Advertisement

ସଡକ ଦୁର୍ଘଟଣାରେ ୨ବାଇକ ଆରୋହୀ ମୃତ

ମୁରିବାହାଲ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଜୁଆଡିପାଲି ନିକଟରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଏକ ବାଇକରେ ଥିବା ୨ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣଙ୍କର ଓ ଅନ୍ୟ ଜଣଙ୍କର ମୁରିବାହାଲ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକ ହେଲେ ମୁରିବାହାଲ ବ୍ଲକ ବାରବନ୍ଧାର ମୂଳ ବାସୀନ୍ଦା ତଥା କଳାହାଣ୍ଡି ଜିଲା କେଗଁ। ଥାନା ବାବେରମୁଣ୍ଡାରେ ଘର ଜ୍ୱାଇଁ ହୋଇ ରହିଥିବା ବବରୁ ଭୋଇ(୨୫) ଏବଂ ତାଙ୍କ ଶଳା ଡୋଳାମଣି ମାଝୀ(୨୨)। କୌଣସି ଏକ କାମରେ ଉଭୟେ ବାବେରମୁଣ୍ଡାରୁ ବାଇକ ନଂ. ଓଆର ୮ଏଫ ୬୩୯୯ରେ ବାରବନ୍ଧାକୁ ଏକ ଆସୁଥିବା ବେଳେ ଜୁଆଡିପାଲି ନିକଟରେ ଏକ ଗାଡି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଘଟଣାସ୍ଥଳରେ ବବରୁଙ୍କ ମୃତ୍ୟୁ ଘଟିଥିବାବେଳ ଡୋଳାମଣୀ ଗୁରୁତର ହୋଇଥିଲେ। ମୁରିବାହାଲ ଥାନା ପୋଲିସ ମୃତଦେହକୁ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି। ଧକ୍କା ଦେଇଥିବା ଗାଡି ସମ୍ପର୍କରେ ଅନୁସନ୍ଧାନ କରାଯାଉଛି ବୋଲି ଆଇଆଇସି ତାରା ଜସ୍ମିନ ଗୁଡିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟି କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି

ରେମୁଣା, ୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବାଲଗୋପାଲପୁରସ୍ଥିତ ବୃହତ୍‌ ଶିଳ୍ପାନୁଷ୍ଠାନ ବାଲେଶ୍ୱର ଆଲଏଜର ଭାଗ୍ୟ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି। ବିଦ୍ୟୁତ୍‌ ଯୋଗାଣକାରୀ କମ୍ପାନୀ ‘ନେସ୍କୋ’ କାରଖାନାକୁ...

କରୋନା କଟକଣା ବେଳେ ଚାଲିଛି ଜୁଆଖେଳ: ଧରାପଡିଲେ ୪

ରୂପ୍‌ସା, ୨୯।୩(ଡି.ଏନ.ଏ.)-କରୋନା କଟକଣା ସତ୍ତ୍ୱେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ଲଛମନଖୁଣ୍ଟା ଅଞ୍ଚଳରେ ଗାଁ ପୋଖରୀ ହୁଡ଼ାରେ ଅବାଧରେ ଜୁଆ ଖେଳ ଚାଲିଥିବା ଅଭିଯୋଗ ହୋଇଥିଲା।...

ବୈତରଣୀରେ ବନ୍ୟା

ଭଦ୍ରକ ଅଫିସ,୨୮ା୫: ୟାସ୍‌ ପ୍ରଭାବରେ ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନ ପରେ ଏବେ ବିପତ୍ତି ଆଣିଛି ବନ୍ୟା। ବୈତରଣୀରେ ବନ୍ୟା ଆସିବା ଯୋଗୁ ଧାମନଗର...

କ୍ୱାରାଣ୍ଟାଇନ କେନ୍ଦ୍ରରେ ଯୋଗ ଶିଖାଉଛନ୍ତି ଶୁଭେନ୍ଦୁ

ଚୌଦ୍ୱାର,୨୯ା୫(ଡି.ଏନ୍‌.ଏ)-ପୌରପାଳିକା ତରଫରୁ ଚୌଦ୍ୱାର କଲେଜ ମହିଳା ଛାତ୍ରୀ ନିବାସରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ପୌରପାଳିକା ୧୭ ନଂ. ୱାର୍ଡ ନୂଆସାହିର ଶୁଭେନ୍ଦୁ ସିଂ ପ୍ରତିଦିନ ପ୍ରବାସୀମାନଙ୍କୁ...

କର୍ତ୍ତବ୍ୟ ଆଗ, ସବୁ ପଛ

କେନ୍ଦୁଝର, ୨୭ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ)-କର୍ତ୍ତବ୍ୟ ଆଗ, ଆଉ ସବୁ ପଛ। ଏହାକୁ ପାଥେୟ କରି କେନ୍ଦୁଝର ପୌରପାଳିକା ସଫେଇ କର୍ମଚାରୀ ଆଗେଇ ଆସିଛନ୍ତି। କରୋନା...

କୟଳପଡ଼ାରେ ହାତୀ, ଲୋକେ ଭୟଭୀତ

ଚୌଦ୍ୱାର,୧୨ା୧(ଡି.ଏନ୍‌.ଏ.): ଦୀର୍ଘଦିନ ଧରି ଚୌଦ୍ୱାର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଉପଦ୍ରବ ଚଳାଇଥିଲେ। କିଛିଦିନର ନୀରବତା ପରେ ପୁଣି ଶୁକ୍ରବାର ବିଳମ୍ବିତ...

ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ...

ବରଗଡ଼ ଏମ୍‌ପିଙ୍କୁ କରୋନା

ବରଗଡ଼ ଅଫିସ,୮।୮: ବରଗଡ଼ ଏମ୍‌ପି ତଥା ଭାଜପା ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

Advertisement
Archives

Model This Week