ଷ୍ଟେଶନ୍‌ ବଜାର ମା’ଶ୍ୟାମାକାଳୀ ପୂଜା : ଚାନ୍ଦି ଅଳଙ୍କାର ମେଢ଼ ସଜ୍ଜା ଉପରେ ଗୁରୁତ୍ୱ

ଯାଜପୁର ରୋଡ, ୨୧ା୧୦(ନି.ପ୍ର.): ଯାଜପୁର ରୋଡ ସହର ସ୍ଥିତ ଷ୍ଟେଶନ୍‌ ବଜାରରେ ୧୯୫୮ରୁ ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଉଛି। ଏଠାରେ ପୂଜା ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଲୋକମାନେ କାଳୀପୂଜା ଦେଖିବା ପାଇଁ ଭଦ୍ରକ ଜିଲା ଯାଉଥିଲେ। ଏହାକୁ ଦେଖି ସହରରେ ମା’ ଶ୍ୟମାକାଳୀଙ୍କ ପୂଜା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି ପୂଜା ସ୍ବର୍ଗତ ଶଶିଭୂଷଣ ମହାନ୍ତି ଓ କୀର୍ତ୍ତନ ବିହାରୀ ସାହୁଙ୍କ ଉଦ୍ୟମରେ ହୋଇଥିଲା। ସେବେଠାରୁ ୬୧ ବର୍ଷ ଧରି ଷ୍ଟେଶନ୍‌ ବଜାରରେ ମା’ଶ୍ୟାମାକାଳୀଙ୍କୁ ପୂଜା କରାଯାଉଛି। ଷ୍ଟେଶନ୍‌ ବଜାରର ବାଣିଜ୍ୟ ପ୍ରତିଷ୍ଠାନ ଏବଂ ଅନୁଷ୍ଠାନଗୁଡିକ ଏକତ୍ରିତ ହୋଇ ଚାନ୍ଦା ଆଦାୟକରି ପୂଜା କରୁଛନ୍ତି। ସର୍ବପୁରାତନ ଏହି ପୂଜାର ମୁଖ୍ୟ ଆକର୍ଷଣ ହେଉଛି ଚାନ୍ଦି ମେଢ। ପୂଜାରେ ମା’ଙ୍କୁ ଚାନ୍ଦି ମୁକୁଟ ଏବଂ ବିଭିନ୍ନ ଅଳଙ୍କାର ଦ୍ୱାରା ସୁସଜ୍ଜିତ କରାଯାଇଥାଏ। ଯାହା କି ସହରର ଅନ୍ୟ ମଣ୍ଡପଠାରୁ ସତନ୍ତ୍ର ସ୍ଥାନ ଅଧିକାର କରିଥାଏ। ବର୍ତ୍ତମାନ ମା’ କାଳୀଙ୍କର ପୂଜା ମଣ୍ଡପ ଷ୍ଟେଶନ୍‌ ବଜାରର ଡି.ଡି. ମାର୍କେଟ୍‌ ସମ୍ମୁଖରେ କରାଯାଉଛି। ପୂଜାକୁ ଆଉ ମାତ୍ର କିଛିଦିନ ବାକି ଥିବାବେଳେ ମା’ଙ୍କ ମୂର୍ତ୍ତୀ ନିର୍ମାଣରେ କାରୀଗରମାନେ ଲାଗିପଡିଛନ୍ତି। ଅପରପକ୍ଷେ ଚଳିତ ବର୍ଷ ପୂଜା ପାଇଁ କମିଟି ପକ୍ଷରୁ ୮ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ରିତିନୀତି ଅନୁସାରେ କମିଟି ପକ୍ଷରୁ ପୂଜାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଚଳିତ ବର୍ଷ ଲାଇଟ୍‌ ସାଜସଜ୍ଜା, କପଡାର ଗେଟ୍‌, ଦୈନିକ ଠାକୁରାଣୀଙ୍କ ନିକଟରେ ନୀତି ଭୋଗର ବ୍ୟବସ୍ଥା କରାଯାଇଛି। ଏଥିସହ ପୂଜାକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ଏବଂ ଭସାଣି ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ କମିଟି ପକ୍ଷରୁ ଜୋର୍‌ ଦିଆଯାଇଛି। ଏବେ କମିଟିର ସଭାପତି ହୃଷୀକେଶ ସାହୁ, ସମ୍ପାଦକ ବିରେନ୍ଦ୍ର କୁମାର ରାଉତ, କୋଷାଧ୍ୟକ୍ଷ ବିଜୟ କୁମାର ସାହୁ ପ୍ରମୁଖ ରହିଛନ୍ତି। ପୂଜାକୁ ନେଇ ୧୧ଦିନ ଧରି ଷ୍ଟେଶନ୍‌ ବଜାର ଉତ୍ସବ ମୁଖରିତ ହୋଇଥାଏ। ଚାନ୍ଦି ମେଢ଼ ଏବଂ ମା’ଙ୍କ ପୂଜାର ସ୍ବତନ୍ତ୍ରତା ହେତୁ ଏହି ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ହୋଇଥାଏ। କମିଟି କର୍ମକର୍ତ୍ତା ଓ ରେଳବାଇ ପୋଲିସ୍‌ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥାଏ। ଏହି ବଜାର କମିଟି ଭାଇଚାରା ପ୍ରଚେଷ୍ଟା କରିବା ସହ ବିପଦବେଳେ ପରସ୍ପର ମଧ୍ୟରେ ସହଯୋଗ କରିଥାଏ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ସହାୟତା ମଧ୍ୟ କରାଯାଇଥାଏ ବୋଲି ବିଜୟ କୁମାର ସାହୁ ପ୍ରକାଶ କରିଛନ୍ତି। ଶଦ୍ଦ ପ୍ରଦୂଷଣ ରୋକିବା, ମଣ୍ଡପକୁ ସ୍ବଚ୍ଛ ରଖିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସଭାପତି ଓ ସମ୍ପାଦକ କହିଛନ୍ତି। ପୂଜା ସମୟରେ ବିଷ୍ଣୁ ମଲ୍ଲିକ୍‌, ନିତ୍ୟାନନ୍ଦ କରଣ, ସଦାନନ୍ଦ ଲାହା, ପ୍ରମୋଦ କୁମାର ବିଶ୍ୱନୁଜ୍‌, ଭରତ ରାଉତ, ଶିବ ମଟାଣିଆ ଓ ଜଗଦିଶ ମଟାଣିଆ, ଅଶୋକ ନାୟକ, ନିରଞ୍ଜନ ସାହୁଙ୍କ ଭୂମିକା ବିଶେଷଭାବେ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?