Posted inଖେଳ

ଷ୍ଟାଡିୟମରେ ଦର୍ଶକ ନ ଥିବାରୁ ହଇରାଣ ହେଲେ ଫିଲ୍ଡର

ସିଡ୍‌ନୀ,୧୩।୩- ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ କୌଣସି ପ୍ରଶଂସକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା। ମ୍ୟାଚ୍‌ ବେଳେ କୌଣସି ଷ୍ଟାଣ୍ଡରେ ଦର୍ଶକ ନ ଥିବାରୁ ଫିଲ୍ଡରଙ୍କୁ ହଇରାଣ ହେବାକୁ ପଡ଼ିଛି। ମ୍ୟାଚ୍‌ର ୧୮ତମ ଓଭରରେ ଇଶ ସୋଧିଙ୍କ ବଲକୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଏକ ବିରାଟ ଛକା ଲଗାଇଥିଲେ। ବଲ ସିଧା ଷ୍ଟାଣ୍ଡରେ ପଡ଼ିଥିଲା। କିନ୍ତୁ ଷ୍ଟାଣ୍ଡରେ କେହି ନ ଥିବାରୁ ଫିଲ୍ଡର ଲୋକି ଫର୍ଗୁସନଙ୍କୁ ବଲ ଆଣିବାକୁ ପଡ଼ିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହି ଘଟଣାରୁ କ୍ରିକେଟରେ ଦର୍ଶକଙ୍କ ଗୁରୁତ୍ୱ ଜଣାପଡ଼ୁଥିବା ବହୁ ପ୍ରଶଂସକ କମେଣ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ଡୋର୍‌‌ରେ ପ୍ରଥମେ ଟ୍ରେନିଂ ଆରମ୍ଭ କଲେ ଶାର୍ଦ୍ଦୁଳ

ପାଲ୍‌ଘର୍‌ (ମହାରାଷ୍ଟ୍ର), ୨୪ା୫: ପେସ୍‌ ବୋଲର ଶାର୍ଦ୍ଦୁଳ ଠାକୁର ଶନିବାର ଆଉଟ୍‌ଡୋର୍‌ ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନାଭାଇରସ୍‌ଯୋଗୁ ଲକ୍‌ଡାଉନ୍‌ରେ ଦୁଇମାସ ଘରେ ରହିବା ପରେ ପ୍ରଥମ...

୧୪୩୬ କିମି ଚାଲି ଚାଲି ରାଞ୍ଚିରେ ପହଞ୍ଚିଲେ ଏହି ଯୁବକ: ଧୋନୀଙ୍କୁ ଭେଟି କହିଲେ…

ରାଞ୍ଚି,୧୮।୧୧:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଦେଇସାରିଥିଲେ ମଧ୍ୟ ତାଙ୍କ...

ଆଡିଲେଡ୍‌ ଦିବାରାତ୍ର ଟେଷ୍ଟରେ ଖେଳିବେ ପୃଥ୍ବୀ, ରିଦ୍ଧିମାନ

ଆଡିଲେଡ୍‌, ୧୬ା୧୨- ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଖେଳାଯିବାକୁ ଥିବା ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ଲାଗି ବିସିସିଆଇ ଚୂଡ଼ାନ୍ତ ଭାରତୀୟ ଦଳ ଘୋଷଣା କରିଛି। ଆସନ୍ତା...

ଲକ୍‌ଡାଉନ ସତ୍ତ୍ୱେ ଖେଳ ସମ୍ଭବ: ମୋର୍ଗାନ

ଅହମଦାବାଦ, ୨୮ା୪ (ପି.ଟି.)- କୋଭିଡ୍‌ ପାଇଁ ଲକ୍‌ଡାଉନ ସତ୍ତ୍ୱେ ଖେଳ ସମ୍ଭବ ବୋଲି କହିଛନ୍ତି ଇଂଲଣ୍ଡ ଓ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନ।...

ଟୋକିଓ ଅଲିମ୍ପିକ୍ସରେ ଭାରତ ଉନ୍ନତ ପ୍ରଦର୍ଶନ କରିବ: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୧୨- ଆସନ୍ତା ବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ପୂର୍ବାପେକ୍ଷା ଭାରତ ଏଥର ଉନ୍ନତ ପ୍ରଦର୍ଶନ କରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ...

କରୁଣାରତ୍ନେଙ୍କ ବିଶ୍ୱକପ୍‌ ରେକର୍ଡ

କାର୍ଡିଫ,୧।୬- ଶ୍ରୀଲଙ୍କା ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ ଚଳିତ ବିଶ୍ୱକପ୍‌ରେ ଏକ ରେକର୍ଡ ଅଧିକାରୀ ହୋଇଛନ୍ତି। ଏଠାରେ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଓପନିଂ...

ମୁଖ୍ୟ କୋଚ୍‌ ପଦବୀରୁ ଅବ୍ୟାହତି ନେଲେ ବାହାଦୁର ସିଂ

ନୂଆଦିଲ୍ଲୀ, ୮ା୭ (ପି.ଟି.)-ଭାରତୀୟ ଆଥଲେଟିକ୍ସ କୋଚ୍‌ ପଦବୀରୁ ବାହାଦୁୁର ସିଂ ଅବ୍ୟାହତି ନେଇଛନ୍ତି। ସେ ଦୀର୍ଘ ୨୫ବର୍ଷ ଧରି ଏହି ପଦବୀରେ ଥିଲେ। ଭାରତରେ କୌଣସି...

ନିର୍ବାଚନ ମୈଦାନରେ ଫେଲ୍‌ ମାରିଲେ ଖେଳାଳି

ଚଣ୍ଡିଗଡ,୨୪।୧୦: ନିର୍ବାଚନ ମୈଦାନରେ ଫେଲ୍‌ ମାରିଛନ୍ତି ଖେଳାଳି। ହରିୟାଣାର ଦାଦ୍ରୀ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବବିତାଙ୍କୁ ପରାଜୟର ସାମ୍ନା କରିବାକୁ...

Advertisement
Archives

Model This Week