ଷ୍ଟକ ବଜାରରୁ ବିଦେଶୀ ନିବେଶକଙ୍କ ମୋହଭଙ୍ଗ

ନୂଆଦିଲ୍ଲୀ,୧୯-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଦେଶର ଆର୍ଥିକ ପ୍ରଗତିକୁ ଆହୁରି ଉଚ୍ଚକୁ ନେବେ ବୋଲି ବିଦେଶୀ ନିବେଶକଙ୍କ ଭରସା ଥିଲା। ଏହି କାରଣରୁ ସେମାନେ ଗତ ୬ ବର୍ଷ ଧରି ଭାରତୀୟ ଷ୍ଟକ୍‌ ବଜାରରେ ପ୍ରାୟ ୪୫୦୦କୋଟି ଡଲାର ନିବେଶ କରିଥିଲେ। ତେବେ ମୋଦି ସରକାରଙ୍କ ଆର୍ଥିକ ନୀତିକୁ ଦେଖିବା ପରେ ଏବଂ ଦେଶର ଅର୍ଥନୀତିର ଅବସ୍ଥା ବେହାଲ ହୋଇଥିବା ଦେଖି ଏବେ ସେମାନଙ୍କ ମୋହଭଙ୍ଗ ହେଲାଣି। ଫଳସ୍ବରୂପ ସେମାନେ ଏବେ ନିଜର ନିବେଶ ଫେରାଇ ନେବାକୁ ଆରମ୍ଭ କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଜୁନ୍‌ ସୁଦ୍ଧା ସେମାନେ ପ୍ରାୟ ୪.୫ବିଲିୟନ ଡଲାର ଶେୟାର ବିକ୍ରି କରି ଘରକୁ ଅର୍ଥ ଫେରାଇ ନେଇଥିବା ଜଣାପଡିଛି। ୧୯୯୯ ପରେ ଏତେ ବିଶାଳ ପରିମାଣ ଅର୍ଥ ବିଦେଶକୁ ପଳାଉଥିବା ବିଶେଷ ପ୍ରଣିଧାନଯୋଗ୍ୟ।
ବିଦେଶରେ ୫୨୦୦ କୋଟି ଡଲାର ପୁଞ୍ଜିନିବେଶ ପରିଚାଳନା କରୁଥିବା ଲଣ୍ଡନସ୍ଥିତ ଲୋମ୍ବାର୍ଡ ଓଡିୟର୍‌ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜରର୍ସର ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ସଲମାନ ଅହମ୍ମଦଙ୍କ କହିବାନୁଯାୟୀ ୨୦୧୪ ପୂବର୍ର୍ରୁ ମୋଦିଙ୍କୁ ନେଇ ନିବେଶକଙ୍କ ମଧ୍ୟରେ ଥିବା ଉତ୍ସାହରେ ଭଟ୍ଟା ପଡିଛି। ଭାରତର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବ ଏହା ବିଦେଶୀ ନିବେଶକ ଭାବି ପାରୁ ନ ଥିଲେ। ଦେଶର ଅର୍ଥନୀତି ୫ ତ୍ରୈମାସ ହେଲା କମିବାରେ ଲାଗିଛି। ୨୦୧୩ ପରେ ଏହା ସବୁଠାରୁ ନିମ୍ନ ସ୍ତର ରହିଛି। ଭାରତର ପ୍ରଥମ ତ୍ରୈମାସରେ ଜିିଡିପି ଅଭିବୃଦ୍ଧି ହାର ୫%ର ଶିରୋନାମା ହାସଲ କରିବାରୁ ସ୍ପଷ୍ଟ ହେଉଛି ଯେ, ଭାରତର ଅର୍ଥନୀତିର ଅବସ୍ଥା କିଭଳି ରହିଛି। କାର୍‌ ବିକ୍ରି ରେକର୍ଡ ଦ୍ରୁତଗତିରେ ହ୍ରାସ ପାଇଚାଲିଛି। ଏଥିରୁ ଏହି କ୍ଷେତ୍ରର ଯନ୍ତ୍ରଣା କେତେ ତାହା ସହଜରେ ବୁଝି ହେବ। ବେକାରି ସମସ୍ୟା ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି ଏବଂ ଅନାଦାୟ ଋଣ ବୋଝରେ ଦେଶର ବ୍ୟାଙ୍କିଙ୍ଗ୍‌ ଶିଳ୍ପ ଆଣ୍ଠେଇଲାଣି। ଭାରତ ନିଜର ୮୩ ପ୍ରତିଶତ ଚାହିଦା ପୂରଣ ପାଇଁ ଅନ୍ତର୍ଜାତୀୟ ବଜାରରୁ ଅଶୋଧିତ ତେଲ ଆମଦାନୀ କରିଥାଏ। ସୋମବାର ତେଲ ଦରରେ ଅଚାନକ ୨୦% ବୃଦ୍ଧି ଦେଶର ଅର୍ଥନୀତି ପାଇଁ ବୋଝ ଉପରେ ନଳିତା ବିଡା ହେବାକୁ ଯାଉଛି। ତେବେ ମୋଦି ସରକାର ଅର୍ଥନୀତିକୁ ସଜାଡିବା ଲାଗି ପଦକ୍ଷେପ ନେଉଛନ୍ତି ସତ, ତେବେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଦେଇଛନ୍ତି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଭାରତ ଏବେ ଢ଼ାଞ୍ଚାଗତ ମାନ୍ଦାବସ୍ଥା ଆଡକୁ ଗତି କରୁଥିବାରୁ ଏହା ସବୁଠୁ ଚିନ୍ତାର ବିଷୟ ହୋଇଛି। ଏହାଦ୍ୱାରା ୨ ଲକ୍ଷ କୋଟି ଡଲାରର ଭାରତୀୟ ଷ୍ଟକ୍‌ ମାର୍କେଟ ଉପରେ ଖଣ୍ଡା ହୋଇ ଝୁଲୁଛି। ଏହାଛଡ଼ା ଆମାଜନ ନେଟ୍‌ଫ୍ଲିକ୍ସ ଭଳି ବିଦେଶୀ କମ୍ପାନୀଙ୍କ ଉପରେ କଟକଣା ଜାରି କରାଯାଉଥିବାରୁ ଭାଜପା ନେତୃତ୍ୱାଧୀନ ମୋଦି ସରକାରଙ୍କ ପାଇଁ ନୂଆ ନିଯୁକ୍ତି ସୃଷ୍ଟି କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ। ନିକଟରେ ବ୍ଲୁମବର୍ଗକୁଇଣ୍ଟ ସହ ସାକ୍ଷାତକାର ବେଳେ ଭାଜପା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ ସରକାର ଅର୍ଥନୀତିକୁ ସଜାଡିବାକୁ ପଦକ୍ଷେପ ନେବାରେ ବିଳମ୍ବ କରିବାର ବିପଦ ସମ୍ପର୍କରେ ଉଲ୍ଲେଖ କରିସାରିଛନ୍ତି। ଆଗାମୀ ୫ରୁ ୬ ମାସ ମଧ୍ୟରେ ଅର୍ଥନୀତିକୁ ନ ସଜାଡିଲେ ଲୋକେ ତାଙ୍କୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଦେବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆଇନ ତଥା ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ନିକଟରେ କହିଥିଲେ ଯେ, ଭାରତ ଏକ ଆକର୍ଷଣୀୟ ନିବେଶ ଲକ୍ଷ୍ୟସ୍ଥଳ ହୋଇଥିବାବେଳେ ସ୍ଥାନୀୟ ପ୍ରତିଭାର ଏକ ବିଶାଳ ବଜାର ହୋଇଛି। ଏହାଛଡ଼ା ଦେଶରେ ରାଜନୈତିକ ସ୍ଥିରତା ରହିଥିବା ବେଳେ କେନ୍ଦ୍ରରେ ଦୁର୍ନୀତିମୁକ୍ତ ସରକାର କାର୍ଯ୍ୟ କରୁଛନ୍ତି। ଏଥିସହ ସରକାର ଆବଶ୍ୟକ ସ୍ଥଳରେ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି। ତେବେ ବିଶେଷଜ୍ଞଙ୍କ ମତରେ ଅର୍ଥନୀତିରେ ଦେଖାଦେଇଥିବା ସମସ୍ୟା ମୋଦି ଆସିବା ପୂର୍ବରୁ ସୃଷ୍ଟି ହୋଇଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ଏହାକୁ ଭୁଲ ଭାବେ ପରିଚାଳନା କରିବା ସମସ୍ତଙ୍କୁ ନିରାଶ କରିଛି। ୨୦୧୬ରେ ୮୬% ଟଙ୍କାକୁ ଅଚଳ କରିଦେବା ଅର୍ଥନୀତି ପାଇଁ ଅଭିଶାପ ହୋଇଛି। ସେହିପରି ୨୦୧୭ରେ ତରବରିଆ ଭାବେ ଜିଏସ୍‌ଟି ଲାଗୁ କରିବା ଦ୍ୱାରା ବ୍ୟବସାୟ କରିବା କଷ୍ଟସାଧ୍ୟ ହୋଇଛି। ସେହିପରି ସାମାଜିକ ଓ ରାଜନୈତିକ ବିରୋଧ ଯୋଗୁ ମୋଦି ତାଙ୍କ କାର୍ଯ୍ୟକାଳ ପ୍ରାରମ୍ଭରେ ହାତକୁ ନେଇଥିବା ଜମି ଓ ଶ୍ରମ ଆଇନ ସଂସ୍କାରକୁ ପ୍ରତ୍ୟାହାର କରି ନେଲେ। ମୋଦି କେବଳ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ସୁଦ୍ଧା ବିଦେଶୀ ନିବେଶକମାନେ ମୋଦିନୋମିକ୍ସ(ମୋଦିଙ୍କ ଅର୍ଥନୀତି)ର ଯୁଗାନ୍ତକାରୀ ପଦକ୍ଷେପକୁ ଅଦ୍ୟାବଧି ଅପେକ୍ଷା କରିଛନ୍ତି। ଏହା ଅଦ୍ୟାବଧି ବାସ୍ତବ ରୂପ ନେଇପାରିଲା ନାହିଁ। ସବୁଠୁ ବଡ଼ କଥା ହେଲା ଅର୍ଥନୀତି ଏବେ ମାନ୍ଦାବସ୍ଥା ଘେରରେ ରହିଥିବାରୁ ବଡ଼ଧରଣର ସଂସ୍କାର କାର୍ଯ୍ୟକ୍ରମକୁ ଏବେ ଶୀତଳ ଭଣ୍ଡାରରେ ରଖି ଦିଆଯିବ। ମୋଦି ସରକାର ତାଙ୍କର ସମସ୍ତ ଶକ୍ତି ଜମ୍ମୁ-କଶ୍ମୀର ପାଇଁ ଖର୍ଚ୍ଚ କରୁଛନ୍ତି। ଫଳରେ ଦେଶର ଅର୍ଥନୀତି ଏବେ ସରକାରଙ୍କ ପାଇଁ ଗୁରୁତ୍ୱ ହରାଇଛି ବୋଲି କାର୍ଟିକା ମ୍ୟାନେଜମେଣ୍ଟର ଏମ୍‌ଡି କାଟାଲିନ ଜିନଗୋଲ୍ଡ କହିଛନ୍ତି। ମୋଦି ସରକାରଙ୍କୁ ନିବେଶକ ସହାୟକ ପଦକ୍ଷେପ ନେବାକୁ ହେବ। ଅଧିକରୁ ଅଧିକ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ କରିବା, ଶ୍ରମ ଆଇନକୁ ଆହୁରି ସରଳ କରିବା, ଜମି କ୍ରୟରେ ଥିବା କଟକଣାକୁ ଢ଼ିଲା କରିବା, ଏକ ଅନାଦାୟ ଋଣ ବ୍ୟାଙ୍କ ପ୍ରତିଷ୍ଠା କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମସ୍ତ ଅନାଦାୟ ଋଣକୁ ଏକାଠି କରାଯାଉ ବୋଲି ବିଦେଶୀ ନିବେଶକ ଚାହୁଁଛନ୍ତି। ଏହାଛଡ଼ା କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଟିକସ ରିଫଣ୍ଡ ପ୍ରଦାନକୁ ତ୍ୱରାନ୍ବିତ କରିବାକୁ ହେବ ବୋଲି ସେ କହିଛନ୍ତି। ମୋଦି ସରକାର ଅର୍ଥନୀତି ସଜାଡିବାକୁ ବିଶେଷ କିଛି କରିପାରିବେ ନାହିଁ ବୋଲି ଉଲ୍ଲେଖ କରି ପ୍ରଖ୍ୟାତ ନିବେଶଗୁରୁ ତଥା ‘ଗ୍ରିଡ୍‌ ଆଣ୍ଡ ଫିୟର’ ପୁସ୍ତକର ଲେଖକ କ୍ରିଷ୍ଟୋଫର ଉଡ଼ ଭାରତ ବଦଳରେ ଇଣ୍ଡୋନେସିଆରେ ନିବେଶ ଲାଗି ପରାମର୍ଶ ଦେଇଛନ୍ତି। କେବଳ ବିଦେଶୀ ନିବେଶକ ନୁହଁନ୍ତି ଦେଶର କର୍ପୋରେଟ ଜଗତ ମଧ୍ୟ ମାନ୍ଦାବସ୍ଥା ନେଇ ଚିନ୍ତିତ। ଦେଶର ସର୍ବବୃହତ କଞ୍ଜ୍ୟୁମର ଗୁଡ଼୍ସ ନିର୍ମାତ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ ଅଧ୍ୟକ୍ଷ ସଞ୍ଜୀବ ମେହଟା କହିଛନ୍ତି ଯେ, କମ୍ପାନୀର ସାବୁନ, ଶାମ୍ପୁ ବିକ୍ରି କମିଗଲାଣି। ଏହା ମାନ୍ଦାବସ୍ଥାର ସଙ୍କେତ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri