Posted inଖେଳ

ସଚିନଙ୍କ ସମକକ୍ଷ ହେବାକୁ କୋହଲି ନିକଟରେ ସୁଯୋଗ

ଲଣ୍ଡନ, ୯।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରରେ ଆଉଏକ ମାଇଲଖୁଣ୍ଟ ତଥା ରେକର୍ଡର ନିକଟତର ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ରବିବାର ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଥିବାବେଳେ କୋହଲି କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବାର ସୁଯୋଗ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ସବୁବେଳେ ଦମ୍‌ଦାର ପ୍ରଦର୍ଶନ କରିଆସିଛନ୍ତି। ଆଉ ଗୋଟିଏ ଶତକ ହାସଲ କଲେ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବାରେ ସଚିନଙ୍କ ରେକର୍ଡର ସମକକ୍ଷ ହେବେ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସଚିନ ସର୍ବାଧିକ ୯ଟି ଶତକ ହାସଲ କରିଥିଲେ। ଯଦି ରବିବାର କୋହଲି ଆଉ ଏକ ଶତକ ହାସଲ କରନ୍ତି ତାହାଲେ ସଚିନଙ୍କ ରେକର୍ଡର ସମକକ୍ଷ ହେବେ। ତେବେ ରନ ସଂଗ୍ରହ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କୋହଲି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ଖେଳିନାହାନ୍ତି, ତଥାପି ବିଶ୍ୱ କ୍ରିକେଟରେ ତାଙ୍କ କ୍ରେଜ୍‌ ଅଧିକ

ସୁଧୀର କୁମାର ଗୌତମ ଜୀବନରେ ବ୍ୟାଟ କିମ୍ବା ବଲ ଧରି ନ ଥିଲେ ମଧ୍ୟ ଭାରତୀୟ କ୍ରିକେଟରେ ଏକ ପରିଚିତ ନାମ। କ୍ରିକେଟ କିମ୍ବଦନ୍ତୀ ସଚିନ...

କ୍ୟାରିୟରର ପ୍ରଥମ ବଲ୍‌ରେ ସାଙ୍ଗାକାରାଙ୍କ ଉଇକେଟ ନେଇଥିଲେ ଏହି ସ୍ପିନର: ବ୍ରିସ୍‌ବେନ୍‌ ମ୍ୟାଚ୍‌ରେ କରିପାରନ୍ତି ରେକର୍ଡ

ବ୍ରିସବେନ୍‌,୧୫।୧: ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆର ସଫଳ ବୋଲରଙ୍କ ମଧ୍ୟରୁ ନାଥନ ଲାୟନ ଅନ୍ୟତମ। ଶୁକ୍ରବାର ଭାରତ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ସେ ନିଜର ୧୦୦ତମ ମ୍ୟାଚ୍‌...

ବଦଳିବ ନାହିଁ ନ୍ୟୁଟ୍ରାଲ ଅମ୍ପାୟର ନିୟମ

ଲଣ୍ଡନ,୧୩।୮(ପି.ଟି.)- କ୍ରିକେଟରେ ନିୟମ ପ୍ରସ୍ତୁତକାରୀ ଏମ୍‌ସିସି (ମାରିଲେବୋନ କ୍ରିକେଟ କ୍ଲବ) ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଟ୍ରାଲ ଅମ୍ପାୟର ନିୟମକୁ ସମର୍ଥନ କରିଛି। ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ...

୩ୟ ଟେଷ୍ଟ :ଇନିଂସ ବିଜୟ ସହ ଇଂଲଣ୍ଡର ଅଗ୍ରଣୀ

ପୋର୍ଟ ଏଲିଜାବେଥ୍‌, ୨୦।୧ (ଏଏଫ୍‌ପି)- ସ୍ଥାନୀୟ ସେଣ୍ଟ ଜଜର୍‌ସ ପାର୍କଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ୩ୟ ଟେଷ୍ଟ ମ୍ୟାଚ୍‌କୁ ଭ୍ରମଣକାରୀ ଇଂଲଣ୍ଡ ଏକ ଇନିଂସ...

କୋହଲିଙ୍କ କ୍ଲାସ୍‌ ନେଲେ ଦ୍ରାଭିଡ

ସେଞ୍ଚୁରିଅନ,୧୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୨୬ରୁ ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯିବ। ଆଜି ପର୍ଯ୍ୟନ୍ତ...

ବିସ୍ଫୋରକ ଶତକ ପରେ ଏମିତି ସେଲିବ୍ରେଟ୍‌ କଲେ ଭେଙ୍କଟଶ

ମୁମ୍ବାଇ,୧୨ା୧୨: ନିକଟରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଅଲରାଉଣ୍ଡର ଭେଙ୍କଟଶ ଆୟର ଚଣ୍ଡିଗଡ଼ ବିପକ୍ଷ ବିଜୟ ହଜାରେ ମ୍ୟାଚ୍‌ରେ ଖେଳିଛନ୍ତି ବିସ୍ଫୋରକ ଶତକୀୟ ପାଳି। ମଧ୍ୟପ୍ରଦେଶ...

୧୪୬ ରନ୍‌ କରି ବିଶ୍ୱରେକର୍ଡ ହାସଲ କଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌, ଭାଙ୍ଗିଲେ ଅନେକ ରେକର୍ଡ

ସିଲଂ,୧୪।୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ମେଘାଳୟ ଅଧିନାୟକ ପୁନିତ ବିଷ୍ଟ ବିଶ୍ୱରେକର୍ଡ ହାସଲ କରିଛନ୍ତି। ସେ ମାତ୍ର ୫୧ ବଲ୍‌ରେ ୧୪୬ ରନ୍‌...

ଅମ୍ପାୟର ଟଏଲେଟ୍‌କୁ ନ ଛାଡ଼ିବାରୁ ପ୍ୟାଣ୍ଟରେ ପରିସ୍ରା ଧମକ ଦେଲେ ଖେଳାଳି

ମେଲବୋର୍ନ, ୯ା୨- ଆରମ୍ଭରୁ ହିଁ ବିବାଦ ଘେରରେ ଥିବା ଟେନିସ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ମଙ୍ଗଳବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ...

Advertisement
Archives

Model This Week