ସଙ୍ଗରୋଧ କେନ୍ଦ୍ରରୁ ଫେରୁଥିବା ମା’ ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ

ପାତ୍ରପୁର,୫ା୭(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜରଡ଼ା ଥାନା ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରରୁ ଚାଲିଚାଲି ଫେରୁଥିବା ମା’ ପୁଅଙ୍କୁ ରବିବାର ଅଜଣା ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତମାନେ ହେଲେ ପାତ୍ରପୁର ଗ୍ରାମର ତ୍ରିବେଣୀ ମହାନ୍ତି ଓ ତାଙ୍କ ପୁଅ ସୁଶାନ୍ତ। ଏନେଇ ସେମାନେ ସେମାନେ ଜରଡା ଥାନାରେ ଅଭିଯୋଗ କରିଛନ୍ତି। ତ୍ରିବେଣୀ ଓ ସୁଶାନ୍ତ ଦିଲ୍ଲୀରୁ ଗତ ମାସ ୨୧ରେ ଆସି ରାଙ୍କୁଡ଼ା ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ୧୪ ଦିନ ରହିବା ପରେ ରବିବାର ସକାଳୁ କେନ୍ଦ୍ରଠାରୁ ଗୋଟିଏ କିଲୋମିଟର ଦୂରରେ ଥିବା ମାମୁଁ ଘର ଗୁଣ୍ଡୁରା ଗ୍ରାମକୁ ମା’ ଓ ପୁଅ ଚାଲିଚାଲି ଯାଉଥିଲେ। ନିଛାଟିଆ ରାସ୍ତାରେ ଏକ ବାଇକ୍‌ରେ ମୁଖା ପିନ୍ଧା ୨ଯୁବକ ଆସି ଧାରୁଆ ଅସ୍ତ୍ରରେ ହାଣିଥିଲେ। ବିଲରେ କାମ କରୁଥିବା ଶ୍ରମିକ ଆସିବା ଦେଖି ଆକ୍ରମଣକାରୀ ଛାଡି ପଳାଇଥିଲେ। ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶଠାରୁ ବହୁ ପଛରେ ଗଞ୍ଜାମ ଏନ୍‌ଏସି: ସହରର ଉନ୍ନତି ପାଇଁ ଭାଜପା ପକ୍ଷରୁ ଦାବିପତ୍ର

ଗଞ୍ଜାମ,୨୮।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଦୀର୍ଘ ୧୦ ବର୍ଷଧରି ବିକାଶ ହେଉ ନ ଥିବା ଭାଜପା ବ୍ଲକ ପକ୍ଷରୁ ପ୍ରତିବାଦ କରାଯାଇଛି। ସହରର ବିଭିନ୍ନ ସମସ୍ୟା ସମାଧାନ...

ଗଞ୍ଜାମରେ ୧୪୪ ଧାରା ଜାରି: ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଯୋଜନାରେ ଏକତ୍ର କାମ କରୁଛନ୍ତି ଶ୍ରମିକ

ପୁରୁଷୋତ୍ତମପୁର, ୧୭।୩(ଡି.ଏନ୍‌.ଏ.): ମାରାତ୍ମକ କରୋନା ଭାଇରସକୁ ନେଇ ଗଞ୍ଜାମ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ୫ ଜଣରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଗହଳି...

ଗଞ୍ଜାମ ସହରରେ ଶଟ୍‌ଡାଉନ୍‌ ପ୍ରଭାବ

ଗଞ୍ଜାମ,୬।୬(ଡି.ଏନ୍‌.ଏ.): ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା କମିବାର ନା ଧରୁନି। ପ୍ରାୟ ୩ମାସରୁ ଊର୍ଦ୍ଧ୍ୱ...

ମାଓବାଦୀ ଅଞ୍ଚଳରୁ ଗାଡ଼ି ଆଣିଲେ ମାଲିକ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୪ା୪ -କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। କର୍ମଚାରୀଙ୍କୁ...

ବନ୍ଦ ହୃତ୍‌ପିଣ୍ଡ ପୁନଃ ଚାଲୁ ହୋଇପାରିବ

ବ୍ରହ୍ମପୁର ଅଫିସ୍‌,୧୭ା୧୦-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ନିଶ୍ଚେତନ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗ ତରଫରୁ ବୁଧବାର ସକାଳେ ବିଶ୍ୱ...

କଡ଼ା ସୁରକ୍ଷା ମଧ୍ୟରେ କ୍ୱାରାଣ୍ଟାଇନ୍‌ରେ ରହିଲେ ୧୧୪ ଜଣ

ଶେରଗଡ଼,୩୦ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟକୁ ବୁଧବାର ବିଳମ୍ବିତ ରାତିରେ ସୁରଟରୁ ଆସିଥିବା ଦୁଇଟି ବସ ଯୋଗେ...

ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୦ା୧୧(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଧମକ ଓ ଅସଦାଚରଣ କରିବା ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ରବିବାର ପୋଲିସ ଗିରଫ କରିଛି। ସେ ହେଲେ ରାମ...

ଦୈନିକ ସଡ଼କ ସୁରକ୍ଷା ନିୟମ ମନେ ରଖିବାକୁ ପଡ଼ିବ: ଜିଲାପାଳ

ଛତ୍ରପୁର,୧୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶନିବାର ଶୁଭାରମ୍ଭ ହୋଇଛି। ଏହା ୧୭ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଛତ୍ରପୁରସ୍ଥିତ ସଂସ୍କୃତି...

Play 250+ Trending Games
Archives

Model This Week

Why Dharitri