ସତ୍ତା ହରାଇବ ବୈତାଳ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧୮ା୭ (ଡି.ଏନ.ଏ.): ବର୍ଷାଋତୁ ଆରମ୍ଭ ହୋଇଯାଇଛି। ହେଲେ ମନ୍ଦିରମାଳିନୀ ଭୁବନେଶ୍ୱର ସହରରେ ଥିବା ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ଚିନ୍ତା ବିଭାଗକୁ ଘାରିଛି। ତେବେ କେନ୍ଦ୍ରୀୟ ପତ୍ନତତ୍ତ୍ୱ ବିଭାଗ, ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବିଏମ୍‌ସି ଅଧିକାରୀଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। ତନ୍ନମଧ୍ୟରେ ଏକାମ୍ର କ୍ଷେତ୍ରର ଅନେକ ମଠ ମନ୍ଦିର ସତ୍ତା ହରାଇବାକୁ ବସିଥିବାବେଳେ ତ୍ରୟୋଦଶ ଶତାବ୍ଦୀର ବୈତାଳ ମନ୍ଦିର ଅନ୍ୟତମ। ମନ୍ଦିର ଚତୁଃପାର୍ଶ୍ୱରେ ଜନବସତି ଗଢି ଉଠିବା, ମନ୍ଦିରରୁ ଜଳ ନିଷ୍କାସନ ପଥ ଅବରୋଧ କରିବା ଦ୍ୱାରା ଏହି ମନ୍ଦିର ସମ୍ପ୍ରତି ବର୍ଷାଦିନେ ଜଳାର୍ଣ୍ଣବ ହୋଇପଡୁଛି। ତେଣୁ ମନ୍ଦିର ଚତୁଃପାର୍ଶ୍ୱରେ ଦୀର୍ଘଦିନ ଧରି ପାଣି ବୁଡ଼ି ରହିବାଦ୍ୱାରା ପଥରରେ ନିର୍ମିତ ବିଭିନ୍ନ ପାର୍ଶ୍ୱ ଦେବଦେବୀ, ଜୀବଜନ୍ତୁ, ଓ ବାହନମାନଙ୍କ ପ୍ରତିକୃତି ନଷ୍ଟ ହେବାକୁ ଲାଗିଲାଣି। ସେହିଭଳି ମନ୍ଦିର ଭିତରେ ପୂଜା ପାଉଥିବା ମା’ ଅଷ୍ଟଭୁଜା, ମା’ଚାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧ୍ୱଂସ ହେବା ଅବସ୍ଥାରେ। ଏଭଳି ସମସ୍ୟା ବିଗତ ୧୫ବର୍ଷ ପୂର୍ବରୁ ଦେଖା ଦେଇଥିଲେ ହେଁ କର୍ତ୍ତୃପକ୍ଷ ହାଲକା ଭାବେ ଗ୍ରହଣ କରି ଜଳ ନିଷ୍କାସିତ ପଥ ଅବରୋଧ କରୁଥିବା ଜବରଦଖଲକାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁଥିବାରୁ ଏଭଳି ସମସ୍ୟା ପ୍ରତିବର୍ଷ ଦେଖାଦେଉଛି। ଇତିମଧ୍ୟରେ ମନ୍ଦିରଠାରୁ ୨୦୦ ମିଟର ଦୂରରେ କୌଣସି ବେଆଇନ କୋଠା ନିର୍ମାଣ ନ ହେବାକୁ ଏଏସ୍‌ଆଇର ଗାଇଡ଼ ଲାଇନ ଥିବାବେଳେ ଏଠାରେ କିନ୍ତୁ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି। ୧୫୦ ମିଟର ଦୂରତାରେ ମନ୍ଦିର ଚାରିପଟୁ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ସମ୍ପୂର୍ଣ୍ଣ ମନ୍ଦିରଟି ନିଜର ସତ୍ତା ହରାଇବାକୁ ବସିଲାଣି। ତେଣୁ ଜବରଦଖଲକାରୀଙ୍କୁ କୌଣସି ବିଭାଗୀୟ ଅଧିକାରୀମାନେ ନିଜ କାର୍ଯ୍ୟକାଳ ମଧ୍ୟରେ ପ୍ରୋତ୍ସାହନ ଦେବା ଗୋଟିଏ ମୂଳ କାରଣ ଅଟେ। ପରବର୍ତ୍ତୀ କାଳରେ ଏହି ଜବରଦଖଲକୁ ଭାଙ୍ଗିବା ନେଇ ନୂତନ ଅଧିକାରୀଙ୍କ ସମୟ ସରି ଯାଇଥାଏ। ଏହାର ଫାଇଦା ଉଠେଇଥାନ୍ତି ଜବରଦଖଲକାରୀ। ବର୍ଷବର୍ଷ ଧରି ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖା ଯାଉଥିବା ବେଳେ ନିକଟରେ ମନ୍ଦିରକୁ ଲାଗି ଏକ ବେଆଇନ ନିର୍ମାଣ ପାଇଁ ମନ୍ଦିରଟି ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ସବୁ ଜାଣି ନୀରବ ରହୁଥିବା ଏଏସଆଇ ପରେ ମାମଲା କରିଥିବା ନେଇ ସଫେଇ ଦେଇଛି। ମୋଟ ଉପରେ କଡ଼ାକାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହି ଅଞ୍ଚଳରେ ଥିବା ଅନେକ ଐତିହ୍ୟ ମଠ, ମନ୍ଦିର, ଏବେ ଲୋକଲୋଚନରୁ ଦୂରେଇ ଯିବାକୁ ବସୁଛି। ତେଣୁ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟିଦେଇ ଜବରଦଖଲକାରୀଙ୍କୁ ହଟାଇ ପାରିଲେ ଏଭଳି ଐତିହ୍ୟ ମନ୍ଦିରଗୁଡିକର କୀର୍ତ୍ତିରାଜି ବଞ୍ଚତ୍ ରହିବା ସହ ମନ୍ଦିରର ସୁରକ୍ଷା ଏବଂ ଅସ୍ତିତ୍ୱ ବଜାୟ ରହିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତିଙ୍କୁ ପଚାରିବାରେ ନିର୍ମାଣ ନେଇ କୌଣସି ମାମଲା ହୋଇନାହିଁ। କେବଳ ଏଏସ୍‌ଆଇ ପକ୍ଷରୁ ବିରୋଧ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri