ଶ୍ରେଣୀ ଗୃହରେ ମୋବାଇଲ ଫୋନ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ୍‌,୧୩ା୬-ଖରା ଛୁଟି ପରେ ଆସନ୍ତା ୧୯ତାରିଖରେ ସ୍କୁଲ ଖୋଲିବ। ଏହା ପୂର୍ବରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡା। ଖରା ଛୁଟି ଚାଲିଥିବା ବେଳେ ବାତ୍ୟା ‘ଫନୀ’ ହୋଇଥିଲା। ଏହା ପ୍ରଭାବରେ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ତେଣୁ ସ୍କୁଲ ଖୋଲିବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ୧୭ତାରିଖରେ କେବଳ ଶିକ୍ଷକ ଏବଂ କର୍ମଚାରୀମାନେ ସ୍କୁଲକୁ ଯାଇ ଶ୍ରେଣୀ ଗୃହ, କମ୍ପ୍ୟୁଟର୍‌ ଗୃହ, ଆଇସିଟି ଲାବ୍‌, ବିଜ୍ଞାନ ଲାବ୍‌, ଶୌଚାଳୟ ଏବଂ ଅନ୍ୟାନ୍ୟ କୋଠାରିର ସ୍ଥିତି ପରଖିବେ। ଏଥିସହ ରୋଷେଇ ଗୃହର ସ୍ବଚ୍ଛତା, ରୋଷେଇ ଏବଂ ଖାଦ୍ୟ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସମସ୍ତ ସ୍କୁଲ ପରିସରରେ ଶତପ୍ରତିଶତ ଚାରାରୋପଣ କରାଯିବ। ବ୍ଲକ ଶିକ୍ଷା ଅଧିକାରୀମାନେ ଏହାର ତଦାରଖ କରିବେ। ଯଦି କୌଣସି ସ୍କୁଲରେ ଚାରାରୋପଣ ନ ହୁଏ, ତେବେ ସଂପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏଥିପାଇଁ ଦାୟୀ ରହିବେ। ପାନୀୟ ଜଳ, ବିଦ୍ୟୁତ୍‌, ପୃଥକ ଶୌଚାଳୟ ସୁବିଧା ପ୍ରତ୍ୟେକ ସ୍କୁଲରେ ରହିବ। ୧୯ତାରିଖ ସକାଳ ୯ଟାରୁ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀମାନେ ସ୍କୁଲରେ ପହଞ୍ଚିବେ। ସ୍କୁଲ ପରିସରରେ ରଙ୍ଗିନ୍‌ ଝୋଟି ଏବଂ ଫୁଲରେ ସଜାଇବେ। ଏହାଦ୍ୱାରା ଅଧିକରୁ ଅଧିକ ଛାତ୍ରୀଛାତ୍ର ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ। ଶିକ୍ଷକମାନେ ୟୁନିଫର୍ମ ପିନ୍ଧିବେ। ‘ପ୍ରେରଣା’ କାର୍ଯ୍ୟକ୍ରମ ଅନୁଯାୟୀ ଛାତ୍ରୀଛାତ୍ରଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ସମ୍ପର୍କରେ ସଚେତନ କରାଯିବ। ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରଦତ୍ତ ପାମ୍ପଲେଟ୍‌କୁ ବଣ୍ଟାଯିବ। ଗଞ୍ଜାମ ଜିଲାକୁ ପ୍ଲାଷ୍ଟିକ ଏବଂ ପଲିଥିନ୍‌ମୁକ୍ତ କରିବା ପାଇଁ ଛାତ୍ରୀଛାତ୍ରମାନେ ଶପଥ ନେବେ। ସେହିଭଳି ‘ଶୂନ୍‌ ଶ୍ରେଣୀ’(ଜିରୋ କ୍ଲାସ୍‌), ପାଠାଗାର ଅଭିଯାନ କାର୍ଯ୍ୟକ୍ରମ ସମସ୍ତ ସ୍କୁଲରେ ଅନୁଷ୍ଠିତ ହେବ। ଶ୍ରେଣୀ ଗୃହରେ ମୋବାଇଲ୍‌ ଫୋନ୍‌ ବ୍ୟବହାରକୁ ବାରଣ କରାଯାଇଛି। ଯଦି କୌଣସି ଶିକ୍ଷକ ପାଠ ପଢ଼ାଇବା ବେଳେ ମୋବାଇଲ୍‌ ଫୋନ ବ୍ୟବହାର କରିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରତ୍ୟେକ ବିଦ୍ୟାଳୟରେ ଧଳା ବୋର୍ଡ଼ ଏବଂ ରଙ୍ଗିନ୍‌ ଚକ୍‌ ବ୍ୟବହାର କରାଯିବ। ପ୍ରତ୍ୟେକ ଶ୍ରେଣୀ କକ୍ଷରେ ଏକ ଆଇନା ରହିବ। ଛାତ୍ରୀଛାତ୍ରମାନେ ସେଥିରେ ନିଜକୁ ଦେଖିବେ। ଯଦି କୌଣସି ଛାତ୍ରୀଛାତ୍ର ସ୍କୁଲ ଛାଡ଼ିଦେଇଛନ୍ତି, ତେବେ ତାଙ୍କୁ ଫେରାଇ ଆଣିବା ଦାୟିତ୍ୱ ସିଆର୍‌ସିସି ଏବଂ ପ୍ରଧାନ ଶିକ୍ଷକଙ୍କର। ଅଭିଭାବକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ। ଯେଉଁ ପିଲାମାନେ ଟିସି ନେଉଛନ୍ତି, ସେମାନେ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଉଛନ୍ତି କି ନାହିଁ, ଦେଖାଯିବ। କୌଣସି ସ୍ଥାନରେ ଶିଶୁ ଶ୍ରମିକ ଦେଖାଦେଲେ, ତୁରନ୍ତ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିବାକୁ ଜିଲା ଶିକ୍ଷା ଅଧିକାରୀ ଡ. ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri