Posted inଖେଳ

ଷ୍ଟୋକ୍ସଙ୍କୁ ନାଇଟ୍‌ ଉପାଧି ମିଳିବ

ଲଣ୍ଡନ, ୧୭।୭(ପି.ଟି.)- ବିଶ୍ୱକପ୍‌ ହିରୋ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟେକ୍ସଙ୍କୁ ନାଇଟ୍‌ ଉପାଧି ପ୍ରଦାନ କରାଯିବ। ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଷ୍ଟୋକ୍ସ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଓ ଇଂଲଣ୍ଡକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ସେ ୯୮ଟି ବଲର ସମ୍ମୁଖୀନ ହୋଇ ଉପଯୋଗୀ ୮୪ ରନ ସଂଗ୍ରହ କରିଥିଲେ ଓ ମ୍ୟାଚ୍‌କୁ ଟାଇ କରାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଷ୍ଟୋକ୍ସଙ୍କ ଏହି ସାହସିକ ପ୍ରଦର୍ଶନ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ଆଗରେ ଥିବା ଦୁଇ ପ୍ରାର୍ଥୀ ବୋରିସ୍‌ ଜନସନ ଓ ଜେରେମି ହଣ୍ଟଙ୍କୁ ବେଶ୍‌ ପ୍ରଭାବିତ କରିଛି।
ଷ୍ଟୋକ୍ସଙ୍କୁ ନାଇଟ ଉପାଧି ମିଳିବା ଉଚିତ ନେଇ ପ୍ରଶ୍ନ ହେବାକୁ ଜନସନ ‘ନିଶ୍ଚିତ ଭାବେ ହଁ’ ବୋଲି ଉତ୍ତର ଦେଇଛନ୍ତି। ହଣ୍ଟ ମଧ୍ୟ ଏହି ପ୍ରଶ୍ନର ସମାନ ଉତ୍ତର ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ କ୍ରିକେଟରେ ଅବଦାନ ପାଇଁ ୧୧ଜଣ ଇଂଲଣ୍ଡ କ୍ରିକେଟରଙ୍କୁ ନାଇଟ୍‌ ଉପାଧିରେ ଭୂଷିତ କରାଯାଇଛି। ଶେଷଥର ପାଇଁ ପୂର୍ବତନ ଟେଷ୍ଟ ଓ ଦିନିକିଆ ଅଧିନାୟକ ଆଲିଷ୍ଟର କୁକ୍‌ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ୨୮ ବର୍ଷୀୟ ଷ୍ଟୋକ୍ସ ବ୍ରିଷ୍ଟଲରେ ଏକା ମାରପିଟ୍‌ ଘଟଣା ପାଇଁ ତଦନ୍ତର ସମ୍ମୁଖୀନ ହୋଇଥିଲେ ଓ ୨୦୧୭-୧୮ ଆଶେସ ଖେଳିବାରୁ ବଞ୍ଚିତ ହୋଇଥିଲେ। ତେବେ ପରେ ସେ ଏଥିରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ଷ୍ଟୋକ୍ସ ସଦ୍ୟସମାପ୍ତ ବିଶ୍ୱକପ୍‌ରେ ମୋଟ ଉପରେ ୪୬୫ ରନ ସଂଗ୍ରହ କରିବା ସହ ୭ଟି ଉଇକେଟ ଅକ୍ତିଆର କରିଥିଲେ। ଅଧିନାୟକ ଇଅନ ମୋର୍ଗାନ ଷ୍ଟୋକ୍ସଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି। ଷ୍ଟୋକ୍ସଙ୍କୁ ସେ ଅସାଧାରଣ ଓ ଅତିମାନବୀୟ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ ଟେନିସ୍‌: କେବଳ ମହିଳା ଡବଲ୍ସ ଯୋଡ଼ି ଖେଳିବେ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଏଥର କେବଳ ଭାରତୀୟ ମହିଳା ଡବଲ୍ସ ଯୋଡି ଅଂଶଗ୍ରହଣ କରିବା ସ୍ପଷ୍ଟ ହୋଇଛି। ୧୯୮୮ରେ ଟେନିସ ଅଲିମ୍ପିକ୍ସରେ ସାମିଲ ହେବା ପରଠାରୁ...

ଟୋକିଓ ୨୦୨୦: ଆଉଥରେ ଅଲିମ୍ପିକ୍ସ ଘୁଞ୍ଚାଇବାକୁ ଯୋଜନା ନାହିଁ

ଟୋକିଓ,୧୪।୪(ଏପି): କୋଭିଡ୍‌-୧୯ ମହାମାରୀ ପାଇଁ ଆଉଥରେ ଅଲିମ୍ପିକ୍ସକୁ ଘୁଞ୍ଚାଇବାକୁ କୌଣସ ଯୋଜନା ବା ପ୍ଲାନ- ବି ନାହିଁ ବୋଲି ଟୋକିଓ ଆୟୋଜକମାନେ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ...

ବିସିସିଆଇ ସିଇଓ ଜୋହରିଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୬।୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟକାରୀ ଅଫିସର ରାହୁଲ ଜୋହରି ଇସ୍ତଫା ପତ୍ର ଦେଇଛନ୍ତି। ମାତ୍ର ତାଙ୍କ ଇସ୍ତଫାକୁ ଏପର୍ଯ୍ୟନ୍ତ ଗ୍ରହଣ...

ଆଇପିଏଲ୍‌ ପୂର୍ବରୁ କୋହଲି ଶେୟାର କଲେ ଏମିତି ଫଟୋ: ପ୍ରଶଂସକ କହିଲେ…

ମୁମ୍ବାଇ,୨୩।୩: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସିଜନରେ ଖେଳାଯିବ। ମାର୍ଚ୍ଚ ୨୬ରୁ ଆରମ୍ଭ ହେବ। ବିରାଟ ପୁଣି ଥରେ...

ବକ୍ସିଂ ରିଙ୍ଗ୍‌ରେ ଦୁଇ ଭାଇ ମୁହାଁମୁହିଁ

ଭୁବନେଶ୍ୱର, ୨ା୩ (କ୍ରୀଡ଼ା ପ୍ରତିନିଧି)- ରବିବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଗୋଟିଏ ଇଭେଣ୍ଟରେ ଦୁଇ ଭାଇ କିମ୍ବା ଯମଜ ଭଉଣୀଙ୍କ ମଧ୍ୟରେ...

ଗୋଟିଏ ଦିନ ଘୁଞ୍ଚିଲା ବିସିସିଆଇ ନିର୍ବାଚନ: ବିନୋଦ

ନୂଆଦିଲ୍ଳୀ,୨୪।୯(ପି.ଟି.)- ବହୁ ପ୍ରତିକ୍ଷୀତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ତାରିଖରେ ଗୋଟିଏ ଦିନ ଅଦଳବଦଳ ହୋଇଛି। ପୂର୍ବରୁ ଏହି ନିର୍ବାଚନ ଅକ୍ଟୋବର ୨୨...

କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କରି ଫିଜି ରଗବି ଖେଳାଳି ଗିରଫ

ଶୁଭ।, ୫/୪: କୋଭିଡ-୧୯ ସେଲ୍ଫ ଆଇସୋଲେଶନ ନିୟମ ଉଲ୍ଲଘଂନ କରି ଫିଜି ର ୨ଜଣ ରାଗବି ଖେଳାଳି ଗିରଫ ହୋଇଛନ୍ତି। ଏହି ୨ ଖେଳାଳି ଙ୍କ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶରୀରକୁ ନେଇ ପ୍ରଶ୍ନ ଉଠାଇଲେ ପାକିସ୍ତାନ କ୍ରିକେଟର୍‌

ଇସଲମାବାଦ,୨୪।୮:ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ଧରି ପିଠି ଯନ୍ତ୍ରଣା ସହ ସଂଗ୍ରାମ କରିଆସୁଛନ୍ତି। ଯଦିଓ ସେ ଶ୍ରୀଲଙ୍କା ଗସ୍ତରେ କିଛି ଓଭର ବୋଲିଂ...

Advertisement
Archives

Model This Week