ଷ୍ଟେସନ ରୋଡ଼ରୁ ବେନିୟମ ହମ୍ପସ ଉଠାଇବାକୁ ଦାବି

କେନ୍ଦୁଝର,୨।୬(ସ୍ବ.ପ୍ର) କେନ୍ଦୁଝରଗଡ଼ ରେଳଷ୍ଟେସନ ଠାରୁ ଧୋବାଡ଼ିହା ପର୍ଯ୍ୟନ୍ତ ଷ୍ଟେସନ ରୋଡ଼ଟି ସମସ୍ତ ରେଳ ଯାତ୍ରୀଙ୍କ ପାଇଁ ଜୀବନରେଖା ସଦୃଶ୍ୟ। ଭାରତୀୟ ଖାଦ୍ୟ ନିଗମ, ଅବକାରୀ ବିଭାଗ ରେଞ୍ଜ ଅଫିସ ଆଦି ବିଭାଗର ବହୁ ସଂଖ୍ୟାରେ ଯାନବହନ ଏହି ରାସ୍ତାରେ ଚଳାଚଳ କରିଥାଏ। ସେହିପରି ସାଧାରଣ ଲୋକେ ମଧ୍ୟ ଏହି ରାସ୍ତାଟିରେ ସମ୍ପୂୂର୍ଣ୍ଣ ନିର୍ଭରଶୀଳ। ମାତ୍ର ଉକ୍ତ ରାସ୍ତାଟି ଏବେ ସମ୍ପୂର୍ଣ୍ଣ ଯାତାୟତ ପାଇଁ ଅନୁପଯୁକ୍ତ ହୋଇପଡିଛି। ଦୁଇ କିଲୋମିଟର ବିଶିଷ୍ଟ ଏହି ପୂର୍ତ୍ତ ବିଭାଗ ରାସ୍ତାରେ ବହୁ ସଂଖ୍ୟାରେ ବେନିୟମ ହମ୍ପସ ନିର୍ମାଣ କରାଯାଇଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି।
କେତେକ ସ୍ଥାନରେ ସିଧାସଳଖ ଭାବେ ଅବ୍ୟବହୃତ ଭଙ୍ଗା ବିଦ୍ୟୁତ ଖୁଣ୍ଟଗୁଡିକୁ ଆଣି ରାସ୍ତା ଉପରେ ରଖି ଦିଆଯାଇଛି। ରାସ୍ତାର କେତେକ ସ୍ଥାନରେ ବେନିୟମ ଭାବେ ମାଟି, ମୋରମ, ମେଣ୍ଟାଲ, ଚିପ୍ସ, ବାଲି ଗଦା କରାଯାଇଛି। ଯାହାଫଳରେ ସାଧାରଣ ଲୋକେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେବା ସହ ଧନ ଜୀବନ ହାନି ଘଟୁଛି। ଷ୍ଟେସନ ରୋଡ଼ର ଏପରି ଶୋଚନୀୟ ଅବସ୍ଥା କେନ୍ଦୁଝର ବାସୀଙ୍କୁ, ଅନ୍ୟ ଜିଲା ତଥା ରାଜ୍ୟବାସୀଙ୍କ ନିକଟରେ ଲଜ୍ଜିତ କରୁଛି। ପୂର୍ତ୍ତ ବିଭାଗ ଦାରା ବେନିୟମ ହମ୍ପସ ଓ ଅନ୍ୟାନ୍ୟ ସାମଗ୍ରୀକୁ ରାସ୍ତାରୁ ହଟାଇବା ସହିତ ଆବଶ୍ୟକ ସ୍ଥଳେ ବିଭିନ୍ନ ଟ୍ରାଫିକ ସଂକେତ ଲଗାଇବା, ଜଳୁ ନ ଥିବା ଷ୍ଟ୍ରିଟ ଲାଇଟ୍‌ଗୁଡିକୁ ମରାମତି କରିବା, ରାସ୍ତାର ଉଭୟ ପାର୍ଶ୍ୱରେ ରେଡିୟମ ଲଗାଇବା ସହିତ ରାସ୍ତା ମଝିରେ ଚୁନ ପକାଇ ଚିହ୍ନ ଦେବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସଭାପତି ପୁଷ୍ପାଞ୍ଜଳି ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବିି ଜିଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମାନବ ଚାଲାଣ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ’

ଭଞ୍ଜନଗର,୩୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନବ…

ଜମିରୁ ଫେରିବା ବେଳେ ଚାଷୀଙ୍କୁ ଦନ୍ତା ଆକ୍ରମଣ: ଉଜୁଡ଼ିଲା ସଂସାର, ଘର ଚଳାଇବା କଷ୍ଟକର

ଜି.ଉଦୟଗିରି,୩୦।୭ (ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାଏଜୁ ଗ୍ରାମର ସିରାପାଦେରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। କିଛି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri