ଅନୁଗୋଳ ଅଫିସ, ୧୨।୪ – ଦିଲ୍ଲୀର ନିଜାମୁଦ୍ଦିନ୍ ମରକଜ ଧର୍ମଗୁରୁମାନଙ୍କ ସଂସ୍ପର୍ଶରେ ଆସି କ୍ୱାରାଣ୍ଟାଇନ୍ ବା ସଙ୍ଗରୋଧରେ ଥିବା ଅନୁଗୋଳ ଜିଲାର ୩୬ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ସ୍ବାବ ଓ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନିଜ ଘରେ କ୍ବାରାଣ୍ଟାଇନ୍ରେ ରହିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମରକଜ୍ରୁ କେତେଜଣ ମହିଳା ଓ ପୁରୁଷ ଧର୍ମଗୁରୁ ଗତ ମାର୍ଚ୍ଚ ୧୫ରୁ ୨୦ ମଧ୍ୟରେ ଅନୁଗୋଳ, ନାଲ୍କୋ ଓ ତାଳଚେର ଅଞ୍ଚଳକୁ ଆସିଥିଲେ। ସେମାନେ କେତେଜଣଙ୍କ ଘରେ ରହିବା ସହ ସ୍ଥାନୀୟ ମସଜିଦ୍କୁ ମଧ୍ୟ ଯାଇଥିଲେ। ଏ ନେଇ ତନାଘନା ପରେ ପ୍ରଶାସନ ସନ୍ଦେହରେ ୩୬ ଜଣଙ୍କୁ କ୍ବାରାଣ୍ଟାଇନ୍ରେ ରଖିଥିଲା। ଶନିବାର ଅପରାହ୍ନରେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ତେବେ ହୋମ୍ କ୍ୱାରାଣ୍ଟାଇନ୍ରେ ନ ରହିଲେ ପ୍ରଶାସନ ପୁଣି ସେମାନଙ୍କୁ ଉଠାଇ ଆଣି କ୍ୱାରାଣ୍ଟାଇନ୍ ସେଣ୍ଟରରେ ରଖିବ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି। ଅପରପକ୍ଷରେ ସମ୍ପୃକ୍ତ ସନ୍ଦିଗ୍ଧମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଜିଲାବାସୀ ଆଶ୍ୱସ୍ତ ହୋଇଛନ୍ତି।
Posted inଅନୁଗୋଳ, ଆମ ଜିଲା ଖବର View All

ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ ପ୍ରସଙ୍ଗ: ଗ୍ରାମବାସୀଙ୍କ ସହ ଆଲୋଚନା ପରେ ପୁଣି ପଡିଲା ପିଚୁ
ଗଞ୍ଜାମ,୧।୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ଅଳେଶ୍ୱର ପୀଠଠାରୁ ଭୟା ପ୍ରୟାଗୀ ଗ୍ରାମ ଦେଇ ସାହେବ ପାଳୁରୁ କେନାଲ ବ୍ରିଜ଼ ପର୍ଯ୍ୟନ୍ତ ପ୍ରାୟ ଅଢେଇ କିଲୋମିଟର ରାସ୍ତା ୩୫...

ମାଲ୍ବାହୀ ଟ୍ରେନ୍ରୁ ସାର ଚୋରି
ବଲାଙ୍ଗୀର ଅଫିସ, ୨୯ା୫-ବଲାଙ୍ଗୀର ରେଳ ଷ୍ଟେଶନ୍ରେ ଲାଗିଥିବା ମାଲ୍ବାହୀ ଟ୍ରେନ୍୍ରୁ ସାର ଚୋରି ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉଭୟ ସାର...

ଜନଜାଗରଣ ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ : ‘ବଳବତ୍ତର ରହିବ ସିଏଏ, ଉପକୃତ ହେବେ ସଂଖ୍ୟାଲଘୁ’
ବ୍ରହ୍ମପୁର ଅଫିସ,୧୧ା୧-ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବାମପନ୍ଥୀ ଦଳ, କଂଗ୍ରେସ ଓ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଦେଶର ଅନ୍ୟମାନେ ସମର୍ଥନ...

ବନ୍ଧୁକ ମୁନରେ ଡକାୟତି
କଟକ ଅଫିସ,୨୩।୨: ଜଗତପୁର ଥାନା ଅନ୍ତର୍ଗତ କେନାଲ ରୋଡ଼ ଘରୁ ଶନିବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଡକାୟତିର ଶିକାର ହୋଇଥିବା ସୁଧାଂଶୁ କୁମାର ନାୟକ...

ଅନିଶ୍ଚିତତାରେ ଓକିଲ ସଂଘ ନିର୍ବାଚନ
କଟକ ଅଫିସ,୫।୫: ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏଶନ୍ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ...

ପାହାଡ଼ିଆ ରାସ୍ତାରେ ୮କି.ମି. ଚାଲିଲେ ଗର୍ଭବତୀ
ମାଲକାନଗିରି/କୁଡୁମୁଲୁଗୁମ୍ମା,୨୯ା୧୧(ଡି.ଏନ୍.ଏ.): ଜନନୀ ସୁରକ୍ଷା ନେଇ ସରକାରୀ ତହବିଲରୁ ବହୁ ଅର୍ଥ ବ୍ୟୟ ହେଉଛି। ମାତ୍ର ଏବେ ମଧ୍ୟ ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର...

ବଡ଼ଦିନ ପାଇଁ ସବୁଠି କଡ଼ା ସୁରକ୍ଷା
ଫୁଲବାଣୀ ଅଫିସ,୨୫ା୧୨ : କନ୍ଧମାଳ ଜିଲାରେ ବୁଧବାର ବଡ଼ଦିନ ପାଳନ ବେଳେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ନ ଉପୁଯିବ, ସେନେଇ ପୋଲିସ ପ୍ରଶାସନ ପକ୍ଷରୁ...

ବଣ୍ଡା ନୃତ୍ୟରେ ଦୁଲୁକିଲା ମଞ୍ଚ
ଚିକିଟି,୧୩ା୧ (ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡା ଗ୍ରାମରେ ରବିବାର ଅପରାହ୍ନରେ ବାହୁଦା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।...