ଷ୍ଟାଇଲ ଷ୍ଟେଟ୍‌ମେଣ୍ଟରେ ଅଜବ ‘କ୍ଲଚ୍‌’

କ୍ଲଚ୍‌ ଏବେ ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ ପାଲଟିଛି। ପାର୍ଟି ପାଇଁ ତ ଏହାର ଚାହିଦା ବେଶି। ତେବେ ଏମିତି ବି କିଛି କ୍ଲଚ୍‌ ଅଛି, ଯାହା ଦେଖିବାକୁ ବେଶ୍‌ ଅଜବ କିନ୍ତୁ ଆକର୍ଷକ। ଏହାକୁ କ୍ୟାରି କଲେ ଏକ ଡିଫରେଣ୍ଟ ଲୁକ୍‌ ମିଳିଥାଏ…

ମୋଶ୍ଚିନୋ ସ୍ପ୍ରେ ପେଣ୍ଟ ବ୍ୟାଗ୍‌-ଏହା ଦେଖିବାକୁ ଏକ ସ୍ପ୍ରେ ପେଣ୍ଟ କ୍ୟାନ୍‌ ଭଳି। ସେଥିରେ କମ୍ପାନୀର ନାମ ବି ଲେଖା ଯାଇଥାଏ । ହେଲେ ପ୍ରକୃତରେ ତାହା କୌଣସି ସ୍ପ୍ରେ ପେଣ୍ଟ କ୍ୟାନ୍‌ ନୁହେଁ ବରଂ କ୍ଲଚ୍‌ ବ୍ୟାଗ୍‌। ଏହାର ମୂଲ୍ୟ ୭୯୫ ଡଲାରଠାରୁ ବି କମ୍‌।

କ୍ରିସ୍‌ମାସ୍‌ ଟ୍ରି ପରି ବ୍ୟାଗ୍‌- କ୍ରିସ୍‌ମାସ୍‌ ଟ୍ରି ପରି ଦେଖିବାକୁ ଏହି ବ୍ୟାଗ୍‌। ଆନ୍ୟା ହିନ୍ଦମାର୍ଚ୍ଚ ଲିଟିଲ୍‌ ଟ୍ରି ଚାର୍ମ ନାମକ ଏହି ବ୍ୟାଗ୍‌ର ମୂଲ୍ୟ ହେଉଛି ୩୫୦ ଡଲାର।

ରୋବୋ କ୍ଲଚ୍‌ ବ୍ୟାଗ୍‌- ଭାରି କ୍ୟୁଟ୍‌ ଲାଗେ ଏହି ବ୍ୟାଗ୍‌। ଅବିକଳ ରୋବୋ ଭଳି। ଛୋଟିଆ କଳା ରଙ୍ଗର ଏହି କ୍ଲଚ୍‌ ବ୍ୟାଗ୍‌ରେ ନୀଳରଙ୍ଗର ଦୁଇଟି ଆଖି ସହ ରୋବୋ ଭଳି ହାତ ଗୋଡ଼ ବି ଅଛି। ଏମ୍‌ସିଏମ୍‌ ରୋବୋ କ୍ଲଚ୍‌ ନାମକ ଏହି ବ୍ୟାଗ୍‌ର ମୂଲ୍ୟ ୧୨୯୫ ଡଲାର।

ପଞ୍ଝା ପରି ବ୍ୟାଗ୍‌- ରୋବୋ ବ୍ୟାଗ୍‌ ପରେ କେଞ୍ଜୋ ମେଟାଲ ପ’ ବ୍ୟାଗ୍‌ ବହୁତ ମଜାଦାର। ଏହା ଦେଖିବାକୁ କୁକୁରର ପଞ୍ଝା ପରି। ରୋଜ୍‌ ଗୋଲ୍ଡ କଲର୍‌ର ଏହି ବ୍ୟାଗ୍‌ ବେଶ୍‌ ଆକର୍ଷକ। ଏହାର ମୂଲ୍ୟ ୬୦୫ ଡଲାର।

ଦିଆସିଲି ଖୋଳ କ୍ଲଚ୍‌- ପ୍ରଥମ ନଜରରେ ଏହା ଏକ ବଡ଼ ଆକାରର ଦିଆସିଲି ଖୋଳ ବା ମ୍ୟାଚ୍‌ ବକ୍ସ ପରି ଲାଗିବ। କିନ୍ତୁ ଏହା ଏକ କ୍ଲଚ୍‌ ବ୍ୟାଗ୍‌। ଦିଆସିଲି ଖୋଳ ଅଧା ଖୋଲି କାଠି ଦେଖାଗଲା ଭଳି ଚିତ୍ର ଏଥିରେ ହୋଇଛି। ୟାଜବୁକି ସମ୍‌ ଲାଇକ୍‌ ଇଟ୍‌ ହଟ୍‌ କ୍ଲଚ୍‌ ନାମକ ଏହି ବ୍ୟାଗ୍‌ର ମୂଲ୍ୟ ୭୨୫ ଡଲାର।

ବଜୁକା ବବଲ୍‌ ଗମ୍‌ କଭର୍‌ କ୍ଲଚ୍‌-ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ନ୍ୟୁୟର୍କର ଟପ୍ସ କମ୍ପାନୀର ଏହି ବବଲ୍‌ ଗମ୍‌ ବଜାରରେ ଉପଲବ୍ଧ ହେଉଥିଲା। ସେହି ବବଲ୍‌ ଗମ୍‌ର କଭର୍‌ ଦେଖିବାକୁ ଯେମିତି ଥିଲା ଠିକ୍‌ ସେହିଭଳି ଏକ କ୍ଲଚ୍‌ ତିଆରି ହୋଇଛି। ଏହାର ମୂଲ୍ୟ ୧୫୯୫ ଡଲାର।

ମଶରୁମ୍‌ କ୍ଲଚ୍‌- ଏହି କ୍ଲଚ୍‌ ଛତୁ ଭଳି ଦେଖିବାକୁ। ଲାଲ୍‌ରଙ୍ଗର ଅର୍ଦ୍ଧଗୋଲାକାର ଉପରେ ଧଳାରଙ୍ଗର ଟୋପା ଟୋପା ଥାଏ। ତଳଭାଗଟି ଈଷତ୍‌ ଧଳା ଓ ଛୋଟିଆ ନାଡ଼ ବି ଅଛି। ଏହାର ମୂଲ୍ୟ ୩୪୮ ଡଲାର।

ଅଣ୍ଡରଓ୍ବେର ବ୍ୟାଗ୍‌- ଏହି ବ୍ୟାଗ୍‌କୁ ଧରି ବାହାରକୁ ଯିବା ଲାଗି କେହି କେହି ସଙ୍କୋଚ କରିପାରନ୍ତି। କାରଣ ଏହା ଦେଖିବାକୁ ଅଣ୍ଡରଓ୍ବେର୍‌ ପରି। ମୋଶ୍ଚିନୋ କମ୍ପାନୀର ଏହି ବ୍ୟାଗ୍‌ର ମୂଲ୍ୟ ୭୯୫ ଡଲାର।

ରେଡ୍‌ ଲିପ୍‌ କ୍ଲଚ୍‌- ଲାଲ୍‌ରଙ୍ଗର ଓଠ ଭଳି ଏହି କ୍ଲଚ୍‌ ନାଇଟ୍‌ ପାର୍ଟି ପାଇଁ ଭଲ ଲାଗେ। ଚାହିଁଲେ ବ୍ଲାକ୍‌ ଡ୍ରେସ୍‌ ସାଙ୍ଗରେ ଏହାକୁ କ୍ୟାରି କରିପାରିବେ।

ହାପି କ୍ଲଚ୍‌- ସ୍ମାଇଲି ଥିବା ଏହି କ୍ଲଚ୍‌ ହଳଦିଆ ରଙ୍ଗର। ଆଶଲିନ୍‌ସ ହାପି କ୍ଲଚ୍‌ ନାମକ ଏହି ବ୍ୟାଗ୍‌ ବହୁତ ସିମ୍ପଲ୍‌ କିନ୍ତୁ କ୍ୟୁଟ୍‌ ଲାଗେ। ଏହାର ମୂଲ୍ୟ ୫୭୫ ଡଲାର।

ଓ୍ବାଟର ମେଲନ କ୍ଲଚ୍‌: କଟା ତରଭୁଜ ପରି ଦେଖାଯାଉଥିବା ଏହି କ୍ଲଚ୍‌କୁ ଆପଣ ସମର ଫ୍ୟାଶନରେ ସାମିଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଖୁସି ନିଜ ହାତରେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରକୁ ଯେ କେବଳ କିଛି ନୂଆ ଜିନିଷ କିଣି ଆଣିଲେ କିମ୍ବା କିଛି ନୂଆ ଉପାୟ ଅବଲମ୍ବନ କଲେ ନୂଆବର୍ଷର ଖୁସି ବଢିଯିବ,...

ସଫା ରହିବ ଫ୍ରିଜ୍‌

ଫ୍ରିଜ୍‌କୁ ସଫା କରିବା ପୂର୍ବରୁ ପ୍ରଥମେ ଡିଫ୍ରଷ୍ଟ କରି ଦିଅନ୍ତୁ। ଏହାପରେ ସୁଇଚ୍‌ ବନ୍ଦ କରି ପ୍ଲଗ୍‌ ବାହାର କରିଦିଅନ୍ତୁ… ଫ୍ରିଜ୍‌ରେ ରହିଥିବା ସମସ୍ତ ସାମଗ୍ରୀକୁ...

ମୁଖ୍ୟ ଦ୍ୱାରରେ ଶୁଭ କଳସ ରଖୁଛନ୍ତି କି, ଜାଣି ରଖନ୍ତୁ ନିୟମ…

କୁହାଯାଏ, ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକି ଗଲେ କାର୍ଯ୍ୟସିଦ୍ଧି ହୋଇଥାଏ। ସେଥିପାଇଁ ଅନେକେ ଘରର ମୁଖ୍ୟଦ୍ୱାର ନିକଟରେ ଶୁଭ...

ଥକ୍କାପଣ ଦୂର କରିବାର ନୂଆ ଉପାୟ

କାର୍ଯ୍ୟଚାପରେ ଅନେକ ଥକି ପଡ଼ିଥାଆନ୍ତି। ଏଥିରୁ ନିଜକୁ ରକ୍ଷା କରିବାର ଏକ ସରଳ ତଥା ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିଜର ମାନସିକତାକୁ...

କରୋନା ସମୟରେ ସ୍ତନ୍ୟପାନ

ବର୍ତ୍ତମାନ କରୋନା ରୂପକ ଅଦୃଶ୍ୟ ଭୂତାଣୁ ସାରା ପୃଥିବୀକୁ ଆତଙ୍କିତ କରି ଦେଇଛି ା ତେଣୁ ଅନେକ ଗର୍ଭବତୀ ମହିଳାମାନେ ମଧ୍ୟ କରୋନାରେ ପୀଡିତ ହେଉଛନ୍ତି।...

କେଶ ଝଡୁଛି କି…ଆପଣାନ୍ତୁ ଏଭଳି କିଛି ଘରୋଇ ଉପଚାର

ପରିବର୍ତ୍ତିତ ଜୀବନଶଳୀ, ପ୍ରଦୂଷଣ, ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ କେଶ ଉପରେ ପଡ଼ିଥାଏ। ଏ ନେଇ କେଶ ଧଳାହେବା ସହ ଛିଡ଼ିବା ଭଳି ସମସ୍ୟା ଦେଖାଯାଇଥାଏ। ଏହି...

ଫ୍ୟୁଜନ୍‌ ଫ୍ୟାଶନ

ବିଭିନ୍ନ ଓ୍ବେଷ୍ଟର୍ନ ସହିତ ଇଣ୍ଡିଆନ୍‌ ପୋଷାକର ଫ୍ୟୁଜନ୍‌ ବର୍ତ୍ତମାନ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଆଉ ଏହି ଫ୍ୟାଶନକୁ ନେଇ ଏକ୍ସପେରିମେଣ୍ଟ କରିବାରେ ସବୁଠୁ ଆଗରେ ଅଛନ୍ତି ...

ଦକ୍ଷିଣ ଦିଗକୁ କାହିଁକି କୁହାଯାଏ ଅଶୁଭ, ଜାଣନ୍ତୁ

ଚାରୋଟି ଦିଗ ମଧ୍ୟରୁ ଦକ୍ଷିଣ ଦିଗ ଅନ୍ୟତମ। ଏହା ଦେବତା ଏବଂ ପିତୃପୁରୁଷଙ୍କ ଦିଗ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ରରେ ଦକ୍ଷିଣ ଦିଗ ମଙ୍ଗଳ...

Advertisement
Archives

Model This Week