Posted inଖେଳ

ସଚିନ ତେନ୍ଦୁଲକରଙ୍କୁ ବାରମ୍ବାର ସ୍ବପ୍ନରେ ଦେଖୁଥିଲେ ଅଷ୍ଟ୍ରେଲିଆର ଏହି ମହାନ ଖେଳାଳି

ଶେଷରେ ‘ଅର୍ଦ୍ଧଶତକ’ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ। କ୍ରିକେଟରେ ନୁହେଁ, ନିଜ ଜୀବନରେ ‘ଅର୍ଦ୍ଧଶତକ’ ହାସଲ କରିଛନ୍ତି ଅର୍ଥାତ୍‌ ଶୁକ୍ରବାର ସେ ୫୦ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୯ ସେପ୍ଟେମ୍ବର ୧୩ ତାରିଖରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ସେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଜଣାଶୁଣା ଓ୍ବାର୍ଣ୍ଣ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର୍‌ ମୁଥିଆ ମୁରଲିଧରନ୍‌ଙ୍କ ସହ ଅନ୍ତର୍ଜାତୀୟ କ୍ରିକେଟରେ ୧ ହଜାରରୁ ଊର୍ଦ୍ଧ୍ୱ ଉଇକେଟ୍‌ ନେଇଛନ୍ତି। ୧୯୯୨ରେ ଓ୍ବାର୍ଣ୍ଣ ଭାରତ ବିପକ୍ଷରେ ସିଡନୀରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସାରଜାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା କୋକାକୋଲା କପ୍‌ର ଦୁଇଟି ଲିଗ୍‌ ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ଯଥାକ୍ରମେ ୧୪୩ ଏବଂ ୧୩୪ରନର ପାଳି ଖେଳିଥିଲେ। ଏହି ଦୁଇଟି ମ୍ୟାଚ୍‌ରେ ଓ୍ବାର୍ଣ୍ଣଙ୍କୁ ପ୍ରବଳ ପ୍ରହାର କରିଥିଲେ ସଚିନ। ମ୍ୟାଚ୍‌ ପରେ ଓ୍ବାର୍ଣ୍ଣ କହିଥିଲେ, ସ୍ବପ୍ନରେ ବି ମୁଁ ସଚିନଙ୍କ ଛକା, ଚୌକା ଦେଖୁଛି। ସୂଚନାଯୋଗ୍ୟ, ଓ୍ବାର୍ଣ୍ଣ ୧୪୫ଟି ଟେଷ୍ଟ ଖେଳି ୭୦୮ଟି ଉଇକେଟ ନେଇଥିଲେ। ଟେଷ୍ଟରେ ୭୦୦ ଉଇକେଟ୍‌ ନେବାରେ ସେ ପ୍ରଥମ ଖେଳାଳି ହୋଇପାରିଥିଲେ। ସେହିପରି ୧୯୪ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୨୯୩ଟି ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ର ମେନ୍‌ ଇଭେଣ୍ଟରେ ଦୁଇ ଦଳ

ଅଲ ଅମେରାଟ,୨୨।୧୦: ଟି୨୦ ବିଶ୍ୱକପ୍‌ର ମେନ ଇଭେଣ୍ଟରେ ପ୍ରବେଶ କରିଛନ୍ତି ବାଂଲାଦେଶ ଓ ସ୍କଟଲାଣ୍ଡ। ଗ୍ରୁପ୍‌ ବି’ରେ ଦୁଇ ଦଳ ସେମାନଙ୍କ ଅନ୍ତିମ ମ୍ୟାଚ୍‌କୁ ଜିତି...

ଫଲୋଅନ୍‌ ଦ୍ୱାରରେ ଓ୍ବେଷ୍ଟଇଣ୍ଡିଜ

ଓ୍ବେଲିଂଟନ, ୧୩ା୧୨ (ଏପି)- କାଇଲ ଜେମିସନ୍‌ଙ୍କ ଉଚ୍ଚକୋଟୀର ବୋଲିଂ ଯୋଗୁ ସ୍ଥାନୀୟ ରିଜର୍ଭ ବେସିନ୍‌ଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ଫଲୋଅନ୍‌ର...

୧୦୦ ଭିତରେ ଅଲଆଉଟ୍‌ ହେବାରେ ଆର୍‌ସିବିର ଛକା

ଆବୁ ଧାବି,୨୦।୯: ସ୍ଥାନୀୟ ଆବୁଧାବି ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ଆଇପିଏଲ ମ୍ୟାଚ୍‌ରେ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌...

‘କ୍ରୁନାଲ, ମୋ ମଧ୍ୟରେ ଯାହା ଘଟିଗଲା’

ନବି ମୁମ୍ବାଇ,୮।୪: ଟିମ୍‌ ଇଣ୍ଡିଆ ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ (ଏଲ୍‌ଏସ୍‌ଜି) ଅଲରାଉଣ୍ଡର ଦୀପକ ହୁଡା ଦୀର୍ଘ ଦିନ ପରେ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ବିବାଦ...

ଷ୍ଟାଡିୟମରେ ବିୟର ବିକ୍ରିକୁ ନା

ଦୋହା,୧୮ା୧୧: କାତାର ବିଶ୍ୱକପ୍‌ ରବିବାର ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଏକ ବଡ଼ ଘୋଷଣା କରାଯାଇଛି। ଷ୍ଟାଡିୟମରେ ବିୟର ବିକ୍ରି ହେବ ନାହିଁ ବୋଲି...

କୋପା ଆମେରିକା ଫୁଟବଲ: କଲମ୍ବିଆକୁ ହରାଇଲା ପେରୁ

ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ ପେରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ସୋମବାର ଗ୍ରୁପ୍‌ ବି’ରେ ଖେଳାଯାଇଥିବା ମୁକାବିଲାରେ ପେରୁ ୨-୧...

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ସାଉଥମ୍ପଟନ,୭।୭: ଭାରତ ଏବଂ ଇଂଲଣ୍ଡର କ୍ରିକେଟ ଦଳ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଆଜିଠାରୁ ଖେଳାଯିବ। ଏହି ମ୍ୟାଚ ସାଉଥମ୍ପଟନରେ ଖେଳାଯିବ।...

ଆତ୍ମହତ୍ୟା କଲେ କ୍ରିକେଟର୍‌

ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଛନ୍ତି। ନଭେମ୍ବର ୧୪ରେ ସେ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ବର୍ଷର ସାଜିବ...

Advertisement
Archives

Model This Week