ଆବଶ୍ୟକ ସାମଗ୍ରୀ ପରିବହନରେ ରେଲଓ୍ବେ

ଭୁବନେଶ୍ୱର,୧୨।୪: ଲକ୍‌ଡାଉନ ସ୍ଥିତିରେ ଆବଶ୍ୟକ ସାମଗ୍ରୀ ପରିବହନ ଲାଗି ରେଲଓ୍ବେ ପକ୍ଷରୁ ନିରନ୍ତର ସେବା ଯୋଗାଣ ହେଉଛି। ଶନିବାର ସକାଳୁ ବିଶାଖାପାଟଣା ରେଳଷ୍ଟେଶନରୁ ସ୍ବତନ୍ତ୍ର ପାର୍ସଲ ଏକ୍ସପ୍ରେସ ଦ୍ୱାରା ଔଷଧ ସାମଗ୍ରୀ ବୋଝେଇ କରି ପଲାସା, ବ୍ରହ୍ମପୁର, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ରାୟଗଡ଼ା ଆଦି ଷ୍ଟେଶନରେ ଖଲାସ କରାଯାଇଛି। ଏହାବାଦ କେସିଙ୍ଗାରେ ମେଡିକାଲ ଯନ୍ତ୍ରପାତି ଖଲାସ କରାଯାଇଛି। ଏହାବାଦ ବିଶାଖାପାଟଣାରୁ ଦୁଗ୍ଧ ପାଉଡର ଏବଂ ଅନ୍ୟାନ୍ୟ ଔଷଧ ସାମଗ୍ରୀ ବ୍ରହ୍ମପୁର ରେଳ ଷ୍ଟେଶନରେ ଖଲାସ କରାଯାଇଛି। ବିଜୟନଗରମରୁ ପଇଡ଼ ବଲାଙ୍ଗୀର ଏବଂ ଟିଟିଲାଗଡ଼ ପଠାଯାଇଛି। ସେହିଭଳି ବିଜୟନଗରମକୁ ଗ୍ରସେରି ରାୟଗଡ଼ା ଆସିଛି।
ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ୩୩୬୪ ଟନ୍‌ ଗହମ ୮୮ଟି ଓ୍ବାଗନରେ ମଧ୍ୟପ୍ରଦେଶର ଗର୍‌ହା ଷ୍ଟେଶନରୁ କଟକ ଷ୍ଟେଶନ ଆସି ସେଠାରେ ଖଲାସ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତକୁ ସାମଗ୍ରୀ ପହଞ୍ଚାଇବା ନେଇ ଗୁରୁଦାୟିତ୍ୱ ଗ୍ରହଣ କରିଥିବା ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ଏହି କାର୍ଯ୍ୟ ଲାଗି ରେଳପଥ ମାଲବାହୀ ଟ୍ରେନ, ପାର୍ସଲ ଏକ୍ସପ୍ରେସ ଚଳାଚଳ କରାଉଛି। ଖାଦ୍ୟଶସ୍ୟ, ପେଟ୍ରୋଲିୟମ, କୋଇଲା, ଫଳ, ପନିପରିବା, ଦୁଗ୍ଧ, ଜାଳେଣି ତୈଳ, ଚିନି, ଲୁଣ, ଔଷଧ ଇଦ୍ୟାଦି ସାମଗ୍ରୀ ବର୍ତ୍ତମାନ ରେଳପଥ ପକ୍ଷରୁ ପରିବହନ ହେଉଥିବା ସୂଚନା ରହିଛି। ସେହିଭଳି ରେଲଓ୍ବେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଛି। ଲକ୍‌ଡାଉନ ସମୟରେ ମଧ୍ୟ ଯାତ୍ରୀ ସୂଚନା ପ୍ରଦାନ ବ୍ୟବସ୍ଥାକୁ ଏହା ଅବ୍ୟାହତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri