ଷ୍ଟକ ବଜାରରୁ ବିଦେଶୀ ନିବେଶକଙ୍କ ମୋହଭଙ୍ଗ

ନୂଆଦିଲ୍ଲୀ,୧୯-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଦେଶର ଆର୍ଥିକ ପ୍ରଗତିକୁ ଆହୁରି ଉଚ୍ଚକୁ ନେବେ ବୋଲି ବିଦେଶୀ ନିବେଶକଙ୍କ ଭରସା ଥିଲା। ଏହି କାରଣରୁ ସେମାନେ ଗତ ୬ ବର୍ଷ ଧରି ଭାରତୀୟ ଷ୍ଟକ୍‌ ବଜାରରେ ପ୍ରାୟ ୪୫୦୦କୋଟି ଡଲାର ନିବେଶ କରିଥିଲେ। ତେବେ ମୋଦି ସରକାରଙ୍କ ଆର୍ଥିକ ନୀତିକୁ ଦେଖିବା ପରେ ଏବଂ ଦେଶର ଅର୍ଥନୀତିର ଅବସ୍ଥା ବେହାଲ ହୋଇଥିବା ଦେଖି ଏବେ ସେମାନଙ୍କ ମୋହଭଙ୍ଗ ହେଲାଣି। ଫଳସ୍ବରୂପ ସେମାନେ ଏବେ ନିଜର ନିବେଶ ଫେରାଇ ନେବାକୁ ଆରମ୍ଭ କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଜୁନ୍‌ ସୁଦ୍ଧା ସେମାନେ ପ୍ରାୟ ୪.୫ବିଲିୟନ ଡଲାର ଶେୟାର ବିକ୍ରି କରି ଘରକୁ ଅର୍ଥ ଫେରାଇ ନେଇଥିବା ଜଣାପଡିଛି। ୧୯୯୯ ପରେ ଏତେ ବିଶାଳ ପରିମାଣ ଅର୍ଥ ବିଦେଶକୁ ପଳାଉଥିବା ବିଶେଷ ପ୍ରଣିଧାନଯୋଗ୍ୟ।
ବିଦେଶରେ ୫୨୦୦ କୋଟି ଡଲାର ପୁଞ୍ଜିନିବେଶ ପରିଚାଳନା କରୁଥିବା ଲଣ୍ଡନସ୍ଥିତ ଲୋମ୍ବାର୍ଡ ଓଡିୟର୍‌ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜରର୍ସର ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ସଲମାନ ଅହମ୍ମଦଙ୍କ କହିବାନୁଯାୟୀ ୨୦୧୪ ପୂବର୍ର୍ରୁ ମୋଦିଙ୍କୁ ନେଇ ନିବେଶକଙ୍କ ମଧ୍ୟରେ ଥିବା ଉତ୍ସାହରେ ଭଟ୍ଟା ପଡିଛି। ଭାରତର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବ ଏହା ବିଦେଶୀ ନିବେଶକ ଭାବି ପାରୁ ନ ଥିଲେ। ଦେଶର ଅର୍ଥନୀତି ୫ ତ୍ରୈମାସ ହେଲା କମିବାରେ ଲାଗିଛି। ୨୦୧୩ ପରେ ଏହା ସବୁଠାରୁ ନିମ୍ନ ସ୍ତର ରହିଛି। ଭାରତର ପ୍ରଥମ ତ୍ରୈମାସରେ ଜିିଡିପି ଅଭିବୃଦ୍ଧି ହାର ୫%ର ଶିରୋନାମା ହାସଲ କରିବାରୁ ସ୍ପଷ୍ଟ ହେଉଛି ଯେ, ଭାରତର ଅର୍ଥନୀତିର ଅବସ୍ଥା କିଭଳି ରହିଛି। କାର୍‌ ବିକ୍ରି ରେକର୍ଡ ଦ୍ରୁତଗତିରେ ହ୍ରାସ ପାଇଚାଲିଛି। ଏଥିରୁ ଏହି କ୍ଷେତ୍ରର ଯନ୍ତ୍ରଣା କେତେ ତାହା ସହଜରେ ବୁଝି ହେବ। ବେକାରି ସମସ୍ୟା ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି ଏବଂ ଅନାଦାୟ ଋଣ ବୋଝରେ ଦେଶର ବ୍ୟାଙ୍କିଙ୍ଗ୍‌ ଶିଳ୍ପ ଆଣ୍ଠେଇଲାଣି। ଭାରତ ନିଜର ୮୩ ପ୍ରତିଶତ ଚାହିଦା ପୂରଣ ପାଇଁ ଅନ୍ତର୍ଜାତୀୟ ବଜାରରୁ ଅଶୋଧିତ ତେଲ ଆମଦାନୀ କରିଥାଏ। ସୋମବାର ତେଲ ଦରରେ ଅଚାନକ ୨୦% ବୃଦ୍ଧି ଦେଶର ଅର୍ଥନୀତି ପାଇଁ ବୋଝ ଉପରେ ନଳିତା ବିଡା ହେବାକୁ ଯାଉଛି। ତେବେ ମୋଦି ସରକାର ଅର୍ଥନୀତିକୁ ସଜାଡିବା ଲାଗି ପଦକ୍ଷେପ ନେଉଛନ୍ତି ସତ, ତେବେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଦେଇଛନ୍ତି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଭାରତ ଏବେ ଢ଼ାଞ୍ଚାଗତ ମାନ୍ଦାବସ୍ଥା ଆଡକୁ ଗତି କରୁଥିବାରୁ ଏହା ସବୁଠୁ ଚିନ୍ତାର ବିଷୟ ହୋଇଛି। ଏହାଦ୍ୱାରା ୨ ଲକ୍ଷ କୋଟି ଡଲାରର ଭାରତୀୟ ଷ୍ଟକ୍‌ ମାର୍କେଟ ଉପରେ ଖଣ୍ଡା ହୋଇ ଝୁଲୁଛି। ଏହାଛଡ଼ା ଆମାଜନ ନେଟ୍‌ଫ୍ଲିକ୍ସ ଭଳି ବିଦେଶୀ କମ୍ପାନୀଙ୍କ ଉପରେ କଟକଣା ଜାରି କରାଯାଉଥିବାରୁ ଭାଜପା ନେତୃତ୍ୱାଧୀନ ମୋଦି ସରକାରଙ୍କ ପାଇଁ ନୂଆ ନିଯୁକ୍ତି ସୃଷ୍ଟି କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ। ନିକଟରେ ବ୍ଲୁମବର୍ଗକୁଇଣ୍ଟ ସହ ସାକ୍ଷାତକାର ବେଳେ ଭାଜପା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ ସରକାର ଅର୍ଥନୀତିକୁ ସଜାଡିବାକୁ ପଦକ୍ଷେପ ନେବାରେ ବିଳମ୍ବ କରିବାର ବିପଦ ସମ୍ପର୍କରେ ଉଲ୍ଲେଖ କରିସାରିଛନ୍ତି। ଆଗାମୀ ୫ରୁ ୬ ମାସ ମଧ୍ୟରେ ଅର୍ଥନୀତିକୁ ନ ସଜାଡିଲେ ଲୋକେ ତାଙ୍କୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଦେବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆଇନ ତଥା ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ନିକଟରେ କହିଥିଲେ ଯେ, ଭାରତ ଏକ ଆକର୍ଷଣୀୟ ନିବେଶ ଲକ୍ଷ୍ୟସ୍ଥଳ ହୋଇଥିବାବେଳେ ସ୍ଥାନୀୟ ପ୍ରତିଭାର ଏକ ବିଶାଳ ବଜାର ହୋଇଛି। ଏହାଛଡ଼ା ଦେଶରେ ରାଜନୈତିକ ସ୍ଥିରତା ରହିଥିବା ବେଳେ କେନ୍ଦ୍ରରେ ଦୁର୍ନୀତିମୁକ୍ତ ସରକାର କାର୍ଯ୍ୟ କରୁଛନ୍ତି। ଏଥିସହ ସରକାର ଆବଶ୍ୟକ ସ୍ଥଳରେ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି। ତେବେ ବିଶେଷଜ୍ଞଙ୍କ ମତରେ ଅର୍ଥନୀତିରେ ଦେଖାଦେଇଥିବା ସମସ୍ୟା ମୋଦି ଆସିବା ପୂର୍ବରୁ ସୃଷ୍ଟି ହୋଇଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ଏହାକୁ ଭୁଲ ଭାବେ ପରିଚାଳନା କରିବା ସମସ୍ତଙ୍କୁ ନିରାଶ କରିଛି। ୨୦୧୬ରେ ୮୬% ଟଙ୍କାକୁ ଅଚଳ କରିଦେବା ଅର୍ଥନୀତି ପାଇଁ ଅଭିଶାପ ହୋଇଛି। ସେହିପରି ୨୦୧୭ରେ ତରବରିଆ ଭାବେ ଜିଏସ୍‌ଟି ଲାଗୁ କରିବା ଦ୍ୱାରା ବ୍ୟବସାୟ କରିବା କଷ୍ଟସାଧ୍ୟ ହୋଇଛି। ସେହିପରି ସାମାଜିକ ଓ ରାଜନୈତିକ ବିରୋଧ ଯୋଗୁ ମୋଦି ତାଙ୍କ କାର୍ଯ୍ୟକାଳ ପ୍ରାରମ୍ଭରେ ହାତକୁ ନେଇଥିବା ଜମି ଓ ଶ୍ରମ ଆଇନ ସଂସ୍କାରକୁ ପ୍ରତ୍ୟାହାର କରି ନେଲେ। ମୋଦି କେବଳ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ସୁଦ୍ଧା ବିଦେଶୀ ନିବେଶକମାନେ ମୋଦିନୋମିକ୍ସ(ମୋଦିଙ୍କ ଅର୍ଥନୀତି)ର ଯୁଗାନ୍ତକାରୀ ପଦକ୍ଷେପକୁ ଅଦ୍ୟାବଧି ଅପେକ୍ଷା କରିଛନ୍ତି। ଏହା ଅଦ୍ୟାବଧି ବାସ୍ତବ ରୂପ ନେଇପାରିଲା ନାହିଁ। ସବୁଠୁ ବଡ଼ କଥା ହେଲା ଅର୍ଥନୀତି ଏବେ ମାନ୍ଦାବସ୍ଥା ଘେରରେ ରହିଥିବାରୁ ବଡ଼ଧରଣର ସଂସ୍କାର କାର୍ଯ୍ୟକ୍ରମକୁ ଏବେ ଶୀତଳ ଭଣ୍ଡାରରେ ରଖି ଦିଆଯିବ। ମୋଦି ସରକାର ତାଙ୍କର ସମସ୍ତ ଶକ୍ତି ଜମ୍ମୁ-କଶ୍ମୀର ପାଇଁ ଖର୍ଚ୍ଚ କରୁଛନ୍ତି। ଫଳରେ ଦେଶର ଅର୍ଥନୀତି ଏବେ ସରକାରଙ୍କ ପାଇଁ ଗୁରୁତ୍ୱ ହରାଇଛି ବୋଲି କାର୍ଟିକା ମ୍ୟାନେଜମେଣ୍ଟର ଏମ୍‌ଡି କାଟାଲିନ ଜିନଗୋଲ୍ଡ କହିଛନ୍ତି। ମୋଦି ସରକାରଙ୍କୁ ନିବେଶକ ସହାୟକ ପଦକ୍ଷେପ ନେବାକୁ ହେବ। ଅଧିକରୁ ଅଧିକ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ କରିବା, ଶ୍ରମ ଆଇନକୁ ଆହୁରି ସରଳ କରିବା, ଜମି କ୍ରୟରେ ଥିବା କଟକଣାକୁ ଢ଼ିଲା କରିବା, ଏକ ଅନାଦାୟ ଋଣ ବ୍ୟାଙ୍କ ପ୍ରତିଷ୍ଠା କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମସ୍ତ ଅନାଦାୟ ଋଣକୁ ଏକାଠି କରାଯାଉ ବୋଲି ବିଦେଶୀ ନିବେଶକ ଚାହୁଁଛନ୍ତି। ଏହାଛଡ଼ା କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଟିକସ ରିଫଣ୍ଡ ପ୍ରଦାନକୁ ତ୍ୱରାନ୍ବିତ କରିବାକୁ ହେବ ବୋଲି ସେ କହିଛନ୍ତି। ମୋଦି ସରକାର ଅର୍ଥନୀତି ସଜାଡିବାକୁ ବିଶେଷ କିଛି କରିପାରିବେ ନାହିଁ ବୋଲି ଉଲ୍ଲେଖ କରି ପ୍ରଖ୍ୟାତ ନିବେଶଗୁରୁ ତଥା ‘ଗ୍ରିଡ୍‌ ଆଣ୍ଡ ଫିୟର’ ପୁସ୍ତକର ଲେଖକ କ୍ରିଷ୍ଟୋଫର ଉଡ଼ ଭାରତ ବଦଳରେ ଇଣ୍ଡୋନେସିଆରେ ନିବେଶ ଲାଗି ପରାମର୍ଶ ଦେଇଛନ୍ତି। କେବଳ ବିଦେଶୀ ନିବେଶକ ନୁହଁନ୍ତି ଦେଶର କର୍ପୋରେଟ ଜଗତ ମଧ୍ୟ ମାନ୍ଦାବସ୍ଥା ନେଇ ଚିନ୍ତିତ। ଦେଶର ସର୍ବବୃହତ କଞ୍ଜ୍ୟୁମର ଗୁଡ଼୍ସ ନିର୍ମାତ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ ଅଧ୍ୟକ୍ଷ ସଞ୍ଜୀବ ମେହଟା କହିଛନ୍ତି ଯେ, କମ୍ପାନୀର ସାବୁନ, ଶାମ୍ପୁ ବିକ୍ରି କମିଗଲାଣି। ଏହା ମାନ୍ଦାବସ୍ଥାର ସଙ୍କେତ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri