ଷୋଡ଼ଶ ବିଧାନସଭା: ବିଧାୟକ ଭାବେ ଶପଥ ନେଲେ ନବୀନ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଗୁରୁବାର ଆରମ୍ଭ ହୋଇଛି। ଏଥିରେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରୁଛନ୍ତି। କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ବିଧାୟକମାନଙ୍କୁ ଶପଥ ପାଠ କରାଉଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିଛନ୍ତି। ଏହା ପରେ ଜଣଙ୍କ ପରେ ଜଣେ ବିଧାୟକ ଶପଥ ନେବେ। ସକାଳ ୧୦ଟାରୁ ୫ଟା ଯାଏ ବିଧାନସଭା ଗୃହରେ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପ୍ରକାଶଯୋଗ୍ୟ, ଆସନ୍ତା ଜୁନ ୧ରେ ବାଚସ୍ପତି ନିର୍ବାଚନ ହେବ। ଶାସକ ବିଜେଡି ପକ୍ଷରୁ ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯିବା ନେଇ ସ୍ଥିର କରାଯାଇଛି। ମାତ୍ର ଏହା ପୂର୍ବରୁ ଅମରଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି। ସେ ବିଧିବଦ୍ଧ ଭାବେ ନୂଆ ବାଚସ୍ପତି ଆସିବା ଯାଏ କାମ ଚଳାଇବେ। ଗତ ବିଧାନସଭାରେ ସେ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର, କଟକ ପାଇଁ ଚିନ୍ତା ବଢ଼ିଲା: ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଭୁବନେଶ୍ୱର, ୨୯।୪(ବ୍ୟୁରୋ): ରାଜ୍ୟରେ ବଢ଼ିବାରେ ଲାଗିଛି କରେନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୩୮୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ ଖୋର୍ଦ୍ଧା...

ରାଜଧାନୀରେ ୬୭ଟି ୱାର୍ଡ ପାଇଁ ୭୦୫ଟି ମତଦାନ କେନ୍ଦ୍ର

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଆସନ୍ତା ୨୪ରେ ପୌର ନିର୍ବାଚନ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀରେ ୬୭ଟି...

୧୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ ଜିଲାରେ କାଳବୈଶାଖୀ ଆଶଙ୍କା କରାଯାଉଛି। ଏହିସବୁ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । ଏହି...

ବୋଲଗଡ଼ ରୋଡ୍‌ ହେବ ମାଣିକାଗୋଡ଼ା ରେଳ ଷ୍ଟେଶନ

ବୋଲଗଡ଼,୨ା୯(ଡି.ଏନ୍‌.ଏ.):ଖୋର୍ଦ୍ଧା ଜିଲାର ବୋଲଗଡ଼ ରୋଡ୍‌ ରେଳ ଷ୍ଟେଶନର ନାମ ପରିବର୍ତ୍ତନ କରାଯାଇ ମାଣିକାଗୋଡ଼ା ହେବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ମାଧ୍ୟମରେ ଭୁବନେଶ୍ୱର...

ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ

ପୁରୁଣା ଭୁବନେଶ୍ୱର,୧୦ା୮(ଡି.ଏନ୍‌.ଏ.): ଦୁଇ ପ୍ରମୁଖ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁ ମଙ୍ଗଳବାର ରାତି ୯ଟା ରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି। ତେବେ...

ବାଗ୍‌ଚୀଙ୍କୁ ଭେଟିଲେ ଆମେରିକା କନ୍‌ସୁଲେଟ

ଭୁବନେଶ୍ବର,୨୬ା୮(ବ୍ୟୁରୋ):ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ସିନ୍‌ ରୁଥ୍‌ ଗୁରୁବାର ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀଙ୍କୁ...

ଦେଶ ବିରୋଧୀ ଶକ୍ତିଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ରାହୁଲ: ଶରତ

ଭୁବନେଶ୍ବର, ୨୪ା୩(ବ୍ୟୁରୋ):ଭାରତ ବର୍ଷର ଗଣତନ୍ତ୍ର ଆଜି ବିପନ୍ନ। ନରେନ୍ଦ୍ର ମୋଦି ସରକାର ବ୍ୟକ୍ତିର ବାକ୍‌ ସ୍ବାଧୀନତା ଉପରେ ସମ୍ପୂର୍ଣ୍ଣରୂପେ ରୋକ୍‌ ଲଗାଇବା ପାଇଁ ୮ ବର୍ଷ...

ଟଙ୍କା ନ ଦେଇ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବାତ୍ୟା ଉପକୂଳ ଅଞ୍ଚଳକୁ ଛାରଖାର କରିଦେଉଛି।...

Advertisement
Archives

Model This Week