Posted inଖେଳ

ଶ୍ରେଷ୍ଠ-୫୦ ପ୍ରଭାବଶାଳୀ ଭାରତୀୟ ତାଲିକାରେ ଦୂତୀ: କୋହଲି ସପ୍ତମ, ଅମିତାଭ ନବମ, ଦୂତୀ ୪୭ତମ ସ୍ଥାନରେ

ନୂଆଦିଲ୍ଲୀ,୨୮।୭(ପି.ଟି.)- ଦେଶର ଦ୍ରୁତତମ ଧାବିକା ତଥା ଓଡ଼ିଆ ମହିଳା ଆଥଲେଟ୍‌ ଦୂତୀ ଚାନ୍ଦ ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଦେଶର ଶ୍ରେଷ୍ଠ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନେଇ ପ୍ରକାଶିତ ହୋଇଥିବା ତାଲିକାରେ ସ୍ଥାନ ପାଇଛନ୍ତି। ସେ ଏହି ତାଲିକାର ୪୭ତମ ସ୍ଥାନରେ ରହିଛନ୍ତି। ଦେଶର ଅଗ୍ରଣୀ ଇଂଲିଶ ପତ୍ରିକା ‘ଇଣ୍ଡିଆ ଟୁଡେ’ ତା’ର ଅଗଷ୍ଟ ସଂସ୍କରଣରେ ଏହି ତାଲିକା ପ୍ରକାଶିତ କରିଛି। ଚଳିତବର୍ଷ ଅନୁଷ୍ଠିତ ୨୦୧୮ ଏସିଆନ୍‌ ଗେମ୍ସ ଓ ୨୦୧୯ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଦମ୍‌ଦାର ପ୍ରଦର୍ଶନ କରି ଦୂତୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି ବୋଲି କୁହାଯାଇଛି।
ଭାରତର ପ୍ରଥମ ସମଲିଙ୍ଗୀ କ୍ରୀଡ଼ାବିତ୍‌ ଭାବେ ଦୂତୀଙ୍କୁ ଏହି ପତ୍ରିକା ସମ୍ବୋଧନ କରିଛି। ୨୦୧୮ ଏସିଆନ ଗେମ୍ସରେ ଦୂତୀ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ସେ ଚଳିତ ବର୍ଷ ଅନୁଷ୍ଠିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥିସହିତ ଦ୍ୱିତୀୟ ଭାରତୀୟ ଭାବେ ଦୂତୀ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ବୋଲି ‘ଇଣ୍ଡିଆ ଟୁଡେ’ ଉଲ୍ଲେଖ କରିଛି। ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ମୁକେଶ ଏବେ ୫୦ ବିଲିୟନ ଆମେରିକୀୟ ଡଲାର ବା ୩.୪୫ ଲକ୍ଷ କୋଟି ଟଙ୍କାର ମାଲିକ ବୋଲି ଏହି ପତ୍ରିକା ଉଲ୍ଲେଖ କରିଛି। ଦେଶର ଅନ୍ୟତମ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଗୌତମ ଆଦାନୀ, ଉଦୟ କୋଟାକ, ଆନନ୍ଦ ମହିନ୍ଦ୍ରା ଓ ରତନ ଟାଟା ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଏହି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି। ମିଲେନିୟମ ଷ୍ଟାର ଅମିତାଭ ବଚ୍ଚନ ନବମ, ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ୧୭, ସୁପରଷ୍ଟାର ଅକ୍ଷୟ କୁମାର ୨୧, ନିତା ଅମ୍ବାନୀ ୨୩, ବାବା ରାମଦେବ ୨୫, ଅଭିନେତା ରଣବୀର ସିଂ ୨୭, ସଲମାନ ଖାଁ ୨୯, ତାମିଲ ସୁପରଷ୍ଟାର ରଜନୀକାନ୍ତ ୩୬, ଅଭିନେତ୍ରୀ ଦୀପିକା ପାଡୁକୋନ ୪୨, ଟେଲିଭିଜନ ସିରିଏଲ ପ୍ରଯୋଜିକା ଏକତା କାପୁର ୪୮ତମ ସ୍ଥାନରେ ରହିଛନ୍ତି।
ସେହିପରି ଭାରତର ସବୁଠାରୁ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ରାଜନେତା ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗଓ୍ବତ୍‌ ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓରେ ଅଲିମ୍ପିକ ଜ୍ୟୋତି ପ୍ରଦର୍ଶନ ହେବ

ଟୋକିଓ, ୧ା୯(ଏପି): ମଙ୍ଗଳବାରଠାରୁ ଜାପାନ ଅଲିମ୍ପିକ ମ୍ୟୁଜିୟମରେ ଅତି କମ୍‌ରେ ଦୁଇ ମାସ ପର୍ଯ୍ୟନ୍ତ ଅଲିମ୍ପିକ ଜ୍ୟୋତି ପ୍ରଦର୍ଶନ କରାଯିବ। କୋଭିଡ୍‌-୧୯ ମହାମାରୀ ଆସି ନ...

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପାଖରେ ରିକ୍ସା ଭଡ଼ା ଦେବାକୁ ନ ଥିଲା ଟଙ୍କା, ପୁଅର ଭାରି ବ୍ୟାଗ୍‌ ଧରି ୮ କି.ମି. ଚାଲି ଚାଲି ଯାଉଥିଲେ ମା’

ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିଯିବା ପରେ ଭାରତୀୟ କ୍ରିକେଟ ଦଳ ଟାର୍ଗେଟରେ ଆସିଯାଇଥିଲା। ମାତ୍ର ଦ୍ୱିତୀୟ ମ୍ୟାଚ୍‌ ଜିତିବା ପରେ ସବୁଆଡ଼େ...

ବିବାହ କରିବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଏବେ ଚାଲିଛି ବିବାହ ଋତୁ। ଜଣେ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ଦେଖାଯାଇଛି। ଏଥିରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର୍‌ ଆଦାମ...

ଆସେସ୍‌ : ବର୍ମିଂହାମରେ ପ୍ରଥମ ଟେଷ୍ଟ: ଆର୍ଚର ଖେଳିବେନି

ବର୍ମିଂହାମ,୧।୮ (ଏଏଫ୍‌ପି)-ଗରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ହାଇପ୍ରୋଫାଇଲ ଆସେସ୍‌। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୁଇ ପାରମ୍ପରିକ...

ଜାତୀୟ ରାଲି ଚାମ୍ପିୟନଶିପ:ଗୌରବଙ୍କ କାର୍‌ ଦୁର୍ଘଟଣାରେ ୩ ମୃତ

ବାରମେର(ରାଜସ୍ଥାନ),୨୧।୯(ପି.ଟି.)- ଏକ ଅଭାବନୀୟ ଘଟଣାକ୍ରମେରେ ଭାରତୀୟ ରାଲି ଡ୍ରାଇଭର ଗୌରବ ଗିଲ୍‌ଙ୍କ କାର୍‌ ଏକ ମୋଟରସାଇକେଲଙ୍କୁ ଧକ୍କା ଦେବା ଫଳରେ ୩ଜଣ ମୃତ୍ୟୁ ବରଣ କରିଛନ୍ତି।...

ନେମାରଙ୍କ ସଫଳ ପ୍ରତ୍ୟାବର୍ତ୍ତନ : ଇଞ୍ଜୁରି ଟାଇମ୍‌ରେ ପିଏସ୍‌ଜିକୁ ଜିତାଇଲେ

ପ୍ୟାରିସ୍‌,୧୫।୯(ଏଏଫ୍‌ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାର ଦୀର୍ଘ ଦିନ ପରେ ନିଜ କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ(ପିଏସ୍‌ଜି)କୁ ପ୍ରତ୍ୟାବର୍ତ୍ତନ କରି ଚମକ ଦେଖାଇଛନ୍ତି। ଶନିବାର ଫ୍ରେଞ୍ଚ୍‌...

ଇଂଲଣ୍ଡ ଗସ୍ତ କଲେ ଅସିଫ

କରାଚୀ,୨୫।୫(ଏଏଫ୍‌ପି) – ଦୁଃଖିତ ପାକିସ୍ତାନ କ୍ରିକେଟର ଅସିଫ ଅଲି ନିଜ ଝିଅର ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଶେଷ କରିବା ପରେ ଶନିବାର ବିଶ୍ୱକପ୍‌ ଦଳରେ ଯୋଗଦେବା ପାଇଁ...

୨୦୧୧ ବିଶ୍ୱକପ୍‌ ଜିତିବା ପରେ କୋହଲିଙ୍କୁ ଏକ ନିବେଦନ କରିଥିଲେ ସଚିନ: ଜାଣନ୍ତୁ କ’ଣ

ଟିମ ଇଣ୍ଡିଆର ୨୦୧୧ ବିଶ୍ୱକପ ବିଜୟ ପ୍ରଶଂସକଙ୍କ ମନରେ ଏବେ ବି ସତେଜ। ୨୮ବର୍ଷ ପରେ ଭାରତ ୨୦୧୧ରେ ଶ୍ରାଲଙ୍କାକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା।...

Advertisement
Archives

Model This Week