ଶ୍ରେଣୀ ଗୃହରେ ମୋବାଇଲ ଫୋନ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ୍‌,୧୩ା୬-ଖରା ଛୁଟି ପରେ ଆସନ୍ତା ୧୯ତାରିଖରେ ସ୍କୁଲ ଖୋଲିବ। ଏହା ପୂର୍ବରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡା। ଖରା ଛୁଟି ଚାଲିଥିବା ବେଳେ ବାତ୍ୟା ‘ଫନୀ’ ହୋଇଥିଲା। ଏହା ପ୍ରଭାବରେ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ତେଣୁ ସ୍କୁଲ ଖୋଲିବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ୧୭ତାରିଖରେ କେବଳ ଶିକ୍ଷକ ଏବଂ କର୍ମଚାରୀମାନେ ସ୍କୁଲକୁ ଯାଇ ଶ୍ରେଣୀ ଗୃହ, କମ୍ପ୍ୟୁଟର୍‌ ଗୃହ, ଆଇସିଟି ଲାବ୍‌, ବିଜ୍ଞାନ ଲାବ୍‌, ଶୌଚାଳୟ ଏବଂ ଅନ୍ୟାନ୍ୟ କୋଠାରିର ସ୍ଥିତି ପରଖିବେ। ଏଥିସହ ରୋଷେଇ ଗୃହର ସ୍ବଚ୍ଛତା, ରୋଷେଇ ଏବଂ ଖାଦ୍ୟ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସମସ୍ତ ସ୍କୁଲ ପରିସରରେ ଶତପ୍ରତିଶତ ଚାରାରୋପଣ କରାଯିବ। ବ୍ଲକ ଶିକ୍ଷା ଅଧିକାରୀମାନେ ଏହାର ତଦାରଖ କରିବେ। ଯଦି କୌଣସି ସ୍କୁଲରେ ଚାରାରୋପଣ ନ ହୁଏ, ତେବେ ସଂପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏଥିପାଇଁ ଦାୟୀ ରହିବେ। ପାନୀୟ ଜଳ, ବିଦ୍ୟୁତ୍‌, ପୃଥକ ଶୌଚାଳୟ ସୁବିଧା ପ୍ରତ୍ୟେକ ସ୍କୁଲରେ ରହିବ। ୧୯ତାରିଖ ସକାଳ ୯ଟାରୁ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀମାନେ ସ୍କୁଲରେ ପହଞ୍ଚିବେ। ସ୍କୁଲ ପରିସରରେ ରଙ୍ଗିନ୍‌ ଝୋଟି ଏବଂ ଫୁଲରେ ସଜାଇବେ। ଏହାଦ୍ୱାରା ଅଧିକରୁ ଅଧିକ ଛାତ୍ରୀଛାତ୍ର ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ। ଶିକ୍ଷକମାନେ ୟୁନିଫର୍ମ ପିନ୍ଧିବେ। ‘ପ୍ରେରଣା’ କାର୍ଯ୍ୟକ୍ରମ ଅନୁଯାୟୀ ଛାତ୍ରୀଛାତ୍ରଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ସମ୍ପର୍କରେ ସଚେତନ କରାଯିବ। ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରଦତ୍ତ ପାମ୍ପଲେଟ୍‌କୁ ବଣ୍ଟାଯିବ। ଗଞ୍ଜାମ ଜିଲାକୁ ପ୍ଲାଷ୍ଟିକ ଏବଂ ପଲିଥିନ୍‌ମୁକ୍ତ କରିବା ପାଇଁ ଛାତ୍ରୀଛାତ୍ରମାନେ ଶପଥ ନେବେ। ସେହିଭଳି ‘ଶୂନ୍‌ ଶ୍ରେଣୀ’(ଜିରୋ କ୍ଲାସ୍‌), ପାଠାଗାର ଅଭିଯାନ କାର୍ଯ୍ୟକ୍ରମ ସମସ୍ତ ସ୍କୁଲରେ ଅନୁଷ୍ଠିତ ହେବ। ଶ୍ରେଣୀ ଗୃହରେ ମୋବାଇଲ୍‌ ଫୋନ୍‌ ବ୍ୟବହାରକୁ ବାରଣ କରାଯାଇଛି। ଯଦି କୌଣସି ଶିକ୍ଷକ ପାଠ ପଢ଼ାଇବା ବେଳେ ମୋବାଇଲ୍‌ ଫୋନ ବ୍ୟବହାର କରିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରତ୍ୟେକ ବିଦ୍ୟାଳୟରେ ଧଳା ବୋର୍ଡ଼ ଏବଂ ରଙ୍ଗିନ୍‌ ଚକ୍‌ ବ୍ୟବହାର କରାଯିବ। ପ୍ରତ୍ୟେକ ଶ୍ରେଣୀ କକ୍ଷରେ ଏକ ଆଇନା ରହିବ। ଛାତ୍ରୀଛାତ୍ରମାନେ ସେଥିରେ ନିଜକୁ ଦେଖିବେ। ଯଦି କୌଣସି ଛାତ୍ରୀଛାତ୍ର ସ୍କୁଲ ଛାଡ଼ିଦେଇଛନ୍ତି, ତେବେ ତାଙ୍କୁ ଫେରାଇ ଆଣିବା ଦାୟିତ୍ୱ ସିଆର୍‌ସିସି ଏବଂ ପ୍ରଧାନ ଶିକ୍ଷକଙ୍କର। ଅଭିଭାବକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ। ଯେଉଁ ପିଲାମାନେ ଟିସି ନେଉଛନ୍ତି, ସେମାନେ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଉଛନ୍ତି କି ନାହିଁ, ଦେଖାଯିବ। କୌଣସି ସ୍ଥାନରେ ଶିଶୁ ଶ୍ରମିକ ଦେଖାଦେଲେ, ତୁରନ୍ତ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିବାକୁ ଜିଲା ଶିକ୍ଷା ଅଧିକାରୀ ଡ. ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri