏ ଅଛି। ନ ହେଲେ ନା କାହାଣୀ ସୁନ୍ଦର ନା ପରିବାର ସୁନ୍ଦର ନା ସମାଜ ସୁନ୍ଦର।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ବିଙ୍କିଲ୍‌ କାନରେ ପିନ୍ଧିଲେ ପିଆଜ ଇୟର ରିଙ୍ଗ୍‌

ମୁମ୍ବାଇ: ପିଆଜ ଦାମ ଆକାଶ ଛୁଆଁ ହୋଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବହୁ ରୋଚକ ଫଟୋ ଶେୟାର କରାଯାଉଛି। ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ...

ଚେସ୍‌ ପ୍ରିୟ କ୍ୟାଟ୍ରିନା

ଅଭିନେତ୍ରୀ ହେବା ପୂର୍ବରୁ କ୍ୟାଟ୍ରିନା ଚେସ୍‌ ଖେଳିବାକୁ ପସନ୍ଦ କରୁଥିଲେ। ଏପରି କି ଜଣେ ଭଲ ଚେସ୍‌ ଖେଳାଳି ଭାବରେ ସେ ଅନେକ ଥର ପୁରସ୍କୃତ...

ସୁଇମିଂକୁ ଡରନ୍ତି ତାପସୀ!

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା ତାପସୀ ପନ୍ନୁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ନିକଟରେ ସେ ତାଙ୍କର ଏକ ଫଟୋ ଶେୟାର କରି ବିଗତ ଦିନର...

ଦବଙ୍ଗ-୩ରେ ବିନା ଶାର୍ଟରେ ନଜର ଆସିବେ ସଲମାନ

ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ୍‌ ପରଦାରେ ପୁଣି ବିନା ଶାର୍ଟରେ ନଜର ଆସିବେ। ନିଜ ଆଗାମୀ ସିନେମା ‘ଦବଙ୍ଗ-୩’ର କିଛି ସିନ୍‌ରେ ସେ ଶାର୍ଟ ଲେସ୍‌...

କରନ୍‌ଙ୍କ ଶୋ’ରେ କ୍ରିତି କହିଥିଲେ ‘ସୁଶାନ୍ତ ସବୁଠୁ ଦକ୍ଷ ଅଭିନେତା’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ଅପରପକ୍ଷେ ତାଙ୍କ ସହ କାମ କରିଥିବା ଅଭିନେତା/ଅଭିନେତ୍ରୀଙ୍କ ସମାନ ଅବସ୍ଥା।...

ନାୟକ ହେବାପାଇଁ ପିଲାବେଳୁ ଇଚ୍ଛା ଥିଲା

ଜଣେ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରି ‘ତୁ ମୋ ଲଭ୍‌ଷ୍ଟୋରି’ ଫିଲ୍ମରେ ମୁଖ୍ୟ ନାୟକ ଭାବେ ନଜରକୁ ଆସିଥିଲେ ସ୍ବରାଜ। ଓଡ଼ିଆ ଫିଲ୍ମ...

ଶାହାରୁଖ୍‌ଙ୍କୁ ସାନିଟାଇଜର ଦେଇ କରୋନା ସଚେତନତା ବାର୍ତ୍ତା ଦେଲେ କାଜଲ

କରୋନା ଭାଇରସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ଘୋଷିତ କରାଯାଇଛି। ଏହାକୁ ନେଇ ଭାରତରେ ମଧ୍ୟ ଆତଙ୍କ ଖେଳିଯାଇଛି। ଏ ନେଇ ସରକାର ଲୋକଙ୍କୁ...

ଲକ୍‌ଡାଉନ୍‌ରେ ଛାତ ଉପର ସଫାକରି ଷ୍ଟଣ୍ଟକଲେ ଅଭିନେତ୍ରୀ: ଭିଡିଓ ଭାଇରାଲ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ବଲିଉଡ୍‌ରେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *