ସଂଶୋଧିତ ମୋଟରଯାନ ଆଇନ ଜରିମାନାକୁ ଭୟ: ଆର୍‌ଟିଓ କ୍ୟାମ୍ପ ଅଫିସ୍‌ରେ ପ୍ରବଳ ଭିଡ଼

ବ୍ରହ୍ମପୁର ଅଫିସ୍‌,୨୫ା୯-ସଂଶୋଧିତ ମୋଟରଯାନ ଆଇନ-୨୦୧୯ରେ ଜରିମାନା ଅର୍ଥ ଅଧିକ ଥିବା ଯୋଗୁ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜରିମାନାରୁ ବର୍ତ୍ତିବା ପାଇଁ ଲୋକମାନେ ଗାଡ଼ି ପ୍ରଦୂଷଣ ପ୍ରମାଣପତ୍ରଠାରୁ ଆରମ୍ଭ କରି ବୀମା ନବୀକରଣ କରାଉଛନ୍ତି। ସେହିଭଳି ଚାଳକମାନେ ଡ୍ରାଇଭିଂ ଲାଇସେନ୍ସ କରୁଛନ୍ତି। ଏସବୁ ପାଇଁ ପରିବହନ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳୁଛି। ଛତ୍ରପୁରରେ ଥିବା ପରିବହନ କାର୍ଯ୍ୟାଳୟ ଉପରୁ ବୋଝ କମାଇବା ପାଇଁ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ କ୍ୟାମ୍ପ ଅଫିସ୍‌ ଖୋଲାଯାଇଛି। ସୋମବାରରୁ ଆରମ୍ଭ ହୋଇଥିବା କ୍ୟାମ୍ପ ଅଫିସ୍‌ ବୁଧବାର ପର୍ଯ୍ୟନ୍ତ ଚାଲିବ। ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବିଶେଷକରି ପ୍ରଦୂଷଣ ସାର୍ଟିଫିକେଟ୍‌ କରିବା ପାଇଁ ଲମ୍ବା ଲାଇନ୍‌ ଲାଗୁଛି। ମାତ୍ର ତିନୋଟି ମେଶିନ୍‌ ଥିବା ବେଳେ ଆବେଦନକାରୀଙ୍କ ସଂଖ୍ୟା ଢ଼େର୍‌ ଅଧିକ ରହୁଛି।
ସୋମବାର ପ୍ରଥମ ଦିନରେ କେବଳ ଛାତ୍ରୀଛାତ୍ରଙ୍କ ପାଇଁ ଅଫିସ୍‌ କାର୍ଯ୍ୟ କରିଥିଲା। ହେଲେ ଗୋଟିଏ ଦିନରେ ଆବେଦନ ସଂଖ୍ୟା ଆଶାତୀତ ଅଧିକ ଥିବା ଯୋଗୁ ସମସ୍ୟା ସୃଷ୍ଟି ହୋଇଥିଲା। ମଙ୍ଗଳବାର ଦ୍ୱିତୀୟ ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। କିନ୍ତୁ ଆବେଦନକାରୀଙ୍କ ମଧ୍ୟରେ ଛାତ୍ରୀଛାତ୍ର ରହିଥିଲେ। ବାୟୁ ଓ ଶବ୍ଦ ପ୍ରଦୂଷଣ ନିୟମ ଖିଲାପ କଲେ ୧୦ହଜାର ଟଙ୍କା ଜରିମାନା ରହିଛି। କିନ୍ତୁ ଭିଡ଼ ଯୋଗୁ ଠିକ୍‌ ଭାବେ ପ୍ରଦୂଷଣ ଯାଞ୍ଚ କରାଯାଉ ନ ଥିଲା। ତରବରିଆ ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଲର୍ନିଂ ଲାଇସେନ୍ସ ପ୍ରଦାନ କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କ ଭିଡ଼ ଦେଖାଦେଇଛି। ନିଜ କ୍ୟାମ୍ପସ୍‌ରେ ସୁବିଧା ମିଳୁଥିବା ଯୋଗୁ ସେମାନେ ଖୁସି ପ୍ରକାଶ କରିଥିଲେ।
କେବଳ ଖଲ୍ଲିକୋଟ କଲେଜରେ ଏହି କ୍ୟାମ୍ପ ଖୋଲାଯିବାରୁ ଅନ୍ୟାନ୍ୟ କଲେଜରେ ଅସନ୍ତୋଷ ପ୍ରକାଶ ପାଇଛି। ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛାତ୍ର ନେତା ଦେବାନନ୍ଦ ପଣ୍ଡା ଏହାକୁ ନାପସନ୍ଦ କରିଛନ୍ତି। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରତ୍ୟେକ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ଏଭଳି ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛାତ୍ରୀଛାତ୍ର ଏବେ ଡ୍ରାଇଭିଂ ଲାଇସେନ୍ସ କରିବାକୁ ଛତ୍ରପୁର ପରିବହନ କାର୍ଯ୍ୟାଳୟକୁ ଯାଉଛନ୍ତି। ଫଳରେ ଗୋଟିଏ ଦିନ ପୂରା ନଷ୍ଟ ହେଉଛି। ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ଯେମିତି କ୍ୟାମ୍ପ ଅଫିସ୍‌ ଖୋଲାଯାଇଛି, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ସେଭଳି କ୍ୟାମ୍ପ ଅଫିସ୍‌ ଖୋଲାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri